ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

କେଜ୍ରିଓ୍ୱାଲଙ୍କୁ ସମ୍ମାନ: ମୁଖ୍ୟମନ୍ତ୍ରୀ ଚୌକିରେ ବସିଲେନି ଆତିଶୀ, କହିଲେ- ଭରତଙ୍କ ଭଳି କାମ କରିବି...

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ।  ସୋମବାର ସଚିବାଳୟରେ ପହଁଞ୍ଚି ଗ୍ରହଣ କରିଛନ୍ତି କାର୍ଯ୍ୟଭାର।  ହେଲେ ସିଏମଙ୍କ ଚୌକି ରେ ବସିନଥି ଲେ ଆତିଶି।ସେ ଏହି ଆସନକୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଇଁ ଖାଲି ରଖିଛନ୍ତି। ସିଏମ୍ ଚେୟାର ପାଖରେ ଆଉ ଏକ ଚୌକିରେ ବସି ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ସମୟରେ ଆତିଶୀ କହିଛନ୍ତି, ଆଜି ମୋ ମନରେ ସେହି ଭଳି ଯନ୍ତ୍ରଣା ଅଛି, ଯାହା ଭରତଙ୍କ ଥିଲା। ଯେଉଁଭଳି ଭାବରେ ଭରତ ସିଂହାସନରେ ଭଗବାନ ରାମଙ୍କ କଠଉ ରଖି ୧୪ ବର୍ଷ ରାଜ୍ୟଭାର ସମ୍ଭାଳିଥିଲେ। ସେହିପରି ମୁଁ ମଧ୍ୟ ଆସନ୍ତା ୪ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବି।

କେଜ୍ରିଓ୍ବାଲଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ଆତିଶି କହିଛନ୍ତି, ଆମ ଆଦମୀର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଭଗବାନ ରାମଙ୍କ ଭଳି ମର୍ଯ୍ୟାଦା ଓ ନୈତିକତାର ଉଦାହରଣ ସୃଷ୍ଟି କରିଛନ୍ତି। ଭଗବାନ ରାମ ନିଜ ବାପାଙ୍କ ବଚନକୁ ରକ୍ଷା କରି ୧୪ ବର୍ଷ ବନବାସ ଯାଇଥିଲେ। ତେଣୁ ଆମେ ତାଙ୍କୁ ମର୍ଯ୍ୟାଦାପୁରୁଷୋତ୍ତମ କହୁ। ତାଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ମର୍ଯ୍ୟାଦା ଓ ନୈତିକତାର ଉଦାହରଣ। ସେଭଳି କେଜ୍ରିଓ୍ବାଲ ଦେଶର ରାଜନୀତିରେ ମର୍ଯ୍ୟାତା ଓ ନୈତିକତାର ଉଦାହରଣ ସୃଷ୍ଟି କରିଛନ୍ତି। ’

ଆତିଶି କହିଛନ୍ତି, ବିଜେପି କେଜ୍ରିଓ୍ବାଲଙ୍କ ଉପରେ କାଦୁଅ ଛିଟା ପକାଇଛି। ତାଙ୍କ ଉପରେ ମିଛ ମକଦ୍ଦମା ଲଗାଇ  ଗିରଫ କରିବା ପରେ ୬ ମାସ ମଧ୍ୟ ଜେଲ୍‌ରେ ରଖିଛି। ଯେତେବେଳେ କେଜ୍ରିଓ୍ବାଲଙ୍କୁ ସୁପ୍ରିମକୋର୍ଟ ଜାମିନ୍ ଦେଇଥିଲେ ସେ କହିଥିଲେ କେଜ୍ରିଓ୍ବାଲଙ୍କ ଗିରଫଦାରୀ ର୍ଦୁଭାବନା ଅନୁସାରେ କରାଯାଇଛି। ଆଉ କେହି ମୁଖ୍ୟମନ୍ତ୍ରୀ ହୋଇଥିଲେ ତାଙ୍କୁ ଚୌକିରେ ବସିବାରେ ଦୁଇ ମିନିଟ୍ ସମୟ ଲାଗିନଥାନ୍ତା, କିନ୍ତୁ କେଜ୍ରିଓ୍ବାଲ କହିଥିଲେ, ସେ ପର୍ଯ୍ୟନ୍ତ ଏହି ଚୌକିରେ ବସିବିନି ଯେ ପର୍ଯ୍ୟନ୍ତ ଦିଲ୍ଲୀର ଲୋକେ ମୋ ଉପରେ ଭରସା ନକରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ଚୌକି କେଜ୍ରିଓ୍ବାଲଙ୍କର ରହିବ। ମୋତେ ପୁରା ଭରସା ରହିଛି, ଫେବୃଆରୀରେ ହେବାକୁ ଥିବା ନିର୍ବାଚନରେ ଦିଲ୍ଲୀର ଲୋକଙ୍କ ଭଲ ପାଇବା ଓ ଆର୍ଶିବାଦ ତାଙ୍କୁ ମିଳିବ।’ ଅନ୍ୟପକ୍ଷେ ଆତିଶିଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛି ବିଜେପି। ଦିଲ୍ଲୀର ବିଜେପି ଜିଲ୍ଲାଧ୍ୟକ୍ଷ ବୀରେନ୍ଦ୍ର ସଚଦେବା କହିଛନ୍ତି, ଏଭଳି କରି ସେ ମୁଖ୍ୟମନ୍ତ୍ରୀ ପଦର ଗାରିମା ନଷ୍ଟ କରିଛନ୍ତି। ଏହାସହ ଜନତାଙ୍କ ଭାବନାକୁ ଆଘାତ ଦେଇଛନ୍ତି। ସ୍ପଷ୍ଟ ଭାଷାରେ ଏହାକୁ କେବଳ ଚାମଚା ଗିରି ହିଁ କହିହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.