ଫିରିଙ୍ଗିଆ,୨୨/୯ ଗୋଚ୍ଛାପଡା ଥାନା ଅଞ୍ଚଳରେ ରବିବାର ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବାଲନ୍ଦାପଡାର ରଘୁନାଥ କହଁରଙ୍କ ସ୍ତ୍ରୀ ରାସନ୍ତୀ ମଲ୍ଲିକ (୨୫) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରାସନ୍ତୀ ଲୁଇସିଂ ପଞ୍ଚାୟତ ବାଘପଦରରେ ଥିବା ତାଙ୍କ ବାପା ଘରକୁ ଆସିଥିଲେ । ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ଗାଁ ପାଖରେ ଥିବା ବିଲକୁ କାମ କରିବା ପାଇଁ ଯାଇଥିଲେ । ଏହି ସମୟରେ ବର୍ଷା ସହ ବଜ୍ରପାତ ହୋଇଥିଲା । ଏକ ଶାଳଗଛ ତଳେ ସେ ଆଶ୍ରୟ ନେଇଥିବା ବେଳେ ତାଙ୍କୁ ବିଜୁଳି ମାରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବଜ୍ରପାତରେ ଶାଳଗଛଟି ମଧ୍ୟ ଜଳି ଯାଇଛି । ପରେ ଘରଲୋକେ ତାଙ୍କୁ ଖୋଜିବାକୁ ଯାଇ ଘଟଣା ସ୍ଥଳରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ପରିବାର ଲୋକଙ୍କ ଏତଲା କ୍ରମେ ଗୋଚ୍ଛାପଡା ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି ।
ଅସଜଡ଼ା ବିରୋଧୀଙ୍କ ଘର: ବିନା ସେନାରେ କେମିତି ଲଢ଼ିବେ ବ...