ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ

ଲକ୍ଷ୍ନୌ ୧୫/୧୦: ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲା ହରଦି ଅଞ୍ଚଳରେ ରବିବାର ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଢେଲାପଥର ଓ ଗୁଳିମାଡ଼  ଯୋଗୁ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ସମ୍ପୃକ୍ତ ଯୁବକଙ୍କ ନାମ ରାମଗୋପାଳ ମିଶ୍ର । ପୁଲିସ ଏହି ଘଟଣାରେ ୧୦ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ  କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ  କରିଛି । ଗତକାଲି ରାତିରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ସ୍ଥାନୀୟ  ଲୋକମାନେ ଶବକୁ ଧରି ୫ କି.ମି. ପର୍ଯ୍ୟନ୍ତ ଶୋଭାଯାତ୍ରା  କରିଥିଲେ । ପୁଲିସ ବୁଝାସୁଝା କରିବା ପରେ ପରିବାର  ଲୋକେ ମୃତଦେହର ଅନ୍ତିମ ସଂସ୍କାର କରିଥିଲେ ।  କିନ୍ତୁ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇ ଅନେକ  ଗାଡି ଓ ଦୋକାନ ଘରେ ନିଆଁ ଲଗାଇ ଦେଇଥିଲେ ।  ଏକ ହସ୍ପିଟାଲର ଓ ସୋରୁମ୍‌କୁ ମଧ୍ୟ ସେମାନେ ପୋଡି  ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ  ବହରାଇଚ ଜିଲ୍ଲାରେ ଇଣ୍ଟରନେଟକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଆଖପାଖ ୬ଟି ଜିଲ୍ଲାରୁ ଅଧିକ ସଂଖ୍ୟକ  ଫୋର୍ସ ମଗାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି  ରହିଛି । ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ  ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.