ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଉତ୍ତର ଭାରତୀୟ ଯଦି ବେଙ୍ଗାଲୁରୁ ଛାଡ଼ି ଦେବେ ତ … ଇନଷ୍ଟାଗ୍ରାମ୍ ଇନଫ୍ଲୁଏନ୍ସରଙ୍କର ବିବାଦୀୟ ପୋଷ୍ଟରେ ହଙ୍ଗାମା

ବେଙ୍ଗୁଲୁରୁ : ଜଣେ ଇନଷ୍ଟାଗ୍ରାମ୍‌ ଇନଫ୍ଲୁଏନ୍ସରଙ୍କର ଏକ ଭିଡ଼ିଓ ପୋଷ୍ଟକୁ ନେଇ ଆରମ୍ଭ ହୋଇଛି ହଙ୍ଗାମା। ସେ ଦାବି କରିଥିଲେ କି, ଯଦି ସବୁ ଉତ୍ତର ଭାରତୀୟଙ୍କୁ ସହର ଛାଡ଼ିବାକୁ କୁହାଯାଏ ତ, ଦକ୍ଷିଣ ଭାରତୀୟ ସହର ବେଙ୍ଗାଲୁରୁ ଖାଲି ହୋଇ ଯିବ। ଏହାକୁ ହଙ୍ଗାମା ସୃଷ୍ଟି ହୋଇଥିଲା। ଏହାପରେ ସେ ଆଉ ଏକ ଭିଡ଼ିଓ ପୋଷ୍ଟ କରି କହିଥିଲେ କି, ତାଙ୍କୁ ବେଙ୍ଗାଲୁରୁକୁ ବହୁତ ଭଲ ଲାଗେ। ଏମିତି ଲାଗୁଛି କି ମୂଳ ଭିଡ଼ିଓକୁ ହଟେଇ ଦିଆଯାଇଛି। 

ଦକ୍ଷିଣୀ ରାଜ୍ୟ କର୍ଣ୍ଣାଟକର କିଛି ପ୍ରସିଦ୍ଧ ବ୍ୟକ୍ତିଙ୍କ ସହ ଅନ୍ୟ ଲୋକଙ୍କ ପକ୍ଷରୁ ଏହି କଡ଼ା ପ୍ରତିକ୍ରିୟା ସେତେବେଳେ ଆସିଲା , ଯେବେ ଡିଜିଟାଲ କଣ୍ଟେଣ୍ଟ ନିର୍ମାତା ସୁଗନ୍ଧ ଶର୍ମା ଏକ ଭିଡ଼ିଓରେ କହିଥିଲେ କି, ଯଦି ପ୍ରବାସୀ ଚାଲିଯିବେ ତ ବେଙ୍ଗାଲୁରୁ ନିଜର ଆକର୍ଷଣ ହରାଇ ଦେବ। 

ଶର୍ମା ଭିଡ଼ିଓରେ କହିଥିଲେ, ଆମକୁ ଛାଡ଼ିବାକୁ କହିବା ପୂର୍ବରୁ କନ୍ନଡ ଲୋକଙ୍କୁ ଏହା ବୁଝିବା ଉଚିତ୍‌। ଯାହାର ଶୀର୍ଷକ ସେ ରଖିଛନ୍ତି - " ବେଙ୍ଗାଲୁରୁ ସମସ୍ତଙ୍କର , କେବଳ ଜଣେ ବ୍ୟକ୍ତିଙ୍କର ନୁହେଁ " । ସେ ଦାବି କରିଛନ୍ତି କି ପଞ୍ଜାବୀ ସଙ୍ଗୀତରେ ନୃତ୍ୟ କରୁଥିବା ସୁନ୍ଦରୀ ଯୁବତୀମାନେ ସହରରେ ଦେଖା ଯିବେ ନାହିଁ। ପେଇଁ ଗେଷ୍ଟ ନିବାସ ( ପିଜି) ଓ କ୍ଲବ ଶୂନଶାନ ହୋଇ ଯିବ ଏବଂ ଲୋକଙ୍କୁ ଉତ୍ତର ଭାରତୀୟଙ୍କ ବିନା ଭଡ଼ାର ଆୟ ମିଳିବ ନାହିଁ । 

