ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଦିନକ ପରେ ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା: ସଜେଇ ହେଉଛି ସହର, ୩୮ ମଣ୍ଡପରେ ପୂଜା ପାଇବେ ଧନଦାତ୍ରୀ

ଢେଙ୍କାନାଳ,୧୫/୧୦: ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଦୁର୍ଗତୀନାଶିନୀ ମା’ ଦୁର୍ଗା । ଏବେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କୁ ଆରାଧନା ପାଇଁ ସମସ୍ତେ ବ୍ୟାକୁଳ । ଏଥିପାଇଁ ଢେଙ୍କାନାଳ ସହର  ଚଳଚଞ୍ଚଳ ହେଲାଣି । ମା’ଙ୍କୁ ସ୍ୱାଗତ ପାଇଁ ସମ୍ପୂର୍ଣ୍ଣ ସହର ସଜେଇ ହୋଇଉଠିଲାଣି । ଦିନକ ପରେ  ଅର୍ଥାତ୍‌ ୧୬ ତାରିଖ ବୁଧବାରଠାରୁ ଢେଙ୍କାନାଳର ଗଣପର୍ବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । 

ଚଳିତବର୍ଷ  ସହରର ୩୮ ଗୋଟି ପୂଜା ମଣ୍ଡପରେ ମା’ ଲକ୍ଷ୍ମୀ  ଆବିର୍ଭାବ ହେବେ । ଏଥିପୂର୍ବରୁ ଢେଙ୍କାନାଳ  ସହର ପୁରା ଦମ୍‌ରେ ସଜେଇ ହେବାରେ  ଲାଗିପଡ଼ିଛି । ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ  ପୂଜାକୁ ଆକର୍ଷଣୀୟ କରିବା ପାଇଁ ଦିନରାତି  ଏକ କରି ଦେଇଛନ୍ତି । ସହର ସାରା ତୋରଣରେ  ଛାଇ ହୋଇଗଲାଣି । ଅନେକ ସ୍ଥାନରେ ରଙ୍ଗୀନ  ଆଲୋକମାଳା ଝଲସି ଉଠିଲାଣି । କେତେକ  ପୂଜାମଣ୍ଡପରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତିରେ  ରଙ୍ଗ ଚଢ଼ି ସାରିଥିବା ବେଳେ ଆଉ କେତେକ  ସ୍ଥାନରେ କାରିଗରମାନେ ନିଜର କାର୍ଯ୍ୟ ଜାରି  ରଖିଛନ୍ତି । ପୂଜାର ସ୍ୱତନ୍ତ୍ରତା ଜନସାଧାରଣଙ୍କ  ପାଖରେ ରହିଥିବାବେଳେ ପ୍ରତିଥର ଏହାକୁ  ଆକର୍ଷଣୀୟ କରିବା ପାଇଁ ପୂଜା ପ୍ରତିଷ୍ଠାନର  ଉଦ୍ୟକ୍ତା ଓ କର୍ମକର୍ତ୍ତା ନିଷ୍ଠାର ସହ ଅକ୍ଲାନ୍ତ  ପରିଶ୍ରମ କରି ଏହାକୁ ସଫଳ କରିଥାନ୍ତି ।  

