ନୂଆପଡା,୨୭/୦୭: ଜାତୀୟ ରାଜପଥ ୩୫୩ ଅବରୋଧ । ଗଛ ପଡି କୋମନା ଥାନା ପେଣ୍ଡାରାବନ୍ଧ ପାଖରେ ରାସ୍ତା ଜାମ । ଜାତାୟତ ବାଧାପ୍ରାପ୍ତ ।
ସୂଚନା ଅନୁଯାୟୀ, ଗଛ ପଡି ଜାତୀୟ ରାଜପଥ ୩୫୩ ଅବରୋଧ ହୋଇଛି । ଏହି କାରଣରୁ କୋମନା ଥାନା ପେଣ୍ଡାରାବନ୍ଧ ପାଖରେ ରାସ୍ତା ଜାମ ହୋଇଛି । ଫଳରେ ସେଠାରେ ଜାତାୟତ ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଛି । ଅଟକି ରହିଛି ଶତାଧିକ ଯାନବାହାନ । ଖବର ପାଇ ଘଟଣା ସ୍ଥଳରେ କୋମନା ପୋଲିସ ପହଞ୍ଚିଛି । ଗଛକାଟି ରାସ୍ତା ଅବରୋଧ କୁ ହଟାଇବାକୁ ଚେଷ୍ଟା ଜାରି ରଖିଛି କୋମନା ଅଗ୍ନିଶମ ବିଭାଗ ।