ଅନେକ ଲୋକ ଏହାକୁ ସହରର ସଂସ୍କୃତି  ଓ ଐତିହ୍ୟ ପ୍ରତି ଅପମାନଜନକ ମନେକରିଛନ୍ତି। ଅନେକ ପ୍ରସିଦ୍ଧ ବ୍ୟକ୍ତିମାନେ ଓ ସାଧାରଣ ନାଗରିକମାନେ ଶର୍ମାଙ୍କ ପୋଷ୍ଟକୁ ନିନ୍ଦା କରିଛନ୍ତି। ଅଭିନେତା ଓ ରାପ୍‌ର ଚନ୍ଦନ ଶେଟ୍ଟୀ , ଅଭିନେତ୍ରୀ ଚୈତ୍ରା ଆଚାର ଓ ଅନୁପମା ଗୌଡ଼ା  ଏବଂ ବିଗ୍ ବସ୍‌ର ଫେମ୍‌ ରୁପେଶ ରାଜନ୍ନା ଓ ଧନରାଜ ମଧ୍ୟ ଭିଡ଼ିଓକୁ ନେଇ ଅଭିଯୋଗ କରିଛନ୍ତି।

ଶେଟ୍ଟୀ ଭିଡ଼ିଓକୁ ପବ୍ଲିସିଟି ଷ୍ଟଣ୍ଟ ଭାବେ ଦର୍ଶାଇଛନ୍ତି । ଅନ୍ୟପଟେ ଗୌଡା ବେଙ୍ଗୁଲୁରୁର ବହୁସାଂସ୍କୃତିକ ବାତାବରଣରେ ସାମଞ୍ଜସ୍ୟ ବଜାୟ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ଚୈତ୍ରା ଆଚାର କହିଛନ୍ତି,ଯଦି ଆପଣ ସତରେ ଛାଡ଼ି ପାରନ୍ତି ତ ଏକ ପ୍ରୟୋଗ ଭାବେ ଛାଡ଼ି ଦିଅନ୍ତୁ ଏବଂ ଦେଖିବା ବେଙ୍ଗାଲୁରୁ କେତେ ଖାଲି ହୋଇ ଯାଉଛି। ଆମେ ଏହି ଖାଲିପଣ ସହ ବଞ୍ଚି ପାରିବୁ। 


ଜଣେ ଇନଷ୍ଟାଗ୍ରାମ୍‌ ୟୁଜର ଲେଖିଛନ୍ତି , ଆମେ ନିଜର ବେଙ୍ଗାଲୁରୁକୁ ଏମିତି ଲୋକଙ୍କ ବିନା ଦେଖିବାକୁ ଖୁବ୍‌ ଅପେକ୍ଷା କରିଛୁ ଷ ଯିଏ ବେଙ୍ଗାଲୁରୁ କାରଣରୁ ମିଳିଥିବା ଜୀବନଶୈଳୀ ପାଇଁ ମଧ୍ୟ କୃତଜ୍ଞ ନୁହେଁ …ନିଜର ପୂରା ଦଳକୁ ଏଠାରୁ ନେଇଯାଅ …ବାସ୍ତବିକ କନ୍ନଡ ଲୋକଙ୍କ ଉପରେ କୌଣସି ଫରକ ପଡ଼ିବ ନାହିଁ । 

ଏଭଳି ଅନେକ ତଡ଼ା ପ୍ରତିକ୍ରିୟା ପରେ , ଇନଫ୍ଲୁଏନ୍ସର ରବିବାର (୨୨ ସେପ୍ଟେମ୍ୱର)ରେ ଏକ ନୂଆ ପୋଷ୍ଟରେ ଲେଖିଛନ୍ତି – ମୋର ବେଙ୍ଗାଲୁରୁ ପ୍ରତି ଭଲ ପାଇବା ଅଚି , ଏଥିପାଇଁ ଘୃଣା ପ୍ରସାର କରନ୍ତୁ ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.