ପ୍ରମୂଖ ଖବର
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ରଙ୍ଗିଲା ବାବାଙ୍କ ବିରୋଧରେ ପାଟି ଖୋଲିଲେନି ଅପହୃତା ଯୁବତୀ, ୩ ଦିନ ହେପାଜତରେ ରଖି କୈବଲ୍ୟ ଯାନୀଙ୍କୁ ଛାଡିଦେଲା ପୋଲିସ

ଢେଙ୍କାନାଳ, ୧୫/୧୦ : ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ରଙ୍ଗିଲା ବାବା ଓରଫ କୈବଲ୍ୟ ଯାନୀ ଅପହରଣ କରିବା ଘଟଣା। ଉଦ୍ଧାର ହେଲେ ଅପହୃତା ଯୁବତୀ। ତେବେ ଯୁବତୀ ଜଣଙ୍କ ବାବାଙ୍କ ବିରୋଧରେ ମୁହଁ ଖୋଲି ନାହାଁନ୍ତି। ଯାହାଫଳରେ ପୋଲିସ ବାବା କୈବଲ୍ୟ ଯାନୀଙ୍କୁ ଛାଡ଼ି ଦେଇଛି। ସେପଟେ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଡାକ୍ତରୀ ମାଇନା ପାଇଁ ନିଆଯାଇଥିବା ବେଳେ ସେ ମନା କରିଥିବା ଜଣାପଡ଼ିଛି। ପୁଲିସ ଓ ମାଜିଷ୍ଟେଟଙ୍କ ଆଗରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି। ଯୁବତୀଙ୍କୁ ଏବେ ସେଲଟର ହୋମ୍‌କୁ ପଠାଯାଇଛି। ଯୁବତୀଙ୍କ ପରିବାର ଲୋକ ଏବେ ଚିନ୍ତାରେ ପଡିଛନ୍ତି। 

ସୂଚନାନୁଯାୟୀ, ଗତ ୭ ତାରିଖରେ ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକ ଢେଙ୍କାନାଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବାବା କୈବଲ୍ୟ ଯାନୀ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ କରିଥିଲେ। ଏହାପରେ ଢେଙ୍କାନାଳ ଥାନା ପୋଲିସ ଏକ ମାମଲା ରୁଜୁ କରି ତିଗିରିଆ ସୋମପଡା ସ୍ଥିତ ଆଶ୍ରମରେ ଚଢାଉ କରି ବାବାଙ୍କୁ ଗିରଫ କରିଥିଲା। ଏହାପରେ ବାବାଙ୍କ ଡିଜେ ଗୀତରେ ମଡର୍ଣ୍ଣ ଡ୍ୟାନ୍ସ ଏବଂ ଯୁବତୀଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ସାମ୍ନାକୁ ଆସିଥିଲା। ଏପରିକି ବାବାଙ୍କ ଗାଡିରୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିଲା। ରଙ୍ଗିଲା ବାବାଙ୍କ ପାଖଣ୍ଡି କାର୍ଯ୍ୟକଳାପର ଗୋଟିଏ ପରେ ଗୋଟିଏ କଳାଫର୍ଦ୍ଦ ଖୋଲିଥିଲା। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ତଦନ୍ତ ବେଳେ ବାବାଙ୍କୁ ୨ଟି ଆଧାର କାର୍ଡ ଥିବା ପୋଲିସ ଜାଣିବାକୁ ପାଇଥିଲା। ବାବାଙ୍କ ଅସଲ ପରିଚୟ ଖୋର୍ଦ୍ଧା କେରଙ୍ଗର ଗୁରୁଦତ୍ତ ପଟ୍ଟନାୟକ ବୋଲି ଜଣାପଡ଼ିଥିଲା। ତେବେ ଏଭଳି ସଙ୍ଗୀନ ଅଭିଯୋଗ ସତ୍ତ୍ଵେ ପୋଲିସ ବାବାଙ୍କୁ ୩ ଦିନ ହେପାଜତରେ ରଖିବା ପରେ କୋର୍ଟ ଚାଲାଣ ନକରି ଛାଡି ଦେଇଛି। ପୋଲିସର ଭୂମିକା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.