ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଲେବାନନର ୩ ଶହ ଠିକଣା ଉପରେ ଇସ୍ରାଏଲର ଆକ୍ରମଣ, ଖୋଲା ଯୁଦ୍ଧର ଚେତାବନୀ ଦେଲା ହିଜବୁଲ୍ଲା...

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ କ୍ରମାଗତ ଭାବରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ହିଜବୁଲ୍ଲା ଉପରେ ପ୍ରଭାବ ବିସ୍ତାର କରିବାକୁ ଇସ୍ରାଏଲ ଲେବାନନର ୩ଶହ ଠିକଣା ଉପରେ ଆକ୍ରମଣ କରିଛି। ଇସ୍ରାଏଲ୍ ସେନା ପକ୍ଷରୁ ଏହି ଦାବି କରାଯାଇଛି । ତେବେ ଲେବାନନ୍ ଏବଂ ହିଜବୁଲ୍ଲା ପକ୍ଷରୁ ହୋଇଥିବା ଆକ୍ରମଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ସାମ୍ନାକୁ ଆସି ନାହିଁ।

ଗାଜା ଯୁଦ୍ଧର ଶିକାର ହୋଇଥିବା ପଶ୍ଚିମ ଏସିଆର ଅନ୍ୟ ଏକ ମୋର୍ଚ୍ଚା ଉପରେ ଆକ୍ରମଣ ତୀବ୍ର ହୋଇଛି । ଲେବାନାନର ସମର୍‌ଥକ ହିଜବୁଲ୍ଲା ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ଚରମ ସୀମାରେ ରହିଛି । ଅନ୍ତର୍ଜାତୀୟ ସମୁହର ଚେତାବନୀକୁ ଅଣଦେଖା କରି ଉଭୟ ପରସ୍ପରର ସୀମା ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିବାକୁ ଧମକ ଦେଇଛନ୍ତି । ଇସ୍ରାଏଲ ବିରୁଦ୍ଧରେ ହାମାସକୁ ସମର୍ଥନ କରିବାକୁ ଛିଡା ହୋଇଥିବା ହିଜବୁଲ୍ଲାର ଅଣ୍ଟାକୁ ସଂପୂର୍ଣ୍ଣ ଭାଙ୍ଗିବାକୁ ଇସ୍ରାଏଲ୍ ସଂକଳ୍ପ ବଦ୍ଧ । ଲଗାତାର ଅନେକ ଦିନ ଧରି ହିଜବୁଲ୍ଲା ବିରୋଧରେ ଇସ୍ରାଏଲ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରଥମେ ପେଜର୍, ତାପରେ ଓ୍ବାକି-ଟକି ଏବଂ ତା’ପରେ ଏୟାର ଷ୍ଟ୍ରାଇକ୍ କରିଛି । ଏଥି ସହିତ ହିଜବୁଲ୍ଲା ମୁଖ୍ୟ ନାସରାଲ୍ଲା ମଧ୍ୟ ଏହାର ପରିଣାମର ସମ୍ମୁଖୀନ ହେବାକୁ ଚେତାବନୀ ଦେଇଛନ୍ତି ।

ରବିବାର ଦିନ ହିଜବୁଲ୍ଲା ଉତ୍ତର ଇସ୍ରାଏଲକୁ ୧୦୦ରୁ ଅଧିକ ରକେଟ୍ ମାଡ କରିଥିଲା । ଇସ୍ରାଏଲର ହାଇଫା ସହର ନିକଟରେ ଏହି ରକେଟ ଗୁଡ଼ିକ ଖସିପଡିଥିଲା । ଏହି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ରକେଟ ଆକ୍ରମଣ ପରେ ହିଜବୁଲ୍ଲାର ଉପନେତା ନାଏମ କାସୀମ ଖୋଲା ଯୁଦ୍ଧ ଘୋଷଣା କରିଥିଲେ।ଏହାର ପ୍ରତିଶୋଧ ନେଇ ଇସ୍ରାଏଲ୍ ଦକ୍ଷିଣ ଲେବାନନରେ ହିଜବୁଲ୍ଲା ଠିକଣା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ଏୟାରବେସ୍ ଏବଂ ସାମରିକ ଉତ୍ପାଦନ କେନ୍ଦ୍ର ମଧ୍ୟ ରହିଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.