ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଭଇଁଷାଦର୍ହାରେ ପୁଣି ବାଘ ଆତଙ୍କ: ବୁଲା କୁକୁରକୁ ମାରି ଖାଇଲା, ଡାକବାଜି ଯନ୍ତ୍ରରେ ସତର୍କ କଲେ ବନ କର୍ମଚାରୀ

ନୂଆପଡ଼ା,୩୧/୦୮: ନୂଆପଡ଼ା ରେଞ୍ଜ୍‌ ଆମାନାରା ସେକ୍ସନ ଭାଇଁଷାଦର୍ହା  ଗାଁରେ କଲରାପତରିଆ ଆତଙ୍କ ଦେଖାଦେଇଛି । ଏକ ବୁଲା କୁକୁରକୁ  ବାଘ ମାରି ଖାଇଛି । ଏହି ଘଟଣା ପରେ  ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି ।  ବନ କର୍ମଚାରୀ ଆଖପାଖ ଗାଁରେ  ଡାକବାଜି ଯନ୍ତ୍ରରେ ପ୍ରଚାର କରି ଲୋକଙ୍କୁ  ସତର୍କ ରହିବାକୁ ପରାମର୍ଶ ଦେଇଛି । 

ଶୁକ୍ରବାର ଭୋର୍‌ରେ ଭଇଁଷାଦର୍ହା ଗାଁ  ମୁଣ୍ଡରେ ଏକ ବୁଲା କୁକୁରର କ୍ଷତବିକ୍ଷତ  ମୃତଦେହ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ପାରିପାଶ୍ୱିର୍କ ସ୍ଥିତିରୁ କୁକୁରକୁ ବାଘ ଶିକାର କରିଥିବା ସନ୍ଦେହ  କରିଥିଲେ । ସୂଚନା ପାଇ ମଧ୍ୟାହ୍ନରେ ନୂଆପଡ଼ା ରେଞ୍ଜର  ସୁନୀଲ ମିଶ୍ରଙ୍କ ନିର୍ଦ୍ଦେଶରେ ବନ ବିଭାଗ ଟିମ୍‌ ପହଞ୍ଚି ତଦନ୍ତ  କରିଥିଲା । ଘଟଣାସ୍ଥଳରୁ କଲରାପତରିଆର ପାଦଚିହ୍ନ ଠାବ ହୋଇଥିଲା । ଏହା ପରେ କୁକୁରକୁ ବାଘ ଶିକାର କରିଥିବା  ସ୍ପଷ୍ଟ ହୋଇଥିଲା । କୁକୁରର ମୃତଦେହକୁ ବ୍ୟବଚ୍ଛେଦ କରି  ପୋତି ଦିଆଯାଇଛି । ଅପରପକ୍ଷେ ଅପରାହ୍ନରେ ଭଇଁଷାଦର୍ହା  ଓ ଆଖାପାଖ ଗାଁରେ ବନ ବିଭାଗ ଟିମ ପହଞ୍ଚି ବାଘ ଆକ୍ରମଣରୁ  ସୁରକ୍ଷିତ ରହିବା ପାଇଁ ସଚେତନତା ଆରମ୍ଭ କରିଛି । ଦିନବେଳା  ଗୋଷ୍ଠୀବଦ୍ଧ ହୋଇ ଜଙ୍ଗଲ ଓ ଚାଷ ଜମିକୁ ଯିବା, ରାତିରେ  ତାଟି କବାଟ ବନ୍ଦ କରି ଶୋଇବା, କୌଣସି ଜରୁରୀ କାମରେ  ବାହାରିଲେ ଠେଙ୍ଗାବାଡି ଧରି ଯିବାକୁ ପରାମର୍ଶ ଦିଆଯାଇଛି । 

ସୂଚନାଯୋଗ୍ୟ, ଗତ ବର୍ଷ ଅଞ୍ଚଳରେ ୩୦ରୁ  ଅଧିକ ଗାଈ ବାଛୁରୀକୁ କଲରାପତରିଆ ବାଘ ଶିକାର  କରିଥିଲା । ଜଣେ ଶିଶୁ ଏବଂ ଅନ୍ୟ ଜଣେ ମହିଳାଙ୍କୁ ମାରି  ଖାଇଯାଇଥିଲା । ଶେଷରେ ବନ ବିଭାଗ ଦୁଇଟି ବାଘକୁ  କାବୁ କରିଥିଲା । ସେଥିରୁ ଗୋଟିଏ ଅସୁସ୍ଥ ବାଘର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟଟିକୁ ସମ୍ବଲପୁର ଚିଡ଼ିଆଖାନାକୁ  ନିଆଯାଇଥିଲା । ଏବେ ଉକ୍ତ ଅଞ୍ଚଳକୁ ପୁଣି ବାଘ  ଆସିଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଏ ନେଇ  ନୂଆପଡ଼ା ରେଞ୍ଜର ଶ୍ରୀ ମିଶ୍ର କହିଛନ୍ତି, ଘଟଣା ସମ୍ପର୍କରେ  ଜଣାପଡ଼ିବା ପରେ ଗାଁରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା  କରାଯାଇଛି । ବନ କର୍ମଚାରୀ କଡ଼ା ପହରା ଦେଉଛନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.