ବେଙ୍ଗାଲୁରୁ : ନିଜ ସାଙ୍ଗ ସହ ଖେଳିବାକୁ ଯାଇଥିବା ୧୧ ବର୍ଷିୟ ଜଣେ ପିଲାଙ୍କର ହୋଇଛି ମୃତ୍ୟୁ। ତାଙ୍କ ଉପରେ ପାର୍କର ଗେଟ୍ ଖସି ପଡ଼ିଥିଲା। ବେଙ୍ଗାଲୁରୁର ମଲ୍ଲେଶ୍ୱରମ୍ରେ ଏହି ଘଟଣାଟି ଘଟିଛି। ଏଥିରେ ସେହି ପିଲାଙ୍କର ସାଙ୍ଗ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ମିଳିବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ପୁଲିସ କହିଛି , ଉକ୍ତ ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ଘଟଣାଟି ରାଜା ଶଙ୍କର ପାର୍କ (କୁଲ୍ଲା ପାର୍କ) ରେ ଘଟିଛି। ସୂଚନା ଅନୁସାରେ, ବିବେକାନନ୍ଦ ବ୍ଲକ୍ ଝୁଗି ବସ୍ତିରେ ରହୁଥିବା ବିଜୟ ପୱାରଙ୍କର ୧୧ବର୍ଷିୟ ପୁଅ ନିରଞ୍ଜନ, ନିଜର ବନ୍ଧୁଙ୍କ ସହ ସାଇକେଲରେ ରାଜା ଶଙ୍କର ପାର୍କକୁ ଖେଳିବାକୁ ଯାଇଥିଲେ। ଏହି ସମୟରେ ଯେବେ ନିରଞ୍ଜନ ପାର୍କର ଗେଟ୍ ଖୋଲିବାକୁ ଚେଷ୍ଟା କରୁଥିଲେ, ଗେଟ୍ଟି ତାଙ୍କ ଉପରେ ଖସି ପଡ଼ିଥିଲା।
ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା, କିନ୍ତୁ ସେଠାରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଛି। ପୁଲିସର କହିବାନୁସାରେ , ଏହି ଘଟଣା ଆଜି (ରବିବାର) ସନ୍ଧ୍ୟା ପାଖାପାଖି ୪ଟାରେ ଘଟିଛି। ପାର୍କର ଯେଉଁ ଲୁହାର ଗେଟ୍ ଖସି ପଡ଼ିଛି, ତାହା ୭ ଫୁଟରୁ ମଧ୍ୟ ଅଧିକ ଉଚ୍ଚତାର। ବର୍ତ୍ତମାନ ପୁଲିସ ମାମଲାର ଯାଞ୍ଚ କରୁଛି, ଏହାପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ମଲ୍ଲେଶ୍ୱରମ୍ ପୁଲିସ କହିଛି କି, ମୃତକ ପିଲା ଜଣଙ୍କ ସରକାରୀ ବିବିଏମପି ସ୍କୁଲର ୫ମ ଶ୍ରେଣୀରେ ପଢୁ ଥିଲେ। ଗେଟ୍ଟି ତାଙ୍କ ଉପରେ ପଡ଼ିବାରୁ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଅଧିକ ରକ୍ତ ସ୍ରାବ ହୋଇଥିଲା। କେସି ଜେନେରାଲ ହସ୍ପିଟାଲ ନେଇ ଯିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।