ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା: ୪ କୋଟି ସର୍ଭିକାଲ୍‌ କ୍ୟାନ୍‌ସର ଟିକା ଦେବ ଭାରତ

ଡେଲାୱେର,୨୩/୦୯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଭିକାଲ କ୍ୟାନ୍‌ସର ସହ ଲଢ଼ୁଥିବା ଦେଶଗୁଡ଼ିକ ପାଇଁ  ୭.୫ ନିୟୁତ ଡଲାରର ସହାୟତା ଘୋଷଣା କରିଛନ୍ତି । ଏଥିରେ  ନମୁନା ଓ ନିଦାନ ଉପକରଣ ଏବଂ ଟିକା ଡୋଜ୍‌ ସାମିଲ ରହିଛି ।  ଭାରତ ‘ଗାଭି’ ଓ ‘କ୍ୱାଡ୍‌’ ପଦକ୍ଷେପ ସ୍ୱରୂପ ଭାରତ-ପ୍ରଶାନ୍ତ  ମହାସାଗର ଅଞ୍ଚଳ ପାଇଁ ୪ କୋଟି ଟିକା ଡୋଜ୍‌ ଯୋଗାଇବ ।

 ଆମେରିକାର ଡେଲାୱେର ପ୍ରଦେଶରେ ରବିବାର କ୍ୱାଡ୍‌ ରାଷ୍ଟ୍ର  ପକ୍ଷରୁ ଅନୁଷ୍ଠିତ ‘କ୍ୟାନ୍‌ସର ମୁନ୍‌ସଟ୍‌’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ  ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମରେ  ମୋଦି ବୈଶ୍ୱିକ ସ୍ୱାସ୍ଥ୍ୟସେବା ପ୍ରତି ଭାରତର ପ୍ରତିବଦ୍ଧତା ନେଇ  ଆଲୋକପାତ କରିଥିଲେ । ସର୍ଭିକାଲ୍‌ କ୍ୟାନ୍‌ସର ବିରୋଧରେ  ଲଢ଼ିବା ନେଇ ଭାରତର ବିଭିନ୍ନ ପଦକ୍ଷେପ ବାବଦରେ ଚର୍ଚ୍ଚା  କରିଥିଲେ । 

ସେ କହିଥିଲେ, କ୍ୟାନ୍‌ସର ବୋଝକୁ କମାଇବା  ପାଇଁ ନିରାକରଣ, ସ୍କ୍ରିନିଂ, ନିଦାନ ଏବଂ ଉପଚାରକୁ ନେଇ ଏକକ  ଦୃଷ୍ଟିକୋଣ ରହିବା ଜରୁରି ।ସର୍ଭିକାଲ୍‌ କ୍ୟାନ୍‌ସର ବିରୋଧରେ  ଲଢ଼ିବା ପାଇଁ ଭାରତ ନିଜର ଏକ ଟିକା ବିକଶିତ  କରିଛି । ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ସହାୟତାରେ  ନୂଆ ଉପଚାର ପ୍ରୋଟୋକଲ୍‌ କାର୍ଯ୍ୟକାରୀ କରୁଛି ।  କ୍ୟାନ୍‌ସର ମୁନ୍‌ସଟ୍‌ କାର୍ଯ୍ୟକ୍ରମ ଆୟୋଜନ ଲାଗି  ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ  ପ୍ରଶଂସା କରିଥିଲେ । କହିଥିଲେ, ଶସ୍ତା,  ସୁଲଭ ଏବଂ ଗୁଣଯୁକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନ  ଲାଗି ଏହା ଆମର ମିଳିତ ସଂକଳ୍ପକୁ  ଦର୍ଶାଉଛି । 

ଉଲ୍ଲେଖଯୋଗ୍ୟ, କ୍ୟାନ୍‌ସର ମୁନ୍‌ସଟ୍‌ ପଦକ୍ଷେପ ହେଉଛି ହ୍ୱାଇଟ୍‌  ହାଉସ୍‌ର ମାନସ ସନ୍ତାନ । ଏଥିରେ  କ୍ୟାନ୍‌ସର ପ୍ରତିକାରରେ ପ୍ରଗତିକୁ  ପ୍ରୋତ୍ସାହିତ ଲାଗି ବିଭିନ୍ନ ଅଞ୍ଚଳ  ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ  ଲକ୍ଷ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.