ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଆମେରିକା- ଚୀନ ବାଣିଜ୍ୟ ଯୁଦ୍ଧ: ଭାରତରେ କଣ୍ଟେନର ଅଭାବରୁ ପ୍ରଭାବିତ ହେବ ରପ୍ତାନି

ନୂଆଦିଲ୍ଲୀ,୧୬/୦୯: ଆମେରିକା  ଏବଂ ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟ  ଯୁଦ୍ଧର ପ୍ରଭାବ ଭାରତ ଉପରେ  ପଡ଼ିପାରେ । ଚୀନ୍‌ରୁ ଆସୁଥିବା କିଛି  ସାମଗ୍ରୀର ଆମଦାନି ଶୁଳ୍କ ବଢ଼ାଇଦେଇଛି  ଆମେରିକା । ଏହି ଟାରିଫ ଲାଗୁ ହେବା  ପୂର୍ବରୁ ଚୀନ୍‌ ଏହାର ଅଧିକରୁ ଅଧିକ ସାମଗ୍ରୀ ଆମେରିକାକୁ ପଠାଇଦେବାକୁ  ଚାହେଁ । ଏଥିପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ  ପ୍ରଚୁର ମାତ୍ରାରେ ଖାଲି କଣ୍ଟେନର ଯାଉଛି  ଚୀନ୍‌କୁ । ଏହାଦ୍ୱାରା ଭାରତରେ କଣ୍ଟେନର ଅଭାବ ସ୍ଥିତି ଉପୁଯିଛି । ଜଣେ ସରକାରୀ  ଅଧିକାରୀଙ୍କ କହିବାନୁସାରେ, ଭାରତୀୟ  ରପ୍ତାନିକାରୀଙ୍କୁ ସେମାନଙ୍କ ସାମଗ୍ରୀ ରପ୍ତାନି  କରିବା ପାଇଁ କଣ୍ଟେନର ମିଳୁନାହିଁ । ତେଣୁ  ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଭାରତର ରପ୍ତାନିରେ ହ୍ରାସ ଦେଖିବାକୁ ମିଳିପାରେ ।  

ପ୍ରକାଶଯୋଗ୍ୟ, ଆମେରିକାର  ବାଇଡେନ ପ୍ରଶାସନ ଚୀନ୍‌ର ଅନେକ  ସାମଗ୍ରୀ ଉପରେ ଟାରିଫ ବଢ଼ାଇବା  ପାଇଁ ଘୋଷଣା କରିଛନ୍ତି । ଏଥିରେ  ଷ୍ଟିଲ୍‌ରୁ ଆରମ୍ଭ କରି ସୋଲାର ସେଲ,  ଲିଥିୟମ ଆୟନ ବ୍ୟାଟେରି, ଇଲେକ୍ଟ୍ରିକ୍‌  ଯାନ ଏବଂ ମେଡିକାଲ ଉପକରଣ ଆଦି  ସାମିଲ ଅଛି । ଏହି ଟାରିଫ୍‌କୁ ଏହି ବର୍ଷରୁ  ୨୦୨୬ ପର୍ଯ୍ୟନ୍ତ ପର୍ଯ୍ୟାୟ ଭିତ୍ତିରେ ଲାଗୁ  କରାଯିବ । ଏହା ଲାଗୁ ହେବା ପୂର୍ବରୁ  ଚୀନ୍‌ ଏହାର ବଡ଼ ପରିମାଣର ସାମଗ୍ରୀକୁ  ଆମେରିକା ପଠାଇ ଦେବାକୁ ଚାହୁଁଛି ।  ଏଥିପାଇଁ ଚୀନ୍‌ରେ ହଠାତ୍‌ କଣ୍ଟେନର  ଚାହିଦା ପ୍ରବଳ ମାତ୍ରାରେ ବଢ଼ିଯାଇଛି ।  ବିଶ୍ୱର ବିଭିନ୍ନ ସ୍ଥାନରୁ ସେଠାକୁ ଖାଲି  କଣ୍ଟେନର ଯାଉଛି । ଲୋହିତ ସାଗରରେ  ହିଂସା ଯୋଗୁ ପୂର୍ବରୁ କଣ୍ଟେନର ଦରରେ  ଉଛାଳ ଆସିଥିଲା । ଏବେ ସ୍ଥିତିରେ ସୁଧାର  ଆସିବାକୁ ଆରମ୍ଭ ହେଉଥିବାବେଳେ ପୁଣି  କଣ୍ଟେନର ଦର ବଢ଼ିବାକୁ ଯାଉଥିବା 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.