ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଆକ୍ରମଣ କଲା ଅଟୋ ଡ୍ରାଇଭର୍, ଚଳନ୍ତା ଗାଡିରୁ ଡେଇଁ ପଡିଲେ ୨ ଛାତ୍ରୀ

କେନ୍ଦ୍ରାପଡ଼ା, ୧୭/୧୦ : ଅଟୋ ଡ୍ରାଇଭର୍ ଆକ୍ରମଣରୁ ବର୍ତ୍ତିବା ପାଇଁ ଚଳନ୍ତା ଅଟୋରୁ ଡେଇଁ ପଡିଲେ ୨ ଛାତ୍ରୀ। କେନ୍ଦ୍ରାପଡ଼ା ଡେରାବିଶ ଥାନା ଅନ୍ତର୍ଗତ ଚଣ୍ଡିବଜାର ଠାରେ ଏହି ଘଟଣା ଘଟିଛି। ୨ ଛାତ୍ରୀଙ୍କୁ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। 

ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡାର ଏକ ଘରୋଇ ଶିକ୍ଷାନୁଷ୍ଠାନରେ DMLT କୋର୍ସ କରୁଥିବା ୨ ଛାତ୍ରୀ ସିପ୍ରା ସୋନାଲି ମହାପାତ୍ର ଓ ସ୍ମୃତି ପ୍ରଜ୍ଞା ପରିଡା କ୍ଲାସ୍ ସାରି ସନ୍ଧ୍ୟା ପ୍ରାୟ ୬ଟାରେ ଘରକୁ ଫେରୁଥିଲେ। ଚାନ୍ଦୋଳ ପର୍ଯ୍ୟନ୍ତ ଆସିବାକୁ ତିନି ମୁହାଣୀ ଛକରୁ ଏକ ଅଟୋ ଭଡା କରିଥିଲେ। ଅଟୋ ଚାଳକ ଜଣଙ୍କ ଆସିବା ବାଟରେ ଚଣ୍ଡିବଜାର ନିକଟରେ ନିଛାଟିଆ ଜାଗା ଦେଖି ପଛପଟକୁ ହାତ ବୁଲାଇ ସିପ୍ରା ସୋନାଲି ମହାପାତ୍ରଙ୍କ ବେକକୁ ଭିଡି ଧରିଥିଲା। ଏହା ଦେଖି ସ୍ମୃତି ପ୍ରଜ୍ଞା ଅଟୋ ଚାଳକ କବଳରୁ ସିପ୍ରା ସୋନାଲିଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ତେବେ ପରିସ୍ଥିତି କିଛି ଅଧିକ ଖରାପ ହେବା ଆଶଙ୍କା କରି ଜୀବନ ବଞ୍ଚାଇବା ପାଇଁ ଉଭୟ ଛାତ୍ରୀ ଚଳନ୍ତା ଅଟୋରୁ ଡେଇଁ ପଡିଥିଲେ। ଏଥିରେ ସିପ୍ରା ସୋନାଲିଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ସ୍ମୃତି ପ୍ରଜ୍ଞାଙ୍କ ହାତ, କାନ୍ଧ, ଗୋଡରେ ଆଘାତ ଲାଗିଛି। ଉଭୟଙ୍କ ସୁନାଚେନ୍ ଓ ପର୍ଶ ଅଟୋ ଚାଳକ ନେଇଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଦୁଇ ଜଣ ଗାଡିରୁ ଡେଇଁ ପଡ଼ିବା ପରେ ଅଟୋ ଚାଳକ ପୁନର୍ବାର କେନ୍ଦ୍ରାପଡା ଅଭିମୁଖେ ଦ୍ରୁତ ଗତିରେ ଫେରାର୍ ହୋଇଯାଇଥିଲା। ଏ ନେଇ ଡେରାବିଶ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଅଟୋ ଚାଳକକୁ ଅଟକ ରଖି ପଚରାଉଚୁରା କରୁଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.