ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବାବା ସିଦ୍ଦିକିଙ୍କ ମୃତ୍ୟରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକ, ହସ୍ପିଟାଲରେ ପହଞ୍ଚିଲେ ଏହି ସବୁ ତାରକା

ମୁମ୍ବାଇ ୧୩/୧୦: ଅକ୍ଟୋବର ୧୨ ରାତିରେ ମୁମ୍ବାଇର ବାନ୍ଦ୍ରାରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତାଙ୍କୁ ହତ୍ୟା କିଏ କରିଛି ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ବାବା ସିଦ୍ଦିକି କେବଳ ରାଜନୀତିରେ ସକ୍ରିୟ ନଥିଲେ ବରଂ ଫିଲ୍ମ ଦୁନିଆର ଦିଗଜ ସଲମାନ ଖାନ, ଶାହାରୁଖ ଖାନ ଏବଂ ସଞ୍ଜୟ ଦତ୍ତଙ୍କ ଭଳି ଅନେକ ବଡ ତାରକାଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା।

ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ରାଜନେତାଙ୍କ ସମେତ ସେଲିବ୍ରିଟି ଲୀଳାବତୀ ହସ୍ପିଟାଲରେ ପହଞ୍ଚିଛନ୍ତି। ବାବା ସିଦ୍ଦିକିଙ୍କ ମୃତ୍ୟୁରେ ସଞ୍ଜୟ ଦତ୍ତ ପ୍ରଥମେ ହସ୍ପିଟାଲରେ ପହଞ୍ଚିଥିଲେ। ସଞ୍ଜୟ ଦତ୍ତଙ୍କ ସହିତ ସିଦ୍ଦିକିଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା। ତାଙ୍କ ପରେ ପରେ ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା ଏବଂ ଶିଖର ପହରିଆଙ୍କ ଭାଇ ଭୀର ପହରିଆ ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲେ। 




ଏଥିସହିତ ସଲମାନ ଖାନ 'ବିଗ୍ ବସ୍ ୧୮' ପାଇଁ ସୁଟିଂ କରୁଥିଲେ ଯାହାକୁ ସେ ବାତିଲ କରିଥିଲେ। କୁହାଯାଉଛି କି ସେ ଖୁବ୍‌ ଶୀଘ୍ର ବାବା ସିଦ୍ଦିକିଙ୍କ ପରିବାରକୁ ଭେଟିବା ପାଇଁ ଲୀଳାବତୀ ହସ୍ପିଟାଲରେ ପହଞ୍ଚିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.