ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

କେବଳ ବାବା ସିଦ୍ଦିକି ନୁହଁନ୍ତି, ଏହି ସବୁ ସେଲିବ୍ରିଟିଙ୍କୁ ଗୁଳିକରି କରାଯାଇଛି ହତ୍ୟା

ନୁଆଦିଲ୍ଲୀ ୧୪/୧୦: ଏନସିପି ନେତା ବାବା ସିଦ୍ଦିକିଙ୍କୁ ଶନିବାର ବିଳମ୍ବିତ ରାତିରେ ବାନ୍ଦ୍ରା ପୂର୍ବରେ ନିର୍ମଳ ନଗର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଶନିବାର ରାତିରେ ପୋଲିସ ଗିରଫ କରିଥିଲା, ସେମାନଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶ ଏବଂ ଅନ୍ୟ ଜଣେ ହରିୟାଣାର। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି। ଏହି ମାମଲାର ସମାଧାନ ହେବ ଏବଂ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ପୋଲିସ ଦାବି କରିଛି। ଏହି ପରିପ୍ରେକ୍ଷୀରେ, ଆସନ୍ତୁ ଜାଣିବା ସେହି ସେଲିବ୍ରିଟିମାନଙ୍କ ବିଷୟରେ, ଯେଉଁମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ସିଦ୍ଧୁ ମୋସେୱାଲା। ମେ ୨୯,  ୨୦୨୨ ରେ ଦିନ ଦ୍ୱିପ୍ରହରରେ ସିଦ୍ଧୁ ମୋସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣା ସମୟରେ ସେ ଏକ କାରରେ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ସିଦ୍ଧୁଙ୍କ ଦେହରେ ୨୪ ଟି ଗୁଳିର ଚିହ୍ନ ମିଳିଥିଲା। ଏହି ହତ୍ୟାକାଣ୍ଡ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା। ଏହି ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନେକ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି।

ଟି-ସିରିଜର ପ୍ରତିଷ୍ଠାତା ଗୁଲଶନ କୁମାର। ଅଗଷ୍ଟ ୧୨, ୧୯୯୭ ରେ ତାଙ୍କୁ ହତ୍ୟା କରାଯାଇଥିଲା। ଗୁଲଶନଙ୍କୁ ମୁମ୍ବାଇର ଜିତେଶ୍ୱର ମହାଦେବ ମନ୍ଦିର ବାହାରେ ୧୬ ଥର ଗୁଳି କରି ହତ୍ୟା କରାଯାଇଥିଲା। ସେ ପ୍ରତିଦିନ ଏହି ମନ୍ଦିରକୁ ଯାଉଥିଲେ। ଏହି ଘଟଣା ପୂର୍ବରୁ ଗୁଲଶନଙ୍କୁ ଧମକପୂର୍ଣ୍ଣ କଲ୍ ମଧ୍ୟ ମିଳିଥିଲା। କିନ୍ତୁ ସେ ତାହାକୁ ଅଣଦେଖା କରିଥିଲେ। ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରାଯାଇଥିଲା। ୨୦୦୨ ରେ ଗୁଲଶନ କୁମାରଙ୍କ ହତ୍ୟା ମାମଲାରେ ଦାଉଦ ମର୍ଚ୍ଚାଣ୍ଟ ଦୋଷୀ ସାବ୍ୟସ୍ତ ହୋଇଥିଲା। ୨୦୦୯ ରେ, ସେ ବମ୍ବେ ହାଇକୋର୍ଟରୁ ପାରୋଲ ପାଇବା ପରେ ଭାରତ ଛାଡି ପଳାଇଥିଲା। ତେବେ ପରେ ତାକୁ ବାଂଲାଦେଶରୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛି।

ପଞ୍ଜାବୀ ଗାୟକ ତଥା ସଙ୍ଗୀତଜ୍ଞ ଅମର ସିଂ ଚାମକିଲା। ମାର୍ଚ୍ଚ ୮, ୧୯୮୮ ରେ ପଞ୍ଜାବରେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଚମକିଲାଙ୍କ ପତ୍ନୀ ଅମରଜୋଟ ଏବଂ ତାଙ୍କ ବ୍ୟାଣ୍ଡର ଦୁଇଜଣ ସଦସ୍ୟଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ତେବେ ତାଙ୍କ ହତ୍ୟା ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.