ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ନଭେମ୍ବର ୨୧ରୁ ପ୍ରୋପ୍ୟାକ୍‌ ଓଡ଼ିଶା ଓ ଓଡ଼ିଶା ପ୍ଲାଷ୍ଟ ପ୍ରଦର୍ଶନୀ, ଅଂଶଗ୍ରହଣ କରିବେ ୨୫୦ କମ୍ପାନି

ଚନ୍ଦ୍