ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପ୍ରଥମ ଫିଲ୍ମରୁ ସୁପରଷ୍ଟାର; ଡ୍ରାଗନ୍ ଲେଡି ସହ କରିଥିଲେ ବ୍ଲକ୍ ବ୍ଲଷ୍ଟର ମୁଭି, ସିନେମା ଜଗତକୁ ୬୦ ବର୍ଷର ଉତ୍ସର୍ଗ

ନୂଆଦିଲ୍ଲୀ, ୧୩।୧୦: ବଲିଉଡର ପ୍ରଥମ ସୁପରଷ୍ଟାର । ହିନ୍ଦୀ ଚଳଚ୍ଚିତ୍ରର ପ୍ରଥମ ହିରୋ । ତାଙ୍କଠୁ ହିଁ ଆରମ୍ଭ ବଲିଉଡ୍ର ଷ୍ଟାଇଲ୍, ଡାଇଲଗ୍ ଆଉ ଅନ୍ଦାଜ । ନିଜ ଅଭିନୟରେ ସମସ୍ତଙ୍କ ହୃଦୟରେ କରୁଥିଲେ ରାଜ୍ । ସେ ହେଉଛନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଶୋକ କୁମାର ।  ୧୩ ଅକ୍ଟୋବର ୧୯୧୧ରେ ବିହାରର ଭାଗଲପୁରରେ ଅଶୋକଙ୍କ ଜନ୍ମ । ହିନ୍ଦୀ ଫିଲ୍ମର ପ୍ରଥମ ହିରୋଙ୍କ ଜନ୍ମ ଆଜିର ଦିନରେ ହିଁ ହୋଇଥିଲା । କଲିକତାରୁ ଆଇନ ପାଠ ପଢ଼ିଥିଲେ ଅଶୋକ । କଲେଜରେ କ୍ଲାସ୍ ସାରିବା ପରେ ବନ୍ଧୁଙ୍କ ସହ ଫିଲ୍ମ ଦେଖିବାକୁ ଚାଲିଯାଉଥିଲେ ସିନେମା ହଲ୍ । ଏତେ ବଡ଼ ସୁପରଷ୍ଟାରଙ୍କର ନାଁ ଫିଲ୍ମ କରିବାକୁ ରୁଚି ଥିଲା, ନା ହିରୋ ହେବାକୁ । ସେ ଜଣେ ଏଭଳି ଅଭିନେତା, ଯିଏ ମୁମ୍ୱାଇକୁ ହିରୋ ହେବାକୁ ନୁହଁ ବରଂ ଟେକ୍ନିସଆନ୍ ହେବାକୁ ଆସିଥିଲେ । ଆଉ ଭାଗ୍ୟ ଟାଣିନେଲା ସିନେମା ଜଗତକୁ । ଭାଗ୍ୟ ଏତେ ସାଥ୍ ଦେଲା ଯେ ସେ ଅଭିନେତାରୁ ହୋଇଥିଲେ ଷ୍ଟାର୍ ଆଉ ଷ୍ଟାର୍‌ରୁ ସୁପରଷ୍ଟାର ।  

