ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

କର୍ପୋରେଟ୍‌ ଇଣ୍ଡିଆର ନୂଆ ଅଭିଯାନ, ଫିଟ୍‌ନେସ୍‌ ଦେଖି ଦରମା ବଢ଼ାଇବେ କମ୍ପାନି

ନୂଆଦିଲ୍ଲୀ, ୧୬/୦୯ : ଭାରତର କର୍ପୋରେଟ ଜଗତ ଏବେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ୱେଲ୍‌ନେସ ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦେଉଛନ୍ତି । ଆପ୍ରାଇଜାଲ ବେଳେ କର୍ମଚାରୀଙ୍କ ଫିଟ୍‌ନେସ୍‌କୁ ପରଖା ଯାଉଛି । ଯଦି କର୍ମଚାରୀ କମ୍ପାନି ଦ୍ୱାରା ଧାର୍ଯ୍ୟ ସ୍ୱାସ୍ଥ୍ୟ ଲକ୍ଷ୍ୟକୁ ପୂରଣ କରୁଛନ୍ତି, ଉକ୍ତ ହିସାବରେ ତାଙ୍କର ଦରମା ବଢ଼ାଇବାକୁ ଯାଉଛନ୍ତି କମ୍ପାନି । ଚଳିତ ବର୍ଷର ଆପ୍ରାଇଜାଲ ପ୍ରକ୍ରିୟା ବା ପର୍ଫମାନ୍ସ ରିଭ୍ୟୁରେ ସ୍ୱାସ୍ଥ୍ୟ ଲକ୍ଷ୍ୟକୁ ମିଶାଇଛନ୍ତି ଅନେକ କମ୍ପାନି । ଡସ୍‌ ବ୍ୟାଙ୍କ, ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଏବଂ ଫିଲିପ୍ସ ଭଳି କମ୍ପାନିଗୁଡ଼ିକ କର୍ମଚାରୀଙ୍କ ପର୍ଫମାନ୍ସ ରିଭ୍ୟୁରେ ସେମାନଙ୍କ ହେଲ୍‌ଥ ଗୋଲ୍‌କୁ ଅନ୍ତର୍ଭୁକ୍ତ କରିଥିବା ଜଣାପଡ଼ିଛି । 

ଶାରୀରିକ ଏବଂ ମାନସିକ ଭାବେ ଯିଏ ଯେତେ ଫିଟ୍‌ ତାହା ଉପରେ ନିର୍ଭର କରିବ ଦରମା ବୃଦ୍ଧି । ଅନ୍‌ସାଇଟ୍‌ ଡାଏଟ୍‌ କନ୍‌ସଲ୍‌ଟାଣ୍ଟ, ୱେଲ୍‌ନେସ ସେସନ୍‌, ହାର୍ଟ ହେଲ୍‌ଥ ଆସେସ୍‌ମେଣ୍ଟ ଏବଂ ହେଲ୍‌ଥ ମେଟ୍ରିକ୍ସଗୁଡ଼ିକର ଟ୍ରାକିଂ ଆଦି ଅଭିଯାନ ଆରମ୍ଭ କରାଯାଇଛି । କର୍ମଚାରୀ ଯେତିକି ଫିଟ୍‌ ରହିବେ ଦରମା ଉକ୍ତ ଅନୁସାରେ ବଢ଼ିବ । ଭଲ ଦରମା ବୃଦ୍ଧି ପାଇଁ କର୍ମଚାରୀଙ୍କୁ ସେମାନଙ୍କ ହେଲ୍‌ଥ ଗୋଲ୍‌କୁ ହାସଲ କରିବାକୁ ପଡ଼ିବ । ହେଲ୍‌ଥ ଏବଂ ୱେଲ୍‌ନେସ ଅଭିଯାନ ଆଣିବାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସହଯୋଗ କରିବା, ଉତ୍ପାଦକତା ବୃଦ୍ଧି ଏବଂ ଅନୁପସ୍ଥିତି ହାର କମାଇବା । ପେସାରେ ସଫଳତା ପାଇଁ ସ୍ୱାସ୍ଥ୍ୟ ଏବଂ ୱେଲ୍‌ନେସ ଉପରେ କମ୍ପାନିଗୁଡ଼ିକ ଫୋକସ କରୁଛନ୍ତି । ଡସ୍‌ ବ୍ୟାଙ୍କ, ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସ, ଅପ୍‌ଗ୍ରାଡ, ଫିଲିପ୍ସ, ଥେଲ୍‌ସ ଏବଂ ମିଶୋ ଭଳି କମ୍ପାନି ପର୍ଫମାନ୍ସ ରିଭ୍ୟୁରେ ହେଲ୍‌ଥ ଗୋଲ୍‌କୁ ଅନ୍ତର୍ଭୁକ୍ତ କରିଥିବା ଜଣାପଡ଼ିଛି । କମ୍ପାନିଗୁଡ଼ିକ ମଧ୍ୟ କର୍ମଚାରୀଙ୍କୁ ଅନ୍‌ସାଇଟ୍‌ ଡାଏଟ୍‌ ଏବଂ ନ୍ୟୁଟ୍ରିସନ କନ୍‌ସଲ୍‌ଟାଣ୍ଟଙ୍କ ସୁବିଧା ପ୍ରଦାନ କରୁଛନ୍ତି । ପରିବର୍ଦ୍ଧିତ ମାନସିକ ସନ୍ତୁଳନ ପାଇଁ ୱେଲ୍‌ନେସ ସେସନ୍‌ମାନ କରୁଛନ୍ତି । ହାର୍ଟ ହେଲ୍‌ଥକୁ ପରୀକ୍ଷା କରିବା ସହ ଗୋପନୀୟତାର ପାଳନ କରି କର୍ମଚାରୀଙ୍କ ହେଲ୍‌ଥ ମେଟ୍ରିକ୍ସଗୁଡ଼ିକୁ ଟ୍ରାକ୍‌ କରୁଛନ୍ତି । 

