ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଗୋଟିଏ ଚରିତ୍ରରୁ ବିଦେଶରେ ସାଉଁଟିଲେ ପ୍ରଶଂସା, ଅଭିନେତାଙ୍କ ନାଁରେ ଚମତ୍କାର ରେକର୍ଡ

ମୁମ୍ୱାଇ, ୧୫।୧୦: ୧୯୮୪ ମସିହାରେ ରିଲିଜ୍ ହୋଇଥିଲା ଏକ ଫିଲ୍ମ । ଯାହାର ନାଁ ଥିଲା ଏ ପାସେଜ୍ ଟୁ ଇଣ୍ଡିଆ’ । ଯାହାର ନିର୍ଦ୍ଦେଶକ ଥିଲେ ଡେଭିଡ ଲିନ୍ । ଏହି ଚଳଚ୍ଚିତ୍ରରେ ଡକ୍ଟର ଅଜିଜ ଅହମ୍ମଦଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କୁ ଛୁଟିଥିଲା ପ୍ରଶଂସାର ସୂଅ । ପାଶ୍ଚାତ୍ୟ ସିନେମାରେ ଏହି ଚରିତ୍ରକୁ ବେଶ୍ ପ୍ରଶଂସା ସାଉଁଟିଥିଲେ । ଏହି ଚରିତ୍ରରେ ଅଭିନୟ କରିଥିବା ବ୍ୟକ୍ତି ଜଣକ କିଏ ? ସମସ୍ତେ ଖୋଜୁଥିଲେ ତାଙ୍କ ପରିଚୟ । ଅଭିନେତାଙ୍କ ନାଁ ପାର୍ଥୋ ସାରଥୀ ଅର୍ଥାତ୍ ଭିକ୍ଟର ବାନାର୍ଜୀ । ଅକ୍ଟୋବର ୧୫ରେ ସେ ଏ ୭୮ ବର୍ଷରେ ପାଦ ଥାପିଛନ୍ତି । 

ସେ 'ଏ ପାସେଜ୍ ଟୁ ଇଣ୍ଡିଆ' ଚଳଚ୍ଚିତ୍ର ପାଇଁ ଏକାଧିକ ପୁରସ୍କାର ଗ୍ରହଣ କରିଛନ୍ତି ।୧୯୮୬ରେ, ସେ ଏହି ଭୂମିକା ପାଇଁ ବାଫଟା ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଥିଲେ । ଇଭିନିଂ ଷ୍ଟାଣ୍ଡାର୍ଡ ବ୍ରିଟିଶ୍ ଚଳଚ୍ଚିତ୍ର ପୁରସ୍କାର ଏବଂ ଏନ୍‌ବିଆର ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ଏପ୍ରିଲ୍ ୧୯୮୫ରେ, ବାନାର୍ଜୀ ଆମେରିକାର ମୋସନ୍ ପିକ୍ଚର୍ ଆସୋସିଏସନ୍ ତରଫରୁ "ନୂତନ ଆନ୍ତର୍ଜାତୀୟ ତାରକା" ଭାବରେ "ଶୋ-ଏ-ରାମା ପୁରସ୍କାର" ଗ୍ରହଣ କରିଥିଲେ । 

ଏକ ଧନୀ ଓ ଜମିଦାର ପରିବାରରେ ଜନ୍ମିତ ଭିକ୍ଟର ବହୁତ ଶିକ୍ଷିତ ଥିଲେ । ସେ ଚାଞ୍ଚଲର ରାଜା ବାହାଦୂରଓ ଉତ୍ତରପାରା ରାଜାଙ୍କ ବଂଶଧର ଥିଲେ । ସେ ସେଣ୍ଟ ଏଡମଣ୍ଡ ସ୍କୁଲ, ସିଲୋଙ୍ଗରେ ନିଜ ସ୍କୁଲ୍ ଶିକ୍ଷା ଶେଷ କରିଥିଲେ । ପରେ କଲିକତାର ସେଣ୍ଟ ଜାଭିୟର କଲେଜରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଏବଂ ଯାଦବପୁର ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।  ଭିକ୍ଟର ହିନ୍ଦୀ, ବଙ୍ଗାଳୀ ଏବଂ ଇଂରାଜୀ ଭାଷା ଚଳଚ୍ଚିତ୍ରରେ କାମ କରିଛନ୍ତି । ରୋମାନ ପୋଲାନସ୍କି, ଜେମ୍ସ ଆଇଭୋରୀ, ସାର୍ ଡେଭିଡ ଲିନ, ଜେରୀ ଲଣ୍ଡନ, ରୋନାଲ୍ଡ ନେମ୍, ଶ୍ରୀନାଲ ସେନ୍, ଶ୍ୟାମ ବେନେଗାଲ, ସତ୍ୟଜିତ୍ ରୟ ଏବଂ ରାମ ଗୋପାଳ ଭର୍ମାଙ୍କ ପରି ଅଗ୍ରଣୀ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ପରଦାରେ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ।