ଜନ୍ମ ବେଳେ ଅଶୋକଙ୍କର ପ୍ରକୃତ ନାଁ ଥିଲା କୁମୁଦ ଲାଲ୍ ଗାଙ୍ଗୁଲି । ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ ଦାଦାମୁନି ବୋଲି ଡାକୁଥିଲେ । ଅଶୋକ କୁମାରଙ୍କୁ ତ ସମସ୍ତେ ଜାଣନ୍ତି, କିନ୍ତୁ ଅଶୋକ କୁମାର ଭାବେ ତାଙ୍କୁ ପରିଚୟ ଦେଇଥିବା ପ୍ରଥମ ସୁପରହିଟ୍ ଫିଲ୍ମ ସହ ଜଡ଼ିତ ଏକ ରୋମାଞ୍ଚକର କାହାଣୀ ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ । ଅଶୋକ କୁମାର ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ତ କରିବାକୁ ଚାହୁଁଥିଲେ, କିନ୍ତୁ ଆକ୍ଟର ଭାବେ ନୁହେଁ ବରଂ ଟେକ୍ନିସିଆନ୍ ରୂପେ । ମୁମ୍ୱାଇରେ ବମ୍ୱେ ଟକିଜ୍‌ରେ ଉଚ୍ଚ ପଦବୀରେ କାମ କରୁଥିଲେ ତାଙ୍କର ଜଣେ ସମ୍ପର୍କୀୟ । ଯେଉଁ କାରଣରୁ ମୁମ୍ୱାଇ ଆସିଥିଲେ ଅଶୋକ । ଆଉ ବମ୍ୱେ ଟକିଜ୍‌ରେ ଲାବ୍ ଆସିଷ୍ଟାଣ୍ଟ ଭାବେ ଆରମ୍ଭ କରିଥିଲେ କାମ । ୧୯୩୬ରେ ବମ୍ୱେ ଟକିଜ୍‌ ଅନ୍ତର୍ଗତ ପ୍ରସ୍ତୁତ ହେଉଥିଲା ଫିଲ୍ମ ଜୀବନ ନୈୟା । ଯାହାର ସୁଟିଂ ଆରମ୍ଭ ହେବା ପୂର୍ବରୁ ଏହାର ମୁଖ୍ୟ ଅଭିନେତା ଅଭିନେତ୍ରୀ ନଚବୁଲ୍ ହସନ୍‌ ଓ ଦେବିକା ରାନୀଙ୍କ ମଧ୍ୟରେ ହୋଇଥିଲା ମତଭେଦ । ଯାହା ପରେ ଫିଲ୍ମରେ ଅଭିନୟ କରିବାକୁ ଖୋଜା ପଡ଼ିଥିଲା ମୁଖ୍ୟ ଅଭିନେତା । ଫିଲ୍ମ ପ୍ରଯୋଜକ ହିମାଂଶୁ ରାୟ ନଚବୁଲ୍‌ଙ୍କ ପରିବର୍ତ୍ତେ କୁମୁଦ ଲାଲ୍ ଗାଙ୍ଗୁଲି ଅର୍ଥାତ୍ ଅଶୋକ କୁମାରଙ୍କୁ ଦେଇଥିଲେ ଏହି ସୁବର୍ଣ୍ଣ ସୁଯୋଗ । ଅନ୍ୟପଟେ ମୁଖ୍ୟ ଅଭିନେତାର ଚରିତ୍ର ଅଶୋକ କୁମାରଙ୍କୁ ଦେବାକୁ ଫିଲ୍ମ ନିର୍ଦ୍ଦେଶକଙ୍କ ସହମତି ନଥିଲା । ଫିଲ୍ମ ନିର୍ଦ୍ଦେଶକଙ୍କ ଅନିଚ୍ଛା ସତ୍ତ୍ୱେ ଅଶୋକଙ୍କୁ ଫିଲ୍ମରେ ନେଇଥିଲେ ହିମାଂଶୁ । 

କୁମୁଦ ଲାଲ୍ ଗାଙ୍ଗୁଲିଙ୍କ ପରଦା ଆଗର ନାଁ ରଖାଗଲା ଅଶୋକ କୁମାର । ସେ ସମୟରେ ଅଭିନେତାମାନେ ନିଜ ପ୍ରକୃତ ନାଁକୁ ପରଦା ଆଗରେ ପ୍ରଘଟ କରୁନଥିଲେ । ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଥିଲା ୧୯୪୩ରେ ଆସିଥିବା ଫିଲ୍ମ ସୌଭାଗ୍ୟ । ଫିଲ୍ମ ରିଲିଜ୍ ପରେ ଚାରିଆଡ଼େ କେବଳ ଅଶୋକ କୁମାରଙ୍କ ଚର୍ଚ୍ଚା । ସେ ସମୟରେ ଭାରତୀୟ ଯୁବତୀଙ୍କ ପ୍ରଥମ ପସନ୍ଦ ଥିଲେ ଅଶୋକ । ନିଜର ୬୦ ବର୍ଷ ସିନେମା ଜଗତ ପାଇଁ ଉତ୍ସର୍ଗ କରିଦେଇଥିଲେ । ୬ ଦଶନ୍ଧିରେ ୩୫୦ ଫିଲ୍ମରେ କରିଥିଲେ ଅଭିନୟ । ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଭାବେ ୧ କୋଟି ଟଙ୍କାର ଆୟ କରିଥିଲା ଅଶୋକଙ୍କ ଅଭୀନିତ ଫିଲ୍ମ କିସମତ୍ । ୧୯୮୮ରେ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ସମ୍ମାନ ଦାଦା ସାହେବ ପାଲକେ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଅଶୋକ କୁମାର । ସିନେମାରେ ତାଙ୍କ ଯୋଗଦାନ ପାଇଁ ୧୯୯୯ରେ ସରକାର ତାଙ୍କୁ ପଦ୍ମଭୂଷଣରେ ମଧ୍ୟ ସମ୍ମାନିତ କରିଥିଲେ । କିସମତ୍, ଆଖୋଁ ମେ ତୁମ୍ ହୋ, ଭାରତ ଏକ ଖୋଜ୍, ୱ ଦିନ୍ ଆୟେଗା, ପ୍ୟାର୍ କି ଜିତ୍, ମିଷ୍ଟର ଇଣ୍ଡିଆ, ଜବାବ୍ ହମ୍ ଦେଙ୍ଗେ ଭଳି ହିଟ୍ ଚଳଚ୍ଚିତ୍ରରେ ସେ କାମ କରିଛନ୍ତି । ଶେଷରେ ୧୦ ଡିସେମ୍ୱର ୨୦୦୧ରେ ଦୁନିଆରୁ ବିଦାୟ ନେଇଥିଲେ ଦାଦାମୁନି । ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ତାଙ୍କ ଅବଦାନ ଆଜି ବି ସ୍ମରଣୀୟ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.