ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଆଜି ଘୋଷଣା ହେବ ମହାରାଷ୍ଟ୍ର- ଝାଡ଼ଖଣ୍ଡର ନିର୍ବାଚନ ତାରିଖ

ନୂଆଦିଲ୍ଲୀ, ୧୫/୧୦ : ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡର ନିର୍ବାଚନର ବିଗୁଲ ଆଜି ବାଜିବ । ନିର୍ବାଚନ ଆୟୋଗ ଆଜି ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡର ନିର୍ବାଚନକୁ ନେଇ ୩ଟା ୩୦ମିନିଟରେ ତାରିଖ ଘୋଷଣା ହେବ । ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରି କହିଛନ୍ତି କି ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଅପରାହ୍ନ ୩ଟା ୩୦ମିନିଟରେ ସାମ୍ବାଦିକ ସମ୍ମିଳନୀ ହେବ । ଯେଉଁଥିରେ ନିର୍ବାଚନ ଏବଂ ମତଗଣନାର ତାରିଖର ଘୋଷଣା କରାଯିବ । 

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ଉଭୟ ରାଜ୍ୟର ରାଜନୈତିକ ମାହୋଲ ଏବେ ସରଗରମ ହୋଇଯାଇଛି।  ଏହି ନିର୍ବାଚନ ରାଜ୍ୟ ବ୍ୟତୀତ ଜାତୀୟ ରାଜନୀତି ଉପରେ ବି ପ୍ରଭାବ ପକାଇବ । ମହାରାଷ୍ଟ୍ର କଥା ଯଦି ଆମେ କହିବା ତେବେ ଏବେ ଶିବସେନାର ନେତୃତ୍ବ ନେଉଥିବା ଏକନାଥ ସିନ୍ଦେଙ୍କ ସରକାର ଅଛି । ଯିଏ ପୁରୁଣା ଶିବସେନାରୁ ବାହାରିବା ପରେ ବିଜେପି ସହ ହାତ ମିଳାଇଥିଲେ ଏବଂ ରାଜ୍ୟରେ ସରକାର କରିଥିଲେ । ଏହି ସରକାରରେ ଏନସିପିର ଅଜିତ ଗୋଷ୍ଠୀ ବି ସାମିଲ ରହିଛି । ଏହି ନିର୍ବାଚନରେ ଦେଖିବାକୁ ବାକି ରହିଲା କି କ’ଣ ମହାରାଷ୍ଟ୍ରର ମତଦାତା ବର୍ତ୍ତମାନ ସରକାର ଉପରେ ନିଜର ଭରସା ପୁଣି ଥରେ ରଖିବେ କିମ୍ବା ପୁଣି ଶିବସେନ(ଉଦ୍ଧବ ଗୋଷ୍ଠୀ), ଏନସିପି(ଶରଦ ଗୋଷ୍ଠୀ) ଏବଂ କଂଗ୍ରେସକୁ ସରକାର ଗଢିବାର ସୁଯୋଗ ଦେବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.