ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

‘ଭିକ୍କି ବିଦ୍ୟା କା ବୋ ଓ୍ବାଲା ଭିଡ଼ିଓ’ ୨ ଦିନରେ ହିଁ କଲେକ୍ସନ କଲା ଅଧା ବଜେଟ ! ଜାଣନ୍ତୁ ମୋଟ୍ କଲେକ୍ସନ

ନୂଆଦିଲ୍ଲୀ,୧୨/୧୦ : ରାଜକୁମାର ରାଓ୍ବ ତୃପ୍ତି ଡିମରୀଙ୍କ କମେଡ଼ି ଫିଲ୍ମ ‘ବିକ୍କି ବିଦ୍ୟା କା ବୋ ଓ୍ବାଲା ଭିଡ଼ିଓ’ ୧୧ସେପ୍ଟେମ୍ବରରେ ଦଶହରା ଅବସରରେ ରିଲିଜ ହୋଇଥିବା ମୋଷ୍ଟ ଆଓ୍ବଟେଡ ବଲିଉଡ଼ ଫିଲ୍ମ ମଧ୍ୟରୁ ଗୋଟିଏ ଅଟେ । ଫିଲ୍ମ ସହ ଆଲିୟା ଭଟ୍ଟଙ୍କ ‘ଜିଗରା’ ଏବଂ ରାଜନିକାନ୍ତ- ଅମିତାଭ ବଚ୍ଚନଙ୍କ ‘ଭେଟ୍ଟ୍ୟାୟନ’ ବି ରିଲିଜ ହୋଇଛି। 

ଏହା ବ୍ୟତୀତ ଫିଲ୍ମ ଏକ ଭଲ ଓପନିଂ କରିଛି । ରାଜ ଶାଂଡିଲ୍ୟଙ୍କ ନିର୍ଦେଶନାରେ ହୋଇଥିବା ଫିଲ୍ମରେ ନ୍ୟାଶନାଲ କ୍ରଶ ତୃପ୍ତି ଏବଂ ‘ସ୍ତ୍ରୀ ୨’ ଭଳି ବ୍ଲକବଷ୍ଟର ଦେଇ ସାରିଥିବା ରାଜକୁମାର ରାଓ ଏକାସାଙ୍ଗରେ ଦେଖାଯାଇଛନ୍ତି । ଉଭୟଙ୍କ ଟାଇମିଂ ଲୋକଙ୍କୁ ପସନ୍ଦ ଆସୁଛି । ଏବେ ଫିଲ୍ମର କଲେକ୍ସନର ଦ୍ବିତୀୟ ଦିନ ଆରମ୍ଭରୁ ସଂଖ୍ୟା ସାମ୍ନାକୁ ଆସି ସାରିଛି ।

ରାଜକୁମାର ରାଓଙ୍କ ଫିଲ୍ମ ପ୍ରଥମ ଦିନ ୫.୨୫କୋଟିର କଲେକ୍ସନ କରିଛି । ସ୍ୟାକ୍ନିଳ୍କ ଅନୁସାରେ, ଫିଲ୍ମ ଦ୍ବିତୀୟ ଦିନ ୮.୫୦ ସୁଦ୍ଧା ୫.୧କୋଟିର କଲେକ୍ସନ କରିଛି । ଫିଲ୍ମର ମୋଟ୍ କଲେକ୍ସନ ୧୦.୩୫କୋଟି ଟଙ୍କା କଲେକ୍ସନ କରି ସାରିଛି । ଦଶହରାର ଛୁଟି ଏବଂ ଫିଲ୍ମକୁ ମିଳିଥିବା ପଜିଟିଭ ରିଭ୍ୟୁର ସଫଳତା ଫିଲ୍ମକୁ ଆଜି ମିଳିପାରେ । ଫିଲ୍ମର କଲେକ୍ସନ ସହ ଯୋଡ଼ି ସଂଖ୍ୟା ପ୍ରାୟ ଆରମ୍ଭ ହୋଇସାରିଛି । ଏହି ଆଧାରରେ ଦେଖିବା ତ ଏହା ଅନୁମାନ କରାଯାଉଛି କି ଫିଲ୍ମ ନିଜ ଓପନିଂ ଡେରୁ ବି ଅଧିକ କଲେକ୍ସନ କରି ନେବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.