ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଦଶହରାରୁ ନିଖୋଜ ଥିଲେ ଯୁବତୀ, ପୋଖରୀରୁ ମିଳିଲା ମୃତଦେହ

ଭଦ୍ରକ, ୧୫/୧୦ : ଦଶହରାରୁ ନିଖୋଜ ଥିଲେ ଯୁବତୀ, ଏବେ ଘର ପାଖ ପୋଖରୀରୁ ମିଳିଲା ମୃତଦେହ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ କରଦା ପଞ୍ଚାୟତ ଅଙ୍ଗେଇପାଳ ଗ୍ରାମରେ ଏହି ଘଟଣା ଘଟିଛି। ଯୁବତୀ ଜଣଙ୍କ ହେମନ୍ତ କରଙ୍କ ଝିଅ ଶୁଭସ୍ମିତା କର (୨୩ ବର୍ଷ) ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଶୁଭସ୍ମିତା କର ରବିବାର ଠାରୁ ନିଖୋଜ ଥିଲେ। ଦଶହରା ଥିବାରୁ ଝିଅ ଠାକୁର ଦେଖିବାକୁ ଯାଇଥିବା ପରିବାର ଲୋକେ ଭାବିଥିଲେ। ହେଲେ ବିଳମ୍ଵିତ ରାତି ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଝିଅକୁ ନପାଇ ଥାନାରେ ଅଭିଯୋଗ କରିଥିଲେ। ଆଜି ଘର ଠାରୁ କିଛି ଦୂରରେ ଥିବା ପୋଖରୀରୁ ଶୁଭସ୍ମିତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଧାମନଗର ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇ ତଦନ୍ତ ଆରମ୍ଭ କରିଛି। କୌଣସି କାରଣକୁ ନେଇ ଶୁଭସ୍ମିତା ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୋଲିସ ମୃତ ଯୁବତୀଙ୍କ ମୋବାଇଲ୍‌କୁ ଆଧାର କରି ତଦନ୍ତ ଆରମ୍ଭ କରିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.