ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଆଇଫୋନ୍ ପ୍ରେମୀଙ୍କ ଅପେକ୍ଷାର ଅନ୍ତ, ଭାରତକୁ ଆସିଲା ଆଇଫୋନ୍ ୧୬ ସିରିଜ୍

ନୂଆଦିଲ୍ଲୀ, ୨୦।୯: ଏଣିକି ଆପଲ୍ କମ୍ପାନୀ ଭାରତରେ ଆଇଫୋନ୍ ୧୬ ସିରିଜ୍ ବିକ୍ରି ଆରମ୍ଭ କରିଛି । ଏଥର ବଜେଟରେ ଆମଦାନୀ ଶୁଳ୍କ ହ୍ରାସ ହେତୁ କମ୍ପାନୀ ପ୍ରଥମ ଥର ପାଇଁ ପୂର୍ବ ମଡେଲ ତୁଳନାରେ କମ୍ ମୂଲ୍ୟରେ ଆଇଫୋନ୍ ପ୍ରୋ ସିରିଜ୍ ବିକ୍ରି କରୁଛି । ଏହି ନୂଆ ଆଇଫୋନ୍ ଶୁକ୍ରବାର ସକାଳ ୮ଟାରୁ ଉଭୟ ରିଟେଲ ଓ  ଅନଲାଇନ ଷ୍ଟୋରରେ ଉପଲବ୍ଧ ହୋଇଛି । ଆଇଫୋନ୍ ୧୬ ପ୍ରୋର ମୂଲ୍ୟ ୧ ଲକ୍ଷ୧୯ ହଜାର ୯୦୦ ଟଙ୍କା ଓ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସର ପ୍ରାରମ୍ଭିକ ମୂଲ୍ୟ ରହିଛି ୧ ଲକ୍ଷ ୪ ହଜାର ୯୦୦ ଟଙ୍କା । ପ୍ରାୟ ବର୍ଷେ ପୂର୍ବେ ଆଇଫୋନ୍ ୧୫ ପ୍ରୋ ପ୍ରାରମ୍ଭିକ ମୂଲ୍ୟରେ ୧ ଲକ୍ଷ ୩୪ ହଜାର ୯୦୦ ଟଙ୍କା ଓ ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ୧ ଲକ୍ଷ ୫୯ ଲକ୍ଷ ୯୦୦ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଥିଲା । ଆଇଫୋନ୍ ୧୬ ସିରିଜ୍‌କୁ ବାଦ୍‌ ଦେଲେ, ଆଇଫୋନ୍ ୧୪ ଓ ଆଇଫୋନ୍ ୧୩ ଆଇଫୋନ୍ ସିରିଜ୍ ବିକ୍ରିରେ ମଧ୍ୟ ବୃଦ୍ଧି ଘଟିଛି । 

ଅନ୍ୟପଟେ ଆପଲ୍ ଆଇଫୋନ୍ ୧୬ରେ କେଉଁସବୁ ଫିଚର୍ସ ଉପଲବ୍ଧ ଆସନ୍ତୁ ଜାଣିବା । ଏଥିରେ ଆପଲ୍ ଇଣ୍ଟେଲିଜେନ୍ସ, ବଡ଼ ସ୍କ୍ରିନ୍ ଓ କ୍ୟାମେରା କଣ୍ଟ୍ରୋଲ ସହିତ ଅନେକ ନୂଆ ଫିଚର୍ସ ରହିଛି । ଆଇଫୋନ୍ ୧୬ ପ୍ରୋ ଓ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସ ୧୨୮ ଜିବି, ୨୫୬ ଜିବି, ୫୧୨ ଜିବି ଓ ୧ ଟିଭି ଷ୍ଟୋରେଜ୍ କ୍ଷମତାରେ ଉପଲବ୍ଧ ହେବ । ଆଇଫୋନ୍ ୧୬ ସିରିଜରେ ଡିସପ୍ଲେର ଆକାର ୬.୩ ଇଞ୍ଚ ଓ ୬.୯ ଇଞ୍ଚ ଯାହା ଏପର୍ଯ୍ୟନ୍ତର ସବୁଠୁ ବଡ଼ ଡିସପ୍ଲେ । ଭାରତରେ ଆପଲର ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୦୨୫ ସୁଦ୍ଧା ଏହାର ଆୟ ୧୦ ବିଲିୟନ ଡ଼ଲାର୍ ମାର୍କ ଅତିକ୍ରମ କରିପାରେ । ଗତ ବର୍ଷ ତୁଳନାରେ ଏଥର ନୂଆ ଆଇଫୋନର ବେସ ଭାରିଆଣ୍ଟ ପାଇଁ ଅଧିକ ଚାହିଦା ରହିଛି। ଏଥିସହିତ, କମ୍ପାନୀଗୁଡ଼ିକ ଆକର୍ଷଣୀୟ ଫାଇନାନ୍ସ ବିକଳ୍ପ ମଧ୍ୟ ପ୍ରଦାନ କରୁଛନ୍ତି । ଏହି କାରଣରୁ ଲାଗୁଛି ଯେ ନୂଆ ୧୬ ସିରିଜ୍ ପୂର୍ବ ରେକର୍ଡ ଭାଙ୍ଗିବ ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.