ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଭୁବନେଶ୍ୱର ମେଟ୍ରୋ ରେଳ ପାଇଁ ଖମ୍ବ କାର୍ଯ୍ୟ ଆରମ୍ଭ କଲା ବିଏମଆରସିଏଲ

ବାରଙ୍ଗ,୧୫/୧୦: ବିଜୟା ଦଶମୀଠାରୁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ  ପିଲର କାର୍ଯ୍ୟ ଆରମ୍ଭ ହୋଇଛି । ବାରଙ୍ଗ ବ୍ଲକ ଛକ ୟୁକୋ ବ୍ୟାଙ୍କ ସମ୍ମୁଖରୁ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଛି । ମୁଖ୍ୟ ରାସ୍ତାର ଦୁଇ କଡ଼ରେ ମାଟି ପରୀକ୍ଷା କରାଯାଇଥିବା ବେଳେ ଏବେ ରାସ୍ତାର ମଧ୍ୟ ଭାଗରେ ପିଲର କାର୍ଯ୍ୟ ଆରମ୍ଭ  ହୋଇଛି । ପିଲର କାର୍ଯ୍ୟ ଆରମ୍ଭ ହୋଇଥିବା  ସ୍ଥାନର ଚାରିକଡ଼ ବ୍ୟାରିକେଡ କରାଯାଇଛି । ବିଏମଆରସିଏଲ କମ୍ପାନୀ ଏହି ରେଳ ପିଲର କାର୍ଯ୍ୟ ଆରମ୍ଭ କରିଛି ।  

ଗତ ଅଗଷ୍ଟ ୨୪ତାରିଖରେ କମ୍ପାନୀ ବାରଙ୍ଗ  ଆନନ୍ଦ ବଜାରରେ ଭୂମିପୂଜନ ହୋଇଥିଲା । ସେପ୍ଟେମ୍ବର ମାସରେ ପିଲର ନିର୍ମାଣ ପାଇଁ ପ୍ରତି ୧୦୦ ମିଟର ଅନ୍ତରରେ ରାସ୍ତାର ଦୁଇକଡ଼ରେ ମାଟି ପରୀକ୍ଷା ହୋଇଥିଲା । ମାଟି ପରୀକ୍ଷା ଏବେବି  ଚାଲୁ ରହିଥିବା ବେଳେ କମ୍ପାନୀ ରବିବାର ଠାରୁ ପିଲର କାର୍ଯ୍ୟ ବାରଙ୍ଗରୁ ଆରମ୍ଭ କରିଛି । ଏହି  କମ୍ପାନୀ ଭୁବନେଶ୍ୱର କିଟ୍‌ ଛକରୁ ତ୍ରିଶୂଳିଆ  ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କରିବ ।  

ସୂଚନା ଯୋଗ୍ୟ, ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦର ଠାରୁ କଟକ  ଭାୟା ବାରଙ୍ଗ ରାସ୍ତାରେ ମେଟ୍ରୋ ଟ୍ରେନ ଚଳାଚଳ  କରିବ । ଟ୍ରେନ ଚଳା ଚଳ ହେମ୍କେଟକ- ଭୁବନେଶ୍ୱର ମଧ୍ୟରେ ଦ୍ୱରତ୍ୱ କମ୍‌ ହେବା  ସହିତ ଓ ଭିଡ଼କୁ ନିୟନ୍ତ୍ରଣ କରାଯାଇ ପାରିବ ।  ବିଶେଷ କରି ଅନ୍ୟ ଜିଲ୍ଲାରୁ ଆସୁଥିବା  ଲୋକ ମାନେ ଭୁବନେଶ୍ୱର ବିମାନ ବନ୍ଦରରୁ  କଟକ ହାଇକୋର୍ଟକୁ ଯାତାୟାତ ସହଜ  ହୋଇପାରିବ । ବିମାନବନ୍ଦର ଠାରୁ ତ୍ରିଶୂଳିଆ  ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ରାସ୍ତାରେ ୨୦  ଟି ଷ୍ଟେସନ ନିର୍ମାଣ କରାଯିବ । ଏଥିପାଇଁ  ବାରଙ୍ଗ ଥାନା ଅନ୍ତର୍ଗତ ରତାଗଡ଼-ନୂଆସାହି  ଠାରେ ୨୦୨୪ ଜାନୁଆରୀ ପହିଲାରେ  ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.