ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଚେନ୍ନାଇରେ ପ୍ରବଳ ଝଡ଼ ବର୍ଷା,ସ୍କୁଲ-କଲେଜ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୫/୧୦:ଚେନ୍ନାଇରେ ଜାରି ରହିଛି ପ୍ରବଳ ଝଡ଼ ବର୍ଷା। ଫଳରେ ଅନେକ ଜିଲ୍ଲାରେ ଜଳସ୍ତର ବୃଦ୍ଧି ପାଇଥିବାରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ-କଲେଜ ଛୁଟି ଘୋଷଣା ହୋଇଛି। ଚେନ୍ନାଇ, ତିରୁଭାଲୁର, କାଞ୍ଚିପୁରମ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ଆଜି ସ୍କୁଲ-କଲେଜ ଛୁଟି ରହିବ। ଏଥିସହ ଆଇଟି କମ୍ପାନୀ ଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କୁ ଆସନ୍ତା ୧୮ ତାରିଖ ଯାଏଁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍।

ତେବେ ତାମିଲନାଡୁର ଅନେକ ଜିଲ୍ଲାରେ ଗତ ୨୪ ଘଣ୍ଟା ହେବ ଦିନସାରା ବର୍ଷା ହେଉଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି। ବିଶେଷ କରି ଉତ୍ତର ତାମିଲନାଡୁରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ସେପଟେ ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ୩୦୦ ବିଶେଷ ରୂପେ ପ୍ରଶିକ୍ଷିତ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି। ମ୍ୟୁନିସିପାଲଟି ଓ ଜରୁରୀକାଳିନ ସେବାକୁ ମଧ୍ୟ ଆଲର୍ଟ କରାଯାଇଛି। ସେହିପରି ସୋମବାର ଦିନ ମୁଖ୍ୟମନ୍ତ୍ରୀ ଏକ ବୈଠକ କରି ମୌସୁମୀ ପ୍ରସ୍ତୁତିର ସମୀକ୍ଷା କରିଥିଲେ।ଏହି ବୈଠକରେ ଚେନ୍ନାଇ ନିଗମ କମିଶନର କହିଛନ୍ତି ଯେ, ପମ୍ପ ଏବଂ ୫୭ ଟି ଟ୍ରାକ୍ଟର ଷ୍ଟାଣ୍ଡବାଇରେ ଅଛି। ଏଥିସହ ତୁରନ୍ତ ବ୍ୟବହାର ପାଇଁ ୩୬ ଟି ମୋଟରବୋଟ, ୪୬ ମେଟ୍ରିକ୍ ଟନ୍ ବ୍ଲିଚ୍ ପାଉଡର, ୨୫ ମେଟ୍ରିକ୍ ଟନ୍ ଚୂନ ପାଉଡର ଏବଂ ଫେନୋଲ ପ୍ରସ୍ତୁତ କରାଯାଇଛି। ସେହିପରି ଅନ୍ୟପଟେ ଉପ-ମୁଖ୍ୟମନ୍ତ୍ରୀ ସୋମବାର ଦିନ ପ୍ରବଳ ବର୍ଷା ପୂର୍ବାନୁମାନ ପରେ ନାରାୟଣପୁରମ୍ ହ୍ରଦ କୂଳ ଏବଂ ଆମ୍ବେଦକର ରୋଡ୍ କେନାଲର ସର୍ଭେ କରିଥିଲେ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.