ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

୯୨ବର୍ଷ ପୂର୍ବେ ଭାରତକୁ ମିଳିଥିଲା ପ୍ରଥମ ବିମାନ ସେବା, ଟାଟା ଏୟାରଲାଇନ୍ସରୁ ଏୟାର ଇଣ୍ଡିଆର ଯାତ୍ରା

ନୂଆଦିଲ୍ଲୀ, ୧୫।୧୦: ୯୨ ବର୍ଷ ପୂର୍ବେ ୧୫ ଅକ୍ଟୋବର ୧୯୩୨ ଅର୍ଥାତ୍ ଆଜିର ଦିନ ଟାଟା ଗ୍ରୁପ୍ ଏବଂ ଭାରତ ପାଇଁ ଐତିହାସିକ ଦିନ । ୧୯୩୨ରେ ଅକ୍ଟୋବର ୧୫, ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଜେଆରଡି ଟାଟା କରାଚିରୁ ମୁମ୍ବାଇ ଅଭିମୁଖେ ଭାରତର ପ୍ରଥମ ବାଣିଜ୍ୟିକ ବିମାନ ଉଡ଼ାଣ କରିଥିଲେ । 

ଏୟାର ଇଣ୍ଡିଆ ବା ଟାଟା ଏୟାରଲାଇନ୍ସର ପ୍ରଥମ ବିମାନ ଉଡ଼ାଣ କେମିତି ଥିଲା ? ଆସନ୍ତୁ ଜାଣିବା । ଭାରତର ପ୍ରଥମ ବାଣିଜ୍ୟିକ ପାଇଲଟ୍ ଜେଆରଡି ଟାଟା । ଦୀର୍ଘଦିନ ଧରି ସେ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଥିଲେ । ଭାରତରେ ବେସାମରିକ ବିମାନ ଚଳାଚଳର ଜନକ ଭାବେ ମଧ୍ୟ ପରିଚିତ ଥିଲେ । ୨୯ ଜୁଲାଇ ୧୯୦୪ରେ ପ୍ୟାରିସରେ ଜନ୍ମଗ୍ରହଣ କରିଥିଲେ ଜେଆର୍‌ଡି ରତନଜୀ ଦାଦାବୋଇ ଟାଟା । ସେ ପ୍ରତ୍ୟେକ ଦିନ ଫ୍ରାନ୍ସର ହାର୍ଡେଲଟ ବେଳାଭୂମିରେ ବିମାନ ଅବତରଣ କରୁଥିବାର ଦେଖୁଥିଲେ । ଯାହା ପରେ ସେ ବିମାନକୁ ଭଲ ପାଇବସିଥିଲେ । ପରେ ବିମାନ ଉଡ଼ାଣ ପ୍ରତି ସେ ବେଶ୍ ଆଗ୍ରହ ହୋଇଥିଲା । ଦିନେ ନା ଦିନେ ସେ ନିଶ୍ଚୟ ପାଇଲଟ୍ ହେବେ ବୋଲି ସ୍ୱପ୍ନ ଦେଖିଥିଲେ । ଆଉ ଏହାକୁ ସଫଳ ମଧ୍ୟ କରିଥିଲେ । 