ଭିକ୍ଟର ଆରମ୍ଭରୁ ହିଁ କିଛି ଭିନ୍ନ କରିବାକୁ ଚାହୁଁଥିଲେ । ସେ ନିଜ ଇଚ୍ଛା ଅନୁଯାୟୀ ସବୁ କାମ କରନ୍ତି । ସେ ଡବଲିନ୍‌ର ଟ୍ରିନିଟି କଲେଜର ଛାତ୍ରବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଆଇରିସ୍ ଖ୍ରୀଷ୍ଟିଆନ ବ୍ରଦର୍ସଙ୍କ ମାଧ୍ୟମରେ ତାଙ୍କୁ ଏକ ଅପେରା ଟ୍ରେନର, ଅର୍ଥାତ୍ ମେନ୍ ମେଲ୍ ସିଙ୍ଗର ଭାବେ ମନୋନୀତ ହୋଇଥିଲେ । ସେ "ଡେଜର୍ଟ ସଙ୍ଗ" ଓ "କଲିକତା ଲାଇଟ୍ ଅପେରା ଗ୍ରୁପ୍"ର ପ୍ରମୁଖ ଟ୍ରେନର ଥିଲେ ଏବଂ ବମ୍ବେ ଥିଏଟରର ପ୍ରଥମ ପ୍ରସ୍ତୁତ ସଂଗୀତ "ଗଡସ୍ପେଲ୍"ରେ ସେ "ଯୀଶୁ"ଙ୍କ ଭୂମିକାରେ ଅଭିନୟ କରିଥିଲେ । ସତ୍ୟଜିତ୍ ରାୟଙ୍କ 'ସତରଞ୍ଜ କେ ଖିଲାଡ଼ି'ରେ ମଧ୍ୟ ଏକ ଚମତ୍କାର ଚରିତ୍ରରେ ଅଭିନୟ କରିଥିଲେ । ୨୦୦୩ରେ ମଧ୍ୟ ଜୋଗର୍ସ ପାର୍କରେ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା । 

ସେ ହେଉଛନ୍ତି ଭାରତର ଏକମାତ୍ର ବ୍ୟକ୍ତି ଯିଏ, ତିନୋଟି ଭିନ୍ନ ଭିନ୍ନ ବର୍ଗରେ "ଜାତୀୟ ପୁରସ୍କାର" ଜିତିଛନ୍ତି । ହ୍ୟୁଷ୍ଟନ୍ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ “ହ୍ୱେୟାର ନୋ ଜର୍ଣ୍ଣି ଏଣ୍ଡ” ପାଇଁ ସିନେମାଟୋଗ୍ରାଫର ଭାବରେ ତାଙ୍କୁ “ଗୋଲ୍ଡ ଆୱାର୍ଡ” ମଧ୍ୟ ମିଳିଥିଲା । "ଦ ସ୍ପ୍ଲେଣ୍ଡର ଅଫ୍ ଗଡ଼ୱାଲ ଆଣ୍ଡ ରୂପକୁଣ୍ଡ" ପାଇଁ ଶ୍ରେଷ୍ଠ ପର୍ଯ୍ୟଟନ ଡକ୍ୟୁମେଣ୍ଟାରୀ ପାଇଁ ନିର୍ଦ୍ଦେଶକ ପୁରସ୍କାର ଲାଭ କରିଥିଲେ । ଏଥିସହ ସତ୍ୟଜିତ୍ ରୟଙ୍କ "ଘେରେ ବଏରେ" ରେ ଅଭିନୟ କରି "ଶ୍ରେଷ୍ଠ ସହାୟକ ଅଭିନେତା" ପୁରସ୍କାର ନିଜ ନାଁରେ କରିଥିଲେ । ଲୋକଙ୍କ ସେବା କରିବା ତାଙ୍କୁ ଖୁବ୍ ପସନ୍ତ ତେଣୁ ସେ ସମାଜ ସେବା ମଧ୍ୟ କରୁଥିଲେ । ସେ ଏକାଧିକ କ୍ଷୁଦ୍ରଗଳ୍ପ, ପତ୍ରିକା ଏବଂ ଖବରକାଗଜରେ ବିଭିନ୍ନ ବିଷୟକୁ ନେଇ ପ୍ରବନ୍ଧ ଲେଖିଛନ୍ତି । ସେ ସ୍କ୍ରିନ ଏକ୍ସଟ୍ରା ୟୁନିଅନ ଅଫ୍ ଇଣ୍ଡିଆ ଗଠନ କରିବାରେ ସାହାଯ୍ୟ କରିଥିଲେ ଏବଂ ଗଡ଼ୱାଲି ଚାଷୀଙ୍କ ଅଧିକାର ପାଇଁ ଅଭିଯାନ ଚଳାଇଥିଲେ । ଭିକ୍ଟର ବାନାର୍ଜୀଙ୍କ ନିଜର ବ୍ୟକ୍ତିତ୍ୱ ପାଇଁ ପରିଚିତ । ୨୦୨୨ ମସିହାରେ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.