ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

କାପସୀ ଛକରେ ଗୁଳିକାଣ୍ଡ, ଅଜଣା ଯୁବକଙ୍କ ଗୁଳି ଚାଳନାରେ ଜଣେ ଗୁରୁତର

ନୂଆପଡା,୦୭/୧୦: କାପସୀ ଛକରେ ଗୁଳିକାଣ୍ଡ। ଅଜଣା ଯୁବକଙ୍କ ଗୁଳି ଚାଳନାରେ ଜଣେ ଯୁବକ ଗୁରୁତର । ଯୁବକ ଜଣକ କାପସୀ ଗ୍ରାମର ନୀଳମ୍ବର ମେହେର ବୋଲି ଜଣାପଡ଼ିଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ନୂଆପଡା ଜିଲ୍ଲା ସିନାପାଲି ଥାନା କାପସୀ ଛକରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, କାପସୀ ଛକରେ ଜଣେ ଅଜଣା ବ୍ୟକ୍ତି ଅଚାନକ ଗୁଳିଚାଳନା କରିଥିଲେ। ଏହି ଗୁଳି ଚାଳନାରେ କାପସୀ ଗ୍ରାମର ନୀଳମ୍ବର ମେହେର ଗୁରୁତର ହୋଇଥିଲେ। ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ  ସିନାପାଲି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ନୀଳମ୍ବରଙ୍କୁ ପ୍ରଥମେ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ପରେ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.