ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଗୋଟିଏ କିଡ୍‌ନୀରେ ବଞ୍ଚନ୍ତି ଗାଁ ଲୋକେ, ବିକି ଦିଅନ୍ତି ଆଉ ଏକ କିଡ୍‌ନୀ

Published By : Swapna Ray | October 13, 2024 2:43 PM

ନେପାଳ, ୧୩।୧୦: ଆମେ ଅନେକ ଅଜବ ଗାଁ ବିଷୟରେ ଶୁଣିଛେ । କେଉଁଠି ଭିନ୍ନ ପରମ୍ପରା ଚାଲିଚଳଣି ତ କେଉଁଠି ଗ୍ରାମବାସୀଙ୍କ ପାଇଁ ଥାଏ କଡ଼ା ନିୟମ । ଆଜି ଆମେ ଏକ ଭିନ୍ନ ଗାଁ ବିଷୟରେ କହିବୁ, ଯାହାର ବିଶେଷତା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ନେପାଳର କାଠମାଣ୍ଡୁଠାରୁ ୨୦ କିମି ଦୂରରେ ଅବସ୍ଥିତ ଏହି ଗାଁ । ଯାହାର ନାଁ ‘କିଡ୍‌ନୀ ଭ୍ୟାଲି’ । ଏହା ‘ଗୋଟିଏ କିଡନୀ ଗାଁ’ ଭାବେ ମଧ୍ୟ ପରିଚିତ । ଗାଁର ପ୍ରକୃତ ନାଁ ହେଉଛି ହୋକସେ । ନିଜର ଏହି ବିଚିତ୍ର ନାଁ ପାଇଁ ଏହା ସାରା ବିଶ୍ୱ ପରିଚିତ । ଆପଣ ଭାବୁଥିବେ ଏହି ଗାଁର ନାଁ କିଡ୍‌ନୀ ଭ୍ୟାଲି ଦିଆଯାଇଛି କାହିଁକି ? ଏହି ନାଁ ପଛରେ ରହିଛି ଏକ କାରଣ । ଏହି ଗାଁର ଅଧିକାଂଶ ଲୋକ ଗୋଟିଏ କିଡ୍‌ନୀରେ ହିଁ ବଞ୍ଚି ରହିଛନ୍ତି । ଯେଉଁ କାରଣରୁ ଗାଁ ଲୋକଙ୍କର ପ୍ରାୟତଃ ଗମ୍ଭୀର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ବାହାରେ । 

