ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

Happy Birthday Sai: ପ୍ରଥମ ଫିଲ୍ମରୁ ଛୁଇଁଥିଲେ ସଫଳତା, ପରେ ଲଗାତାର ଫ୍ଲପ୍ ହୋଇଥିଲା ୬ଟି ଫିଲ୍ମ

ନୂଆଦିଲ୍ଲୀ ୧୫/୧୦: ଟଲିଉଡ ଅଭିନେତା ସାଇ ଧରମ ତେଜ ଆଜି ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ଦମଦାର ଅଭିନୟ ସହ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଆଜି ସେ ଟଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା। ସାଇ ହେଉଛନ୍ତି ପ୍ରସିଦ୍ଧ ଅଭିନେତା ଚିରଞ୍ଜୀବୀ, ନାଗା ବାବୁ ଏବଂ ପୱନ କଲ୍ୟାଣଙ୍କ ଭଣଜା । ତାଙ୍କ ଫିଲ୍ମ କ୍ୟାରିୟରରେ ଏପର୍ଯ୍ୟନ୍ତ ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ପ୍ରଥମ ଫିଲ୍ମ ହିଟ୍‌ ହୋଇଥିବା ସାଇଙ୍କର ଏମିତି ଏକ ସମୟ ଆସିଥିଲା ଯେତେବେଳେ ଲଗାତାର ୬ଟି ଫିଲ୍ମ ଫ୍ଲପ୍‌ ହୋଇଥିଲା। 

ସାଇ ଧରମ ତେଜ ଅକ୍ଟୋବର ୧୫, ୧୯୮୬ ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ପଞ୍ଜା ସାଇ ଧରମ ତେଜ । ସେ ହାଇଦ୍ରାବାଦର ନାଲନ୍ଦା ସ୍କୁଲରୁ ତାଙ୍କର ପାଠପଢା ସମାପ୍ତ କରିଥିଲେ ଏବଂ ପରେ ସେଣ୍ଟ ମେରି କଲେଜରୁ ସ୍ନାତକ ହାସଲ କରିଥିଲେ। ସାଇ ୨୦୧୪ ମସିହାରେ ଫିଲ୍ମ 'ପିଲ୍ଲା ନିଭ୍ ଲେନି ଜୀବିଥମ୍' ରୁ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମରୁ ସେ ଦର୍ଶକଙ୍କ ଠାରୁ ଖୁବ୍‌ ଭଲ ପାଇବା ପାଇଥିଲେ । କିନ୍ତୁ ପ୍ରତ୍ୟେକ ଅଭିନେତାଙ୍କ ପରି ସାଇ ମଧ୍ୟ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ବିଫଳତାର ସ୍ୱାଦ ଚାଖିଥିଲେ।

ସାଇଙ୍କ ଜୀବନରେ ଏକ ସମୟ ଆସିଥିଲା ଯେତେବେଳେ ତାଙ୍କ ଫିଲ୍ମ କ୍ରମାଗତ ଭାବରେ ବକ୍ସ ଅଫିସରେ ଫ୍ଲପ୍ ହେଉଥିଲା ।ତାଙ୍କର ୨୦୧୬ ଫିଲ୍ମ ‘ଥିକ୍କ’, ୨୦୧୭ ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ୱିନର୍‌’, ‘ନକ୍ଷତ୍ରମ୍‌’ ଏବଂ ‘ଜୱାନ୍’ ତିନୋଟି ଯାକ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଏହାପରେ ୨୦୧୮ ରେ ରିଲିଜ୍‌ କରିଥିବା ତାଙ୍କ ଫିଲ୍ମ ‘ତେଜ୍-ଆଇ ଲଭ୍ ୟୁ’ ଏବଂ ‘ଇଣ୍ଟେଲିଜେଣ୍ଟ୍’ ମଧ୍ୟ ଫ୍ଲପ୍ ହୋଇଥିଲା। ତାଙ୍କର ୬ ଟି ଫିଲ୍ମ ବକ୍ସ ଅଫିସରେ ଅସଫଳ ହୋଇଥିଲା।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.