ଚଳିତ ଆପ୍ରାଇଜାଲ ସେସନ୍‌ରୁ ହିଁ ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଏ ବ୍ୟବସ୍ଥା କାର୍ଯ୍ୟକାରୀ କରାଇଛି । ୨୦୨୪-୨୫ ଆର୍ଥିକବର୍ଷରୁ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ପ୍ରମୁଖ ରେଜଲ୍ଟ ଏରିଆ(କେଆର୍‌ଏ)ରେ ଅନ୍ୟୁନ ଗୋଟିଏ ହେଲ୍‌ଥ ଗୋଲ୍‌କୁ ହାସଲ କରିବାକୁ ପଡ଼ିବ । ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସର ସିଇଓ ମୟାଙ୍କ ବାଥୱାଲ କହିଛନ୍ତି ଯେ, ବାର୍ଷିକ ପର୍ଫମାନ୍ସ ରିଭ୍ୟୁରେ ହେଲ୍‌ଥ ଗୋଲ୍‌ଗୁଡ଼ିକର ଯୋଗଦାନ ୧୦% ପର୍ଯ୍ୟନ୍ତ ରହିବ । ଏହି ହେଲ୍‌ଥ ଗୋଲ୍‌ଗୁଡ଼ିକ ମଧ୍ୟରେ ରହିଛି ଓଜନ ହ୍ରାସ, ନିୟମିତ ବ୍ୟାୟାମ, ଯୋଗ, ଉନ୍ନତ ପୋଷଣ, ଉତ୍ତମ ନିଦ୍ରା ପରିଚାଳନା ଏବଂ ଧୁମ୍ରପାନ ଭଳି ଅସ୍ୱାସ୍ଥ୍ୟକର ଅଭ୍ୟାସର ପରିତ୍ୟାଗ । ବ୍ୟାପକ ପରୀକ୍ଷା ଏବଂ ଡିଜିଟାଲ ମୂଲ୍ୟାଙ୍କନ ଜରିଆରେ କର୍ମଚାରୀଙ୍କ ହେଲ୍‌ଥ ମେଟ୍ରିକ୍ସଗୁଡ଼ିକୁ ଟ୍ରାକ୍‌ କରାଯିବ । ଏହି ଅଭିଯାନ ଅଧୀନରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟର ଅଗ୍ରଗତିକୁ ନେଇ ମ୍ୟାନେଜରମାନେ ନିୟମିତ ଭାବେ ଟିମ୍‌ ସଦସ୍ୟଙ୍କ ସହ ଆଲୋଚନା କରିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.