ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସାରା ବିଶ୍ୱରେ ଧୂମପାନ ନିଷେଧ ହେଲେ ବଞ୍ଚିଯିବେ ଲକ୍ଷାଧିକ ଲୋକ, ଲାନସେଟ୍‌ ରିପୋର୍ଟରୁ ଖୁଲାସା

Published By : Swapna Ray | October 11, 2024 3:43 PM

ନୂଆଦିଲ୍ଲୀ, ୧୧।୧୦: ସାରା ବିଶ୍ୱରେ ଧୂମପାନ ନିଷେଧ ହେଲେ ଟଳିଯିବ ୧୨ ଲକ୍ଷ ମୃତ୍ୟୁ ! ୨୦୫୦ ମସିହା ସୁଦ୍ଧା ଧୂମପାନ ହାର ୫ ପ୍ରତିଶତ କମାଇପାରିଲେ ପୁରୁଷମାନଙ୍କ ହାରାହାରି ଜୀବନଧାରଣ କ୍ଷମତା ୧ ବର୍ଷ ଓ ମହିଳାଙ୍କ ପାଇଁ ଏହା ୦.୨ ବର୍ଷ ବଢ଼ିଯିବ । ଫୁସ୍‌ଫୁସ୍‌ କର୍କଟରୁ ରକ୍ଷା ପାଇବ ଲକ୍ଷ ଲକ୍ଷ ଜୀବନ । ଏନେଇ ଲାନସେଟ୍‌ରେ ପ୍ରକାଶ ପାଇଛି ରିପୋର୍ଟ । ଲାନସେଟ୍‌ର ଏକ ସଦ୍ୟ ପ୍ରକାଶିତ ଅନୁଧ୍ୟାନ ଅନୁଯାୟୀ, ବିଗତ ତିନି ଦଶନ୍ଧି ଭିତରେ ବିଶ୍ୱରେ ଧୂମପାନ ଯୋଗୁଁ ସାଢ଼େ ୧୭ କୋଟି ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ତମାଖୁ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କଲେ ୨୦୯୫ ମସିହା ସୁଦ୍ଧା ଫୁସ୍‌ଫୁସ୍‌ କର୍କଟରୁ ୧୨ ଲକ୍ଷ ଜୀବନ ରକ୍ଷା କରାଯାଇପାରିବ । ସେହି ସମୟ ବେଳକୁ ଧୂମପାନ ହାର ପୁରୁଷଙ୍କଠାରେ ୨୧ ପ୍ରତିଶତ ଓ ମହିଳାଙ୍କର ୪ ପ୍ରତିଶତ କମିଯାଇଥିବ ବୋଲି ଆକଳନ କରାଯାଉଛି । 

ଆମେରିକାର ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟ ଅଧୀନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ମେଟ୍ରିକ୍‌ସ୍ ଆଣ୍ଡ୍‌ ଇଭାଲ୍ୟୁଏସନ୍‌ର ଗବେଷକମାନଙ୍କ କହିବାନୁସାରେ, ଧୂମପାନକୁ ସଂପୂର୍ଣ୍ଣ ବନ୍ଦ କରିବା ଲାଗି ତ୍ୱରିତ ପଦକ୍ଷେପ ନିଆଗଲେ ନଷ୍ଟ ହେବାକୁ ଥିବା ମୋଟ୍ ୮୭୬ ନିୟୁତ ବର୍ଷର ଜୀବନକୁ ରକ୍ଷା କରାଯାଇପାରିବ । କହିରଖୁ କି, ସମ୍ପ୍ରତି କୌଣସି ବି ଦେଶରେ ଏକ ନିର୍ଦ୍ଦିଷ୍ଟ ବର୍ଷ ପରେ ଜନ୍ମ ନେଉଥିବା ବ୍ୟକ୍ତିବିଶେଷଙ୍କୁ ତମାଖୁ ବିକ୍ରି ନିଷେଧ ଭଳି ଆଇନ କାର୍ଯ୍ୟକାରୀ କରାଯାଇପାରିନାହିଁ । ଉଦାହରଣ ସ୍ୱରୂପ ନିଉଜିଲାଣ୍ଡରେ ୨୦୨୨ରେ ପାରିତ ଏକ ଆଇନ ଅନୁଯାୟୀ, ୨୦୦୯ ମସିହା ପରେ ଜନ୍ମ ଗ୍ରହଣ କରିଥିବା କିଶୋରମାନଙ୍କୁ ତମାଖୁ ବିକ୍ରି ନିଷେଧ କରାଯାଇଥିଲା । ମାତ୍ର, ଚଳିତ ବର୍ଷ ପ୍ରାରମ୍ଭରେ ସେହି କଟକଣାକୁ ସରକାର ଉଠାଇ ନେଇଛନ୍ତି । 

ଅନେକ ଦେଶରେ ଧୂମପାନ କଟକଣା ବଳବତ୍ତର ରହିଥିବା ସତ୍ତ୍ୱେ ଧୂମପାନ ହିଁ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଓ ମୃତ୍ୟୁ ପାଇଁ ଦାୟୀ ରହୁଛି । ଯଦିଓ ସାମ୍ପ୍ରତିକ ଦୃଶ୍ୟପଟ ଅନୁଯାୟୀ, ବିଶ୍ୱବ୍ୟାପୀ ଧୂମପାନ ପ୍ରଚଳନରେ ହ୍ରାସ ଜାରି ରହିବ, ତଥାପି ଧୂମପାନ ଯୋଗୁଁ ଭବିଷ୍ୟତରେ ଯଥେଷ୍ଟ ଆର୍ଥିକ ବୋଝ ସହିବାକୁ ହେବ । ତେବେ ୨୦୫୦ ମସିହା ସୁଦ୍ଧା ତମାଖୁ ବର୍ଜନ ଦ୍ୱାରା ଜନ୍ମ ସମୟରେ ଆଶାତୀତ ଆୟୁ ଲାଭ ସମ୍ଭବ ହେବ ବୋଲି ଗବେଷକମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.