ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

୧୦୦କୋଟି ଟଙ୍କା ଥିଲା ଦରମା , ଏଲନ ମସ୍କ ଏହି ଭାରତୀୟଙ୍କୁ ଚାକିରିରୁ ବାହାର କରିଦେଇ ଥିଲେ ; ଏବେ ସେ କରିଛନ୍ତି କମାଲ

ନୂଆଦିଲ୍ଲୀ : ଭାରତର ଲୋକେ ଆମେରିକାରୁ ନେଇ ଲଣ୍ଡନ ଯାଏ କମାଲ କରୁଛନ୍ତି। ଦୁନିଆର ବଡ଼ ବଡ଼ ଟେକ୍‌ କମ୍ପାନୀ ଗୁଡ଼ିକର ପରିଚାଳନା ଦାୟିତ୍ୱ ଭାରତୀୟଙ୍କ ହାତରେ ରହିଛି। କିଛି ବର୍ଷ ପୂର୍ବେ ଏମିତି ହିଁ ଏକ ବଡ଼ କମ୍ପାନୀର ପରିଚାଳନା ଭାର ଜଣେ ଭାରତୀୟଙ୍କ ହାତରେ ଥିଲା। ଏହି ସମୟରେ ତାଙ୍କର ଦରମା ପ୍ୟାକେଜ୍‌ ୧୦୦ କୋଟି ଟଙ୍କା ଥିଲା, କିନ୍ତୁ ଏଲନ ମସ୍କ ତାଙ୍କୁ ନିଜର କମ୍ପାନୀରୁ ବାହାର କରି ଦେଇ ଥିଲେ। ଜବ୍‌ ଯିବା ପରେ ମଧ୍ୟ ସେ ସାହସ ହରାଇ ନଥିଲେ ଏବଂ ଆଜି ସେ ନିଜର କମ୍ପାନୀ ଚଲାଉଛନ୍ତି।

ଅକ୍ଟୋବର ୨୦୨୨ରେ ଦୁନିଆର ପ୍ରସିଦ୍ଧ ଉଦ୍ୟୋଗପତି ଏଲନ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣି ଥିଲେ। ଏଲନ ମସ୍କଙ୍କ ଦ୍ୱାରା ଏହାକୁ କିଣିବା ପରେ ଅନେକ ବଡ଼ ବଡ଼ ପରିବର୍ତ୍ତନ କରିଥିଲେ। ଏଲନ ମସ୍କ ଟ୍ୱିଟରର ନାଁ ବଦଳାଇ ଏକ୍ସ କରି ଦେଇ ଥିଲେ। ଏହାସହ ଅନେକ କର୍ମଚାରୀଙ୍କୁ ମଧ୍ୟ ବାହାର କରି ଦେଇ ଥିଲେ। ଏହା ବ୍ୟତୀତ, ଏହି ସମୟରେ ସିଇଓ ପରାଗ ଅଗ୍ରୱାଲଙ୍କୁ ମଧ୍ୟ ବାହାର କରି ଦେଇ ଥିଲେ। 

ପରାଗ ଅଗ୍ରୱାଲ ଆଇଆଇଟି ଗ୍ରାଜୁଏଟ୍, ଯିଏ ଜଣେ ଭାରତୀୟ ବଂଶୋଦ୍ଭବ। ଟ୍ୱିଟରର ସିଇଓ ଭାବେ ପରାଗ ଅଗ୍ରୱାଲ ଖୁବ୍‌ ଲୋକପ୍ରିୟ ଥିଲେ। ଟ୍ୱିଟରରେ ସିଇଓ ପଦରେ କାର୍ଯ୍ୟ କରିବାରେ ପରାଗ ଅଗ୍ରୱାଲଙ୍କ ଦରମା ପ୍ୟାକେଜ୍‌ ୧୦୦ କୋଟି ଥିଲା। ବ୍ଲୁମବର୍ଗର କୁର୍ଟ ୱାଗନରର ଏକ ପୁସ୍ତକ ମୁତାବିକ, ପରାଗ ଏଲନ ମସ୍କଙ୍କ ପ୍ରାଇଭେଟ୍‌ ଜେଟ୍‌ର ଲୋକେସନ ଟ୍ରାକ୍‌ କରୁଥିବା ଆକାଉଣ୍ଟକୁ ବ୍ଲକ୍‌ କରିବାର ରିକ୍ୱେଷ୍ଟକୁ ଅସ୍ୱୀକାର କରି ଦେଇ ଥିଲେ। ଟ୍ୱିଟରର ଅଧିଗ୍ରହଣ ପୂର୍ବରୁ ଏହି ଘଟଣା ହୋଇ ଥିଲା, ଅଧିଗ୍ରହଣ ପରେ ପରାଗ ଅଗ୍ରୱାଲଙ୍କୁ ଏଲନ ମସ୍କ କମ୍ପାନୀରୁ ବାହାର କରିଦେଇ ଥିଲେ।

ଦାବି କରାଯାଏ କି , ବାହାର କରାଯିବା ପରେ ପରାମ ଅଗ୍ରୱାଲ ପାଖାପାଖି ୪୦୦ କୋଟି ଟଙ୍କା ପାଇବାକୁ ହକଦାର ଥିଲେ। କିନ୍ତୁ ତାଙ୍କୁ କୌଣସି ଆମାଉଣ୍ଟ ଦିଆଯାଇ ନଥିଲା। ପରାଗ ଓ ଅନ୍ୟ ପୂର୍ବତନ ଟ୍ୱିଟର ଅଧିକାରୀମାନେ ମସ୍କଙ୍କ ବିରୋଧରେ ମୋକଦମା ଦାଏର କରିଥିଲେ। ମୋଟରେ ୧୦୦୦ କୋଟିର କ୍ଷତିପୂରଣ ପାଇଁ ମୋକଦମା ଦାଏର କରାଯାଇ ଥିଲା। 

ପରାଗ ଅଗ୍ରୱାଲ ଏବେ ଏଆଇ ସେକ୍ଟରକୁ ଓହ୍ଲାଇ ସାରିଛନ୍ତି। ରିପୋର୍ଟ ମୁତାବିକ , ତାଙ୍କୁ ନିଜର ନୂଆ ଭେଞ୍ଚର ପାଇଁ ୨୪୯ କୋଟି ଟଙ୍କାର ଫଣ୍ଡିଂ ମିଳିଛି। ତାଙ୍କର ଷ୍ଟାର୍ଟଅପ୍‌ ଲାର୍ଜ ଲାଙ୍ଗୁଏଜ୍‌ ମଡେଲ ସହ କାମ କରୁଥିବା ଡେଭଲପର୍ସ ପାଇଁ ସଫ୍ଟୱେୟାର ଡେଭଲପ୍ କରିବା ଉପରେ ଫୋକସ କରୁଛି, ଯାହା ଓପେନଏଆଇର ଟ୍ୟାଟଜିପିଟିର ପଛର ଟେକ୍ନୋଲଜି ଭଳି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.