ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ନୀତୀଶ କୁମାରଙ୍କ ପାଇଁ ଦ୍ବାର ଖୋଲା ରହିଛି କହିଲେ ଲାଲୁ ଯାଦବ, ଏଭଳି ପ୍ରତିକ୍ରିୟା ଦେଲେ ବିହାର ମୁଖ୍ୟମନ୍ତ୍ରୀ ‌

Published By : Tapas Panda | January 2, 2025 11:03 PM

Image Courtesy: tv9hindi

ପାଟନା: ଇଣ୍ଡି ମେଣ୍ଟରେ ସାମିଲ ହେବାକୁ ନୀତୀଶ କୁମାରଙ୍କ ଲାଗି ଦ୍ବାର ଖୋଲା ଅଛି ବୋଲି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିବା ପରେ ବିହାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିଛି । ସାମ୍ବାଦିକ ଏନେଇ ପଚାରିବାରୁ ନୀତୀଶ କୁମାର ହାତ ଯୋଡ଼ିବା ସହ ସ୍ମିତହାସ୍ୟ ଦେଇଛନ୍ତି । ଆଉ କହିଛନ୍ତି ‘ଆପଣମାନେ କଣ କହୁଛନ୍ତି ?’ । ଏକ ସାକ୍ଷାତକାରରେ ଲାଲୁ ଯାଦବ କହିଥିଲେ ‘ନୀତୀଶ କୁମାରଙ୍କ ଲାଗି ଆମ ଦ୍ବାର ଖୋଲା ରହିଛି । ତାଙ୍କୁ ମଧ୍ୟ ଦ୍ବାର ଖୋଲିଦେବା ଦରକାର । ଫଳରେ ଉଭୟ ପକ୍ଷର ଲୋକଙ୍କୁ ଯିବା ଆସିବା କରିବାରେ ସୁବିଧା ହେବ ।’ 

ଲାଲୁ ଯାଦବଙ୍କ ଏହି ମନ୍ତବ୍ୟ ପରେ ପୁଣି ଥରେ ନୀତୀଶ କୁମାରଙ୍କ ପଟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିହାରରେ ଦୁଇ ବରିଷ୍ଠଙ୍କ ମଧ୍ୟରେ ପୁଣି ଥରେ ମେଣ୍ଟ ନେଇ ଆଶଙ୍କା ପ୍ରକାଶ ପାଇଛି । ଯାଦବ ଏବଂ କୁମାର ‘ବଡ଼ ଭାଇ, ଛୋଟ ଭାଇ’ ଭାବରେ ମଧ୍ୟ ବେଶ ଜଣାଶୁଣା ।  ଜେଡିୟୁ ନେତା ନୀତୀଶ କୁମାର ଗତ ଦଶନ୍ଧୀରେ ଆରଜେଡି ସହ ଦୁଇ ଥର ମେଣ୍ଟ କରିଛନ୍ତି ଏବଂ ଅଲଗା ହୋଇଛନ୍ତି । 

୨୦୨୪ରେ ମହାମେଣ୍ଟରୁ ଅଲଗା ହୋଇ ନୀତୀଶ କୁମାର ବିଜେପି ନେତୃତ୍ବାଧୀନ ଏନଡିଏରେ ସାମିଲ ହୋଇଥିଲେ । ସେପଟେ ଲାଲୁଙ୍କ ବୟାନକୁ ନେଇ ତାଙ୍କ ପୁଅ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି, ମିଡିଆକୁ ଖୁସି କରାଇବାକୁ ସେ ଏଭଳି କହିଥାଇପାରନ୍ତି । 

ବିହାରର ନୂଆ ରାଜ୍ୟପାଳ ଆରିଫ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ତେଜସ୍ବୀ ଯାଦବ କହିଛନ୍ତି, ସେ (ଲାଲୁ) ଯାହା କିଛି କହିଛନ୍ତି କେବଳ ଆପଣମାନଙ୍କ(ସାମ୍ବାଦିକ) ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି । ସେ ଯାହା ହେଉ ନୂଆବର୍ଷ‌ରେ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଏନଡିଏ ସରକାରର ପତ୍ତନ ହେବ । ନୀତୀଶ କୁମାର ମୁଷ୍ଟିମେୟ ଲୋକଙ୍କ ଗହଣରେ ରହି ସରକାର ଚଳାଉଛନ୍ତି ଏବଂ ସେ ଏକାକୀ ରାଜ୍ୟ ଚଳାଇବା ପାଇଁ ସକ୍ଷମ ନୁହଁନ୍ତି ବୋଲି ତେଜସ୍ବୀ ଯାଦବ ଦାବି କରିଛନ୍ତି । 

ଅନ୍ୟପଟେ ଜେଡିୟୁ ନେତା ଏବଂ କେନ୍ଦ୍ରମନ୍ତ୍ରୀ ଲଲନ ସିଂହ ଲାଲୁ ଯାଦବଙ୍କ ଦାବିକୁ ଖଣ୍ଡନ କରିଛନ୍ତି । ଏନଡିଏ ଶକ୍ତିଶାଳୀ ଥିବା ବେଳେ ଜେଡିୟୁ ଏବଂ ବିଜେପି ଏକ ଅଛନ୍ତି । ଲୋକେ ଯାହା ଚାହିଁବେ କହିପାରିବେ, କାରଣ ଏହା ଏକ ମୁକ୍ତ ଦେଶ ବୋଲି ଲଲନ ସିଂହ କହିଛନ୍ତି । 

  • Nitish kumar
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.