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ  ଢେଙ୍କାନାଳବାସୀ ମା’ ଲକ୍ଷ୍ମୀଙ୍କୁ ଆରାଧନା ପାଇଁ  ଗୋଟିଏ ବର୍ଷ ଚାହିଁ ରହିଥାନ୍ତି । ସଂସ୍କୃତି, ପରମ୍ପରା  ଓ ଭାଇଚାରାର ନିଚ୍ଛକ ନିଦର୍ଶନ ଢେଙ୍କାନାଳର  ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ହିଁ ଦେଖିବାକୁ  ମିଳିଥାଏ । ହିନ୍ଦୁ, ମୁସଲମାନ ସବୁ ଏକାକାର  ହୋଇ ମା’ଙ୍କ ପୂଜାରେ ସାମିଲ ହୋଇଥାନ୍ତି ।  ସେପଟେ ମିଳିତ ବଜାର ପୂଜା କମିଟି, ଜିଲ୍ଲା  ପ୍ରଶାସନ, ପୁଲିସ୍‌ ପ୍ରଶାସନ ମଧ୍ୟରେ ଏକାଧିକ  ଥର ବୈଠକ ବସି ପୂଜାକୁ କିପରି ସରସ  ସୁନ୍ଦର, ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳାର ସହ  ପାଳନ କରାଯିବ ସେ ନେଇ ସମସ୍ତ ପ୍ରସ୍ତୁତି ମଧ୍ୟ  ଚୂଡ଼ାନ୍ତ ହୋଇସାରିଛି । ଚଳିତବର୍ଷ ମହାବୀର  ବଜାର ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ୭୫ ବର୍ଷରେ ପାଦ  ଥାପିଥିବାରୁ ପ୍ଲାଣ୍ଟିନମ୍‌ ଜୁବୁଲି ପାଳନ କରିବାକୁ  ଯାଉଛି । ଏଥିପାଇଁ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା,  ସମସ୍ତ ସଦସ୍ୟ ଏବଂ ବଜାରବାସୀ ପ୍ଲାଣ୍ଟିନମ୍‌  ଜୁବୁଲିକୁ ଅଧିକ ସ୍ମରଣୀୟ କରିବା ପାଇଁ ଯଥାସାଧ୍ୟ  ଉଦ୍ୟମ ଚଳାଇଛନ୍ତି । ଢେଙ୍କାନାଳ ଲକ୍ଷ୍ମୀପୂଜାର  ପ୍ରଥମ ଚାନ୍ଦିମେଢ଼ ଭାବେ ଶ୍ରୀଶ୍ରୀ ମଉଡ଼ମଣି  ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନାବଜାର ସହ  କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନ, ସୌଭାଗ୍ୟଲକ୍ଷ୍ମୀ  ପୂଜା ପ୍ରତିଷ୍ଠାନ ଗଣେଶ ବଜାର, ଗୋଲଡେନ୍‌ଷ୍ଟ୍ରିଟ୍‌  ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ଗୁଡ଼ିଆନାଳି ପକ୍ଷରୁ  ଚାନ୍ଦିମେଢ଼ ମା’ଙ୍କ ପୂଜାମଣ୍ଡପର ଶୋଭାବର୍ଦ୍ଧନ  କରିବ । ଯାହାକି ଲକ୍ଷ୍ମୀପୂଜାର ଅନ୍ୟତମ ଆକର୍ଷଣ  ପାଲଟିବ । ସେହିପରି ବିଭିନ୍ନ ପୂଜା ମଣ୍ଡପରେ ମା’  ସୁନା ମୁକୁଟ ସହ ଅନ୍ୟ ସୁନଅଳଙ୍କାର ପରିଧାନ  କରିବେ । ପୂଜାକୁ ଆକର୍ଷଣୀୟ କରିବା ପାଇଁ ପ୍ରତି  ପୂଜା ପ୍ରତିଷ୍ଠାନ ପକ୍ଷରୁ ପ୍ରତିଯୋଗିତା ମନୋଭାବ  ନେଇ ଆଲୋକ ସାଜସଜ୍ଜା, ତୋରଣ, ମେଢ଼ ଓ  ପୂଜା ମଣ୍ଡପର ସାଜସଜ୍ଜା ପ୍ରତି ଗୁରୁତ୍ୱ ଦିଆଯାଉଛି ।  

୧୬ ତାରିଖ ବୁଧବାର ରାତିରୁ ୧୧ ଦିନ ବ୍ୟାପି  ଆୟୋଜିତ ହେବାକୁ ଥିବାରୁ ସହରବାସୀ ସେମାନଙ୍କର ବନ୍ଧୁବାନ୍ଧବ, ଝିଅଝିଆଣିଆମାନଙ୍କୁ ନିମନ୍ତ୍ରଣ କରିସାରିଲେଣି । ପୂଜାର ମାହୋଲ ଏକ ପ୍ରକାର ଆରମ୍ଭ ହୋଇଯାଇଛି କହିଲେ  ଚଳେ । ବ୍ୟବସାୟୀମାନେ ଲକ୍ଷ୍ମୀପୂଜାରୁ ବେଶ୍‌ ଦୁଇପଇସା ରୋଜଗାର କରିବା ପାଇଁ ଚାହିଁ  ବସିଛନ୍ତି । ବାହାର ଜିଲ୍ଲା ଏବଂ ବାହାର ରାଜ୍ୟର  ବିଭିନ୍ନ ଖାଦ୍ୟ ସାମଗ୍ରୀ, ମନୋହରି ସାମଗ୍ରୀ, ଲୁଗା ଓ ପୋଷାକପତ୍ର, ଖେଳଣା, ଦୋଳି ଆଦି  ପକାଇବା ପାଇଁ ବିଭିନ୍ନ ବଜାର କମିଟିରୁ ଜାଗା  ମଡ଼ାଣ ନେବା ସହ ପୁଲିସ ପ୍ରଶାସନରୁ ଅନୁମତି  ହାସଲ କରି ସେମାନଙ୍କର ବ୍ୟବସାୟିକ ପସରା  ମେଲାଇବାକୁ ପ୍ରସ୍ତୁତ କରୁଛନ୍ତି । ମହିଷାପାଟ  ପଲ୍ଲୀଶ୍ରୀ ମେଳା ପଡ଼ିଆଠାରେ ୧୭ ତାରିଖରୁ  ୨୫ ତାରିଖ ପର୍ଯ୍ୟନ୍ତ ଜାତୀୟସ୍ତରୀୟ ପଲ୍ଲିଶ୍ରୀ  ମେଳା ଆୟୋଜନ ହେବ । ୨୭ ତାରିଖ ରବିବାର  ପୂଜାର ଭସାଣି ଉତ୍ସବ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.