ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ରେଡ୍‌ ବେଳେ ଅବକାରୀ କନେଷ୍ଟବଳଙ୍କୁ ମାଡ଼, ୫ ଜଣଙ୍କ ନାଁରେ ମାମଲା ରୁଜୁ

ବ୍ରହ୍ମପୁର, ୧୫/୧୦ : ଦଶହରାରେ ଚୋରା ମଦ ବେପାର ଉପରେ ଚଢାଉ ବେଳେ ଅବକାରୀ କନେଷ୍ଟବଳଙ୍କୁ ଆକ୍ରମଣ। ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଟେଲିଫୋନ ଭବନ ପଛପାଖ ଗଳିରେ ଏହି ଘଟଣା ଘଟିଛି। ଏହି ଅଭିଯୋଗରେ ୫ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଜଣେ ଗିରଫ ହୋଇଛନ୍ତି।

ସୂଚନାନୁଯାୟୀ, ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଟେଲିଫୋନ ଭବନ ପଛପାଖ ଗଳିରେ ଚୋରା ମଦ କାରବାର ଚାଲୁଥିବା ଖବର ପାଇ କନେଷ୍ଟବଳ ସବ୍ୟସାଚୀ ମିଶ୍ର ବନ୍ଦ ଦୋକାନ ନିକଟକୁ ଯାଇଥିଲେ। ସେହି ବନ୍ଦ ମଦ ଦୋକାନ ନିକଟରେ କିଛି ଦୁବୃର୍ତ୍ତ ଏକ ବ୍ୟାଗରେ ମଦ ରଖି ବିକ୍ରି କରୁଥିବା ଦେଖି ସେ ମୋବାଇଲ୍‌ରେ ଭିଡିଓ, ଫଟୋ ରେକର୍ଡିଂ କରୁଥିଲେ। ଏହା ଦେଖି ଦୁବୃର୍ତ୍ତମାନେ ତାଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇ ଥିଲେ। ସବ୍ୟସାଚୀ ୟୁନିଫର୍ମରେ ନ ଥିବାରୁ ଦୁବୃର୍ତ୍ତମାନେ ଚିହ୍ନି ପାରିନଥିଲେ। ଦୁବୃର୍ତ୍ତଙ୍କ ଆକ୍ରମଣରେ ସବ୍ୟସାଚୀଙ୍କ ଆଖି ପତ୍ତାରେ ଗଭୀର କ୍ଷତ ହୋଇଛି। 

ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ୫ଜଣଙ୍କ ନାମରେ ଟାଉନ ଥାନାରେ ଅଭିଯୋଗ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ। 

 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.