ଆପଣ ଭାବୁଥିବେ ଏମାନେ ବୋଧହୁଏ କୌଣସି ରୋଗରେ ପୀଡ଼ିତ ଥିବେ ନଚେତ୍ ଜନ୍ମରୁ ଏମାନଙ୍କର ଗୋଟିଏ କିଡ୍‌ନୀ ଥିବ ନା, ଏମାନେ ୨ଟି ସହ ଜନ୍ମ ନିଅନ୍ତି ସତ କିନ୍ତୁ, ମୃତ୍ୟୁ ବେଳକୁ ଗୋଟିଏ କିଡ୍‌ନୀରେ ହିଁ ବଞ୍ଚନ୍ତି । ଆଉ ଗୋଟିଏ କିଡ୍‌ନୀ ବିକ୍ରି କରି ଦିଅନ୍ତି । ଏହା ପଛରେ ରହିଛି ଏକ କାହାଣୀ । ହୋକସେ ଗାଁର ଲୋକମାନେ ଖୁବ୍ ଗରିବ । ଏହି ଗାଁରେ ଦାରିଦ୍ର୍ୟ ହାର ଏତେ ଅଧିକ ରହିଛି ଯେ, ଲୋକମାନେ ଗୁଜୁରାଣ ମେଣ୍ଟାଇବା ଲାଗି ନିଜ କିଡନୀ ହିଁ ବିକ୍ରି କରିଦିଅନ୍ତି । ଭୋକ ମଣିଷକୁ କେଉଁ ସ୍ତରକୁ ନେଇପାରେ ଏମାନଙ୍କୁ ଦେଖିଲେ ବାରି ହୋଇପଡ଼େ । ଏହି ଗାଁର ଆର୍ଥିକ ପରିସ୍ଥିତି ଏତେ ଶୋଚନୀୟ ଯେ, ଏଠାରେ ଲୋକ ମାତ୍ର ୨ ହଜାର ଟଙ୍କାରେ ନିଜର କିଡ୍‌ନୀ ବିକ୍ରି କରିଦେଇଥାନ୍ତି । ଏହି ଗାଁରେ କିଛି ବର୍ଷ ହେବ ଜୋରସୋରରେ ଚାଲିଛି ଅଙ୍ଗ ତସ୍କରୀର ରାକେଟ୍ । ଦଲାଲମାନେ ଏଠାକାର ଗ୍ରାମବାସୀଙ୍କର ପରିସ୍ଥିତିର ସୁଯୋଗ ନେଇ ଏଭଳି କରନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି । ଆଉ ମାତ୍ର, କିଛି ଟଙ୍କା ପାଇବା ଆଶାରେ ଗ୍ରାମବାସୀମାନେ ତାଙ୍କ ଜାଲରେ ଫସିଯାନ୍ତି । କେବଳ ଏତିକି ନୁହେଁ, ଟଙ୍କା ପାଇଁ ଏମାନେ ନିଜ ପରିବାର ସଦସ୍ୟଙ୍କର କିଡ୍‌ନୀ ବିକିବାକୁ ମଧ୍ୟ ପଛାନ୍ତି ନାହିଁ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏଠାକାର ଗ୍ରାମବାସୀମାନେ ଏତେ ସରଳ ଯେ, ଦଲାଲ କଥାକୁ ଭରସା କରନ୍ତି ଆଉ ଦଲାଲ ବୁଝାଇ ଦିଏ ଯେ, ଗୋଟିଏ କିଡ୍‌ନୀ ଦେବା ପରେ ସେମାନଙ୍କ ଶରୀରରେ ନୂଆ କିଡ୍‌ନୀ ଆପେ ଆପେ ପୁନଃଗଠିତ ହୋଇଯିବ । ଏପରିକି ଗଛରେ ଫଳ ଭଳି କିଡ୍‌ନୀ ମଣିଷ ଦେହରେ ଏକ ଫଳ ବୋଲି ବୁଝାଇ ଦିଅନ୍ତି ଦଲାଲ । 

ଗ୍ରାମବାସୀଙ୍କ ଏଭଳି ପରିସ୍ଥିତି କେମିତି ହେଲା ? କହିରଖୁ କି, ୨୦୨୨ ଏପ୍ରିଲରେ ଭୂମିକମ୍ପ ହେବା ପରେ ହୋକସେ ଗ୍ରାମବାସୀଙ୍କୁ ଅନେକ କ୍ଷୟକ୍ଷତିର ସାମନା କରିବାକୁ ପଡ଼ିଛି । ଭୂମିକମ୍ପରେ ସେମାନଙ୍କ ଘର ଭାଙ୍ଗିଯିବା ସହ ସମସ୍ତ ଧନସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି । ଏମିତିରେ ଦଲାଲମାନେ ତାଙ୍କୁ କିଡ୍‌ନୀ ବିକ୍ରି କରିବାକୁ କହିବା ମାତ୍ରେ, ସେ ତୁରନ୍ତ ରାଜି ହୋଇଯାନ୍ତି । ରିପୋର୍ଟ ଅନୁସାରେ, ଏହି ଗାଁରୁ ପ୍ରତିବର୍ଷ ୭ ହଜାରରୁ ଉର୍ଦ୍ଧ୍ୱ କିଡ୍‌ନୀ ବେଆଇନ ଭାବେ ଚୋରା ଚାଲାଣ ହେଉଛି । ଏହି ଗ୍ରାମବାସୀଙ୍କ ସହ ଏଭଳି ଘଟିବା ପଛରେ ମୁଖ୍ୟତଃ ୨ଟି କାରଣ ରହିଛି । ଗୋଟିଏ ହେଉଛି ଦାରିଦ୍ର୍ୟତା ଆଉ ଅନ୍ୟଟି ସଚେତନତାର ଅଭାବ । ଏହି ଅଙ୍ଗ ତସ୍କରୀକୁ ନେଇ ନେପାଳ ସରକାର ପଦକ୍ଷେପ ନେବା ପରେ ୨୦୨୧ରେ ୧୦ ଜଣ ଦଲାଲୀଙ୍କୁ ଗିରଫ କରାଯାଇଛି । ତଥାପି ଗାଁର ନାଁ କିଡ୍‌ନୀ ଭ୍ୟାଲି ବୋଲି ଲୋକେ କହୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.