ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଆଜି ନଗର ପରିକ୍ରମା କରିବେ ଶ୍ରୀସୁଦର୍ଶନ, ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ହେବ ଦ୍ୟୁତକ୍ରିଡ଼ା ପ୍ରତିଯୋଗିତା

ପୁରୀ,୧୭/୧୦: ଆଜି ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ହେବ । ନଗର ପରିକ୍ରମା  କରିବେ ଶ୍ରୀସୁଦର୍ଶନ ଦେବ । ଶ୍ରୀକ୍ଷେତ୍ରର ପୁରାଣ ପ୍ରସିଦ୍ଧ ଆଶ୍ରମରେ ଶ୍ରୀସୁଦର୍ଶନ ପ୍ରଭୁ ବିଜେ ହେବେ । ଉକ୍ତ ଦିନ ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ଦ୍ୟୁତକ୍ରିଡ଼ା ପ୍ରତିଯୋଗିତା ହେବ । ଦେବଦମ୍ପତିଙ୍କ ପକ୍ଷରୁ ବରିଷ୍ଠ ସେବାୟତ ଖେଳିବେ । ପୂର୍ଣ୍ଣମୀ ଦିନ ମଧ୍ୟାହ୍ନ ଧୂପ ସରିବା ପରେ ମା’ ଲକ୍ଷ୍ମୀ ସରସ୍ୱତୀ  ଖଟଶେଯ ଉପରେ ବିଜେ ହେବେ । ରତ୍ନସିଂହାସନରୁ ଶ୍ରୀସୁଦର୍ଶନଦେବଙ୍କୁ ବିଜେ କରାଇ ଆଣି ଚଉଦଳରେ ରୁନ୍ଧିବେ ଦଇତାପତିମାନେ । ଘଣ୍ଟ ଘଣ୍ଟା  ଛତା ଓ କାହାଳୀର ପଟୁଆରରେ ଶ୍ରୀସୁଦର୍ଶନ ଦେବ ବଡ଼ଦେଉଳ ପରିକ୍ରମା  କରି ଆଶ୍ରମରେ ବିଜେ ହେବେ । ସେଠାରେ ପାରମ୍ପରିକ ଦେବନୀତି ସମ୍ପନ୍ନ ହେବ । ଠାକୁରେ ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମା’  ଲକ୍ଷ୍ମୀ ସରସ୍ୱତୀଙ୍କୁ ସିଂହାସନରେ ବିଜେ କରାଯିବ । ପରେ ଦକ୍ଷିଣୀଘରୁ  ଶ୍ରୀମଦନମୋହନ ବିଜେ ହେବେ । ଏହାପରେ ମା’ଲକ୍ଷ୍ମୀ ଓ ଶ୍ରୀମଦନମୋହନଙ୍କୁ  ଆଜ୍ଞାମାଳ ଅର୍ପଣ କରାଯିବ । ମା’ଲକ୍ଷ୍ମୀ ଠାକୁରାଣୀଙ୍କ ମନ୍ଦିରରେ ଦେବ ଦମ୍ପତି ପାରମ୍ପରିକ ଖେଳ ଖେଳିବେ । ଦେବ ଦମ୍ପତିଙ୍କ ପକ୍ଷରୁ ସେବକମାନେ କ୍ରୀଡାରେ ଅଂଶଗ୍ରହଣ କରିବେ। ପୁନର୍ବାର ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପରେ  ଦିଅଁମାନଙ୍କ ତରଫରୁ ସେବକମାନେ ପାରମ୍ପରିକ ଦ୍ୟୂତ କ୍ରୀଡା ଖେଳିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.