ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ହାସ୍ୟ ଅଭିନେତା ଅତୁଲ ପରଚୁରେଙ୍କ ନିଧନ, କ୍ୟାନ୍ସରରେ ଥିଲେ ପୀଡ଼ିତ

ନୂଆଦିଲ୍ଲୀ, ୧୫/୧୦ : ଭେଟରାନ ହାସ୍ୟ ଅଭିନେତା ଅତୁଲ ପରଚୁରେଙ୍କ ନିଧନ । ୫୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନରୁ ସେ କ୍ୟାନ୍ସରରେ ପୀଡ଼ିତ ଥିଲେ । କ୍ୟାନ୍ସରରେ ଚିକିତ୍ସା ପରେ ସେ କାମ ଆରମ୍ଭ କରିଦେଇଥିଲେ। ମାତ୍ର ବାରମ୍ବାର ତାଙ୍କର ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା । କ୍ୟାନ୍ସର ପରେ ସେ ବହୁ ଚିନ୍ତିତ ଥିଲେ । 

ଅତୁଲ ପରଚୁକେ ହିନ୍ଦି ସିନେମାର ଜଣାଶୁଣା ନାଁ । ହିନ୍ଦୀ ସିନେମା ବ୍ୟତୀତ ସେ ମରାଠୀ ସିନେମାରେ ବି ବହୁ ଲୋକପ୍ରିୟ ଥିଲେ । ତାଙ୍କର ଏଭଳି ଭାବେ ଯିବା ଫିଲ୍ମ ଇଣ୍ଡଷ୍ଟ୍ରି ଲାଗି ଏକ ବଡ଼ ଧରଣର ଝଟକା । ଅତୁଲ କପିଲ ଶର୍ମାଙ୍କ ଶୋରେ ବି କାମ କରି ସାରିଛନ୍ତି ।

ଅଭିନେତା ଜଣଙ୍କ ଏକ ସାକ୍ଷାତକାରରେ କହିଥିଲେ କି ତାଙ୍କୁ ଲିଭର କ୍ୟାନ୍ସର ବିଷୟରେ କିଭଳି ଜଣାପଡ଼ିଥିଲା । ଅଭିନେତା କହିଥିଲେ କି ବିବାହର ୨୫ବର୍ଷ ପୂରା ହେବା ପରେ ଯେତେବେଳେ ମୁଁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଯାଇଥିଲି ତ ଠିକ୍ ଥିଲା । କିନ୍ତୁ କିଛି ଦିନ ପରେ ମୁଁ କିଛି ବି ଖାଇପାରିନଥିଲି । ସେହି ସମୟରେ ମୋତେ ଭଲ ଲାଗିନଥିଲା  । ପରେ ମୋତେ ଲାଗିଥିଲା କି କିଛି ଗଡ଼ବଡ଼ ଅଛି । ମୋ ଭାଇ ଔଷଧ ଦେଇଥିଲେ କିନ୍ତୁ ମୋତେ ସୁସ୍ଥ ଲାଗିନଥିଲା। ଯାହାପରେ ଡାକ୍ତରଙ୍କ ପାଖକୁ ଯିବା ପରେ ମୋତେ କୁହାଯାଇଥିଲା କି ମୋ ଲିଭରରେ ୫ସେଣ୍ଟିମିଟରର ଲମ୍ବା ଟ୍ୟୁମର ଅଛି ଯାହା କ୍ୟାନ୍ସର ଅଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.