ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପୂର୍ବତନ କଂଗ୍ରେସ ବିଧାୟକ ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କ ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୧୩/୧୦: ଏନସିପି ଅଜିତ ପାୱାର ଦଳର ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଭାଇଜାନଙ୍କୁ ଦେଖିବାକୁ ମିଳିଛି। ତେବେ ଗତକାଲି   ମୁମ୍ବାଇରେ ଏନସିପି ଅଜିତ ପାୱାର ଦଳର ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ବାବା ସିଦ୍ଦିକିଙ୍କ ମୃତ୍ୟୁ ଖବର ସାରା ଦେଶକୁ ଚକିତ କରିଛି। ରାଜନୀତିରୁ ବଲିଉଡ ପର୍ଯ୍ୟନ୍ତ ପ୍ରଭାବ ପକାଇଥିବା ବାବା ସିଦ୍ଦିକିଙ୍କ ମୃତ୍ୟୁ ହେତୁ ସବୁଆଡେ ହଇଚଇ ଦେଖାଦେଇଛି।

ଏହି ହତ୍ୟାକାଣ୍ଡର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ସହ ମଧ୍ୟ ଜଡିତ ଅଛି ବୋଲି କୁହାଯାଉଛି। ବାବା ସିଦ୍ଦିକି ସଲମାନ ଖାନଙ୍କ ସମେତ ଅନେକ ବଲିଉଡ ତାରକାଙ୍କ ନିକଟତର ହୋଇଥିବାରୁ ଭାଇଜାନ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେ ଡାକ୍ତରଖାନାକୁ ଯାଇ ତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ପୋଲିସ ତାଙ୍କୁ ନ ଆସିବାକୁ ପରାମର୍ଶ ଦେଇଥିଲା। ଏହି ଘଟଣା ପରେ ସଲମାନ ଖାନଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି ।  କଡ଼ା ସୁରକ୍ଷା ମଧ୍ୟରେ ଭାଇଜାନଙ୍କୁ ଦେଖିବାକୁ ମିଳିଛି।

ବାବା ସିଦ୍ଦିକିଙ୍କ ହତ୍ୟା ପରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଉତ୍ତେଜନା ଦେଖାଦେଇଛି। ସମସ୍ତ ବଲିଉଡ ତାରକା ଡାକ୍ତରଖାନାରେ ପହଞ୍ଚୁଛନ୍ତି। ଏହି ସମୟରେ ସଲମାନ ଖାନ ମଧ୍ୟ ଡାକ୍ତରଖାନା ଯାଉଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଯେଉଁଥିରେ ସଲମାନ ଖାନଙ୍କୁ କଡା ସୁରକ୍ଷା ମଧ୍ୟରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ସଲମାନଙ୍କୁ ବାବା ସିଦ୍ଦିକିଙ୍କ ଘନିଷ୍ଠ ବନ୍ଧୁ ଭାବରେ ବିବେଚନା କରାଯାଏ। ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ରିଆଲିଟି ସୋ ବିଗ୍ ବସ୍ ୧୮ର ସୁଟିଂ ବନ୍ଦ କରିଛନ୍ତି।  ଏହି ସମୟ ମଧ୍ୟରେ କେବଳ ସଲମାନ ଖାନ ନୁହଁନ୍ତି। ଅନେକ ବଲିଉଡ ତାରକାଙ୍କୁ ଡାକ୍ତରଖାନା ବାହାରେ ଦେଖିବାକୁ ମିଳିଥିଲା। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.