ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଗୋଟିଏ ଭୁଲ୍‌ ଶିଖାଇଦେଲା ଅନେକ କିଛି; ରାଧିକା ମଦାନ

Published By : Anindita Ratha | October 12, 2024 2:03 PM

ମୁମ୍ବାଇ,୧୨/୧୦: ବଲିଉଡ୍‌ ‘ସର୍‌ଫିରା’ ନାୟିକା ରାଧିକା ମଦାନ । ସେ ନିଜ  ଏକ ସାକ୍ଷାତକାରରେ କହିଛନ୍ତି ଯେ , ଷ୍ଟାର୍‌କିଡ୍‌ଙ୍କୁ ଶିଖିବାକୁ ୨-୩ ବା ତାଠୁ ଅଧିକ ଫିଲ୍ମ ମିଳେ । କିନ୍ତୁ ନୂଆ କଳାକାର ବା ବାହାରୁ ବଲିଉଡ୍‌କୁ ଆସିଥିବା କଳାକାରଙ୍କୁ ଗୋଟିଏ ଭୁଲ ପରେ ବହିଷ୍କାର କରିଦିଆଯାଏ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ ଇଣ୍ଡଷ୍ଟ୍ରି ଭଳି ବଲିଉଡ୍‌ରେ ପ୍ରିୟାପ୍ରୀତି ରହିଛି । ଷ୍ଟାର୍‌କିଡ୍‌ଙ୍କ ମାମଲାରେ, ପ୍ରଥମ ଫିଲ୍ମରେ ଭଲ ପ୍ରଦର୍ଶନ ନ କଲେ ମଧ୍ୟ ସେମାନଙ୍କୁ ଆହୁରି ୨-୩ଟି ଫିଲ୍ମରେ ସୁଯୋଗ ମିଳେ । କିନ୍ତୁ ତାଙ୍କ ଭଳି ବାହାରୁ ଆସୁଥିବା କଳାକାରଙ୍କଠୁ ଗୋଟିଏ ତ୍ରୁଟି ବିନା ସେଟ୍‌କୁ ଆସିବାକୁ ଆଶା କରାଯାଏ । ପ୍ରଥମ ଫିଲ୍ମରେ ଯଦି ସେମାନଙ୍କର ଗୋଟିଏ ଛୋଟ ଭୁଲ ହୋଇଯାଏ, ତେବେ ସେମାନଙ୍କୁ ବାହାର ରାସ୍ତା ଦେଖାଇ ଦିଆଯାଏ ।  ନିର୍ମାତା-ନିର୍ଦ୍ଦେଶକ କହନ୍ତି ‘ତୁମେ ଅଭିନୟ କରିପାରିବ ନାହିଁ । ଆମେ ତୁମକୁ ଗୋଟିଏ ସୁଯୋଗ ଦେଲୁ, ଏବେ ତୁମେ ବାହାରିଯାଅ ।’ ଉଦାହରଣ ରୂପେ ସେ ନିଜ କଥା କହିଛନ୍ତି, ପ୍ରଥମ ଭୁଲ ପାଇଁ ତାଙ୍କୁ ତୁରନ୍ତ ପ୍ରତ୍ୟାଖ୍ୟାନ କରାଯାଇଛି । ଏମିତିକି ଆଉ କିଛି ପ୍ରୋଜେକ୍ଟରେ ତାଙ୍କ ପ୍ରତିଭାର ପ୍ରମାଣ ଦେବାକୁ ସୁଯୋଗ ମଧ୍ୟ ଦିଆଯାଇ ନାହିଁ । ଏହି ଧାରା ସବୁ କ୍ଷେତ୍ରରେ ଚାଲିଥିବାରୁ ଯଦିଓ ସେ ଖାପଖୁଆଇ ସାରିଛନ୍ତି, କିନ୍ତୁ ଏହା ଠିକ୍‌ ନୁହେଁ ବୋଲି ରାଧିକା କହିଛନ୍ତି ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.