ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

‘ଏବେ ସେ ନରେନ୍ଦ୍ର ମୋଦି ନାହାନ୍ତି, ଯାହାଙ୍କର ୫୬ ଇଞ୍ଚର ଛାତି ଥିଲା’ : ଜମ୍ମୁ-କଶ୍ମୀରରେ ରାହୁଲ କଲେ ଟାର୍ଗେଟ

ପୁଞ୍ଛ,୨୩।୯:  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋମବାର ପୁଞ୍ଛରେ କରିଛନ୍ତି ନିର୍ବାଚନୀ ରାଲି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ସଳଖ କରିଛନ୍ତି ଟାର୍ଗେଟ। ସେ କହିଛନ୍ତି, ଏହି ସେ ବଦଳି ସାରିଛନ୍ତି। ଆଜି ସେ ମୋଦି ଆଗ ଭଳି ନାହାନ୍ତି। ଆମେ ତାଙ୍କୁ ମନୋବୈଜ୍ଞାନିକ ସ୍ତରରେ ଶେଷ କରିଦେଇଛି। ଏବେ ସେ ମୋଦି ନାହାନ୍ତି, ଯାହାଙ୍କୁ ଆଗରୁ ଦେଖିଥିଲେ। ପୂର୍ବରୁ ଯେଉଁ ମୋଦି ଥିଲେ, ସେ ୫୬ ଇଞ୍ଚର ଛାତି ଥିବା ମୋଦି ଥିଲେ। ଆପଣ ତାଙ୍କର ମୁହଁ ଦୂରରୁ ଦେଖୁଛନ୍ତି, କିନ୍ତୁ ମୁଁ ସଂସଦରେ ପାଖରୁ ଦେଉଛି। ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଆଗରୁ ଯେଉଁ ମୋଦି ଥିଲେ, ଏବେ ସେ ନାହାନ୍ତି। ଆଜି ବିରୋଧି ଯାହା କରିବାକୁ ଚାହାନ୍ତି, ତାହା କରିପାରିବେ। ସେ କୌଣସି ଆଇନ ଆଣନ୍ତି ଯଦି ତେବେ ଆମେ ତାଙ୍କ ଆଗରେ ଠିଆ ହୋଇଯାଉଛୁ ଓ ପୁଣି ନୂଆ ଆଇନ ଆଣୁଛୁ।

ରାହୁଲ କହିଛନ୍ତି, ଇଲେକସନ୍‌ ବେଳେ ମୋଦି କହିଥିଲେ ମୁଁ ବାୟୋଲୋଜିକାଲ ନୁହେଁ। ମୋର ସିଧା ସଳଖ କନେକ୍ସନ ଉପର ସହ ରହିଛି। ମୁଁ ସିଧା ସଳଖ ଭଗବାନଙ୍କ ସହ କଥା ହୁଏ। କିନ୍ତୁ ଏବେ ଇଣ୍ଡିଆ ମେଣ୍ଟ ମୋଦିଙ୍କୁ ମନୋବୈଜ୍ଞାନିକ ରୂପରେ ଭାଙ୍ଗି ଦେଇଛୁ। ଆମେ ଘୃଣା ନୁହେଁ,ବଂର ଭଲ ପାଇବା ବାଣ୍ଟୁ। କେବଳ ପ୍ରେମ ଦ୍ବାରା ହିଁ ଘୃଣାକୁ ହରାଇ ହେବ। ଏଭଳି ବହୁତ ଥର ହୋଇଛି ଯେବେ କେନ୍ଦ୍ର ଶାସିତ ଅଞ୍ଚଳକୁ ରାଜ୍ୟ କରାଯାଇଛି। ବହୁବାର ରାଜ୍ୟ ବିଭାଜନ ହୋଇଛି ଓ ଗୋଟିଏରୁ ଦୁଇଟି ରାଜ୍ୟ ହୋଇଛି। କିନ୍ତୁ ଏବେ ପ୍ରଥମ ଥର ହୋଇଛି, ଯେତେବେଳେ ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଛି। ଆପଣଙ୍କର ଯାହା ଅଧିକାର ରହିଛି, ଏବେ ତାକୁ ଛଡାଇ ନିଆଯାଇଛି। ଭାରତ ଇତିହାସରେ ଏଭଳି ପ୍ରଥମ ଥର ହୋଇଛି। ଏକ ରାଜ୍ୟକୁ କୁହାଯାଇଛି ଆପଣ ଏବେ ରାଜ୍ୟରେ ରହିବେନି, ବଂର କେନ୍ଦ୍ର ଶାସିତ ରାଜ୍ୟରେ ରହିବେ।’

ସାରା ଦେଶରେ ନରେନ୍ଦ୍ର ମୋଦି ବେରୋଜଗାରୀ ସୃଷ୍ଟି କରିଛନ୍ତି। କେବଳ ୨ ରୁ ୩ ଜଣ ଲୋକ ଏହି କାମ କରନ୍ତି। ସେମାନେ ଦେଶର ୨୫ ଜଣ ଅରବପତିଙ୍କ ୧୬ ଲକ୍ଷ କୋଟି ଟଙ୍କା ଋଣ ଛାଡ କରିଛନ୍ତି। ଛୋଟ ବ୍ୟବସାୟୀଙ୍କୁ ଏହି ଲୋକମାନେ ଶେଷ କରିଦେଇଛନ୍ତି। ଫଳାଫଳ ଏଭଳି  ହେଲା ଯେ, ଭାରତରେ କେଉଁଠି ଏବେ ରୋଜଗାର ନାହିଁ, ଏହି ସ୍ଥିତି ଏବେ ଜମ୍ମୁ-କଶ୍ମୀରରେ ମଧ୍ୟ ରହିଛି। ଆଜି ଆପଣଙ୍କ ସରକାର ଏଠାରୁ ନୁହେଁ ଦିଲ୍ଲୀରୁ ଚାଲୁଛି। ଆମେ ଚାହୁଁଛୁ ଆପଣଙ୍କୁ ନିର୍ବାଚନ ପୂର୍ବରୁ ରାଜ୍ୟପାହ୍ୟା ମିଳିଯାଉ। ଆମେ ଚାହିଁବୁ ଇଲେକ୍ସନ ହେବା ମାତ୍ରେ ଏଭଳି ହୋଇ ଯାଉ। ଏହି ଲୋକ ବିଭାଜନ କରିବାର କାମ କରୁଛନ୍ତି। ଭାଷାକୁ ଭାଷରେ, ରାଜ୍ୟକୁ ରାଜ୍ୟ ଏବଂ ଜାତି ଧର୍ମ ଆଧାରରେ ବିବାଦ ସୃଷ୍ଟି କରନ୍ତି।’ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.