୧୫ ଅକ୍ଟୋବର ୧୯୩୨ରେ, ଜେଆର୍‌ଡି ଟାଟା ତତ୍କାଳୀନ ଟାଟା ଏୟାର ସର୍ଭିସର ଏକକ ଇଞ୍ଜିନ ଡି ହାଭିଲାଣ୍ଡରେ ଅହମ୍ମଦାବାଦ ଦେଇ କରାଚିରୁ ବମ୍ବେ ଯାତ୍ରା କରିଥିଲେ । ସଫଳ ବିମାନ ଉଡ଼ାଣ ପରେ ଜେଆରଡି ଟାଟା କହିଥିଲେ ଯେ ମୁଁ କରାଚିରୁ ମୁମ୍ବାଇ ଅଭିମୁଖେ ଯାତ୍ରା କଲାବେଳେ ସେ ବହୁତ ଖୁସି ଥିଲେ । ଆମେ ଘଣ୍ଟା ପ୍ରତି ୧୦୦ ମିଲିମିଟରରେ ଯାତ୍ରା କରୁଥିଲୁ । ଏ ଯାତ୍ରାର ସଫଳତା ପାଇଁ ମୁଁ ମନେ ମନେ ପ୍ରାର୍ଥନା କରୁଥିଲି । ଏହି ବିମାନର ପୂରା ନାଁ ଡି ହାଭିଲାଣ୍ଡ ଡିଏଚ୍‌ ୮୦ଏ ପୁସ୍ ମଥ୍ । ଏହା ଏକ ତିନି ସିଟ୍ ବିଶିଷ୍ଟ ମୋନୋପ୍ଲେନ୍ ବିମାନ । ୧୯୨୯ରୁ ୧୯୩୩ ମଧ୍ୟରେ ଡି ହାଭିଲାଣ୍ଡ ବିମାନ କମ୍ପାନୀ ଏହା ନିର୍ମାଣ ଓ ଡିଜାଇନ୍ କରିଥିଲା । ସ୍ୱାଧୀନତା ପରେ ୧୯୫୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ଏୟାର ଇଣ୍ଡିଆକୁ ଜାତୀୟକରଣ କରାଯାଇଥିଲା । ଭାରତ ସରକାରଙ୍କ ଦ୍ୱାରା ଜାତୀୟକରଣ ପରେ ନେହେରୁ ସରକାରରେ ଜେଆରଡି ଟାଟା ଉଭୟ ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ୍ ଏୟାରଲାଇନ୍ସର ଅଧ୍ୟକ୍ଷ ହୋଇଥିଲେ ।

ଏକ ଦଶନ୍ଧି ଧରି ସରକାରୀ ନିୟନ୍ତ୍ରଣରେ ରହିବା ସମୟରେ ଏହି ଏୟାରଲାଇନ୍ସ ଉପରେ ୫୦ ହଜାର କୋଟିରୁ ଉର୍ଦ୍ଧ୍ୱ ଋଣଭାର ହୋଇଯାଇଥିଲା । ଶେଷରେ ଏୟାରଲାଇନ୍‌କୁ ବନ୍ଦ କରି ଏହାକୁ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ନିଲାମିରେ ସର୍ବାଧିକ ଟଙ୍କା ଦେଇ ଏୟାରଲାଇନ୍ସକୁ କିଣିଥିଲା ଟାଟା ଗ୍ରୁପ୍ । ଜାନୁଆରୀ ୨୦୨୨ରେ ଏହାକୁ ଟାଟା ଗ୍ରୁପ୍‌କୁ ବିକ୍ରି କରାଯାଇଥିଲା । ଏୟାର ଇଣ୍ଡିଆ ନିଲାମ ଜିତିବା ପରେ ଟାଟା ଟ୍ରଷ୍ଟର ତତ୍କାଳୀନ ଅଧ୍ୟକ୍ଷ ରତନ ଟାଟା ଖୁସି ବ୍ୟକ୍ତ କରି କହିଥିଲେ, ୱେଲକମ୍ ବ୍ୟାକ୍, ଏୟାର ଇଣ୍ଡିଆ । ଟାଟା ଗ୍ରୁପ୍ ଏୟାର ଇଣ୍ଡିଆର ନୂତନ ଗ୍ରାହକଙ୍କୁ ସ୍ୱାଗତ କରୁଛି । କହିରଖୁ ଯେ, ଚଳିତ ବର୍ଷ ଅକ୍ଟୋବର ୯ରେ ବିଶିଷ୍ଟ ଶିଳ୍ପ ଜଗତର ରତ୍ନ ରତନ ଟାଟାଙ୍କର ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.