ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ରତନ ଟାଟା, କାହିଁକି ଥିଲେ ଅବିବାହିତ ?

ନୂଆଦିଲ୍ଲୀ, ୧୧।୧୦: ରତନ ଟାଟାଙ୍କ ନିଧନ ପରେ ଶୋକରେ ସାରା ଦେଶବାସୀ । ତାଙ୍କ ଦେହାନ୍ତ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । ଏହି ବିଜନେସ୍ ଟାଇକୁନ୍ ବିଶ୍ୱ ଶିଳ୍ପ ଜଗତରେ ବେଶ୍ ନାଁ କମେଇଛନ୍ତି । ସେ ଏମିତି ଜଣେ ବ୍ୟକ୍ତି ଯିଏ ବାହା ହୋଇନାହାନ୍ତି ସତ, କିନ୍ତୁ ଜଣେ ହିରୋଇନ୍‌ଙ୍କ ପ୍ରେମରେ ପଡ଼ିଛନ୍ତି । ଆସନ୍ତୁ ଜାଣିବା ରତନ ଟାଟାଙ୍କ ପ୍ରେମ କାହାଣୀ ବିଷୟରେ...

ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ ଗତ କିଛି ଦିନ ହେବ ସେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ତେବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ରତନ ଟାଟା କାହିଁକି ଥିଲେ ଅବିବାହିତ ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ନିଶ୍ଚୟ ଉଙ୍କି ମାରୁଥିବ । ସିଏ ବାହା ହୋଇନଥିଲେ ସତ । ଖୁବ୍ କମ୍ ଲୋକ ରତନ ଟାଟାଙ୍କର ପ୍ରେମ କାହାଣୀ ବିଷୟରେ ଜାଣିଥିବେ । ରତନ ଟାଟାଙ୍କ ପ୍ରେମିକା ଥିଲେ ଜଣେ ନାମୀଦାମୀ ବଲିଉଡ୍ ଅଭିନେତ୍ରୀ । ଯିଏ ଜଣେ ଆଙ୍କର ମଧ୍ୟ ଥିଲେ । ବଡ଼ ବଡ଼ କଳାକାରଙ୍କ ସାକ୍ଷାତକାର ମଧ୍ୟ ନେଉଥିଲେ । 

କିଏ ସେହି ବଲିଉଡ୍ ଅଭିନେତ୍ରୀ ? ଯାହା ପାଇଁ ରତନ ଟାଟା ଆଜୀବନ ରହିଲେ ଅବିବାହିତ । ସେ ହେଉଛନ୍ତି ସିମି ଗରେୱାଲ୍ । ସେ କେବଳ  ତାଙ୍କ ପ୍ରେମରେ ପଡ଼ିନଥିଲେ, ବରଂ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ଥିଲା ରତନ ଟାଟାଙ୍କର ପ୍ରଥମ ପ୍ରେମ । ଉଭୟେ ଡେଟ୍ ମଧ୍ୟ କରୁଥିଲେ । କିନ୍ତୁ, ଭାଗ୍ୟରେ ଆଉ କିଛି ଲେଖା ଥିଲା । ଅଧାରେ ରହିଗଲା ତାଙ୍କ ପ୍ରେମ କାହାଣୀ । ଯାହାର ପ୍ରମୁଖ କାରଣ ଥିଲା ଭାରତ-ଚୀନ୍ ଯୁଦ୍ଧ । କୌଣସି କାରଣରୁ ରତନଙ୍କୁ ଭାରତ ଫେରିବାକୁ ପଡ଼ିଥିଲା । ତାଙ୍କ ପ୍ରେମିକା ମଧ୍ୟ ଭାରତ ଫେରିଯିବେ ବୋଲି ସେ ଭାବିଥିଲେ । କିନ୍ତୁ, ସେହି ସମୟରେ ଭାରତ-ଚୀନ୍‌ର ବିବାଦ ଯୋଗୁଁ ଅଭିନେତ୍ରୀଙ୍କ ବାପା-ମାଆ ତାଙ୍କୁ ଭାରତକୁ ଛାଡ଼ିବାକୁ ଅରାଜି ଥିଲେ । ଯାହା ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଉଭୟେ ପରସ୍ପରଠୁ ଅଲଗା ହୋଇଯାଇଥିଲେ । ସେବେଠାରୁ ରତନ ଟାଟା ଆଉ ବିବାହ କରିନଥିଲେ । ରତନଙ୍କ ମୃତ୍ୟୁ ପରେ ସୋସିଆଲ୍ ମିଡିଆରେ ସେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ନିଜ ପୋଷ୍ଟରେ ସେ ଲେଖିଛନ୍ତି,...'ସେମାନେ କହୁଛନ୍ତି ତୁମେ ଚାଲିଗଲ...ଏହା ବିଶ୍ୱାସ କରିବା ମୋ ପାଇଁ ଅତ୍ୟନ୍ତ କଷ୍ଟ...ବିଦାୟ ବନ୍ଧୁ...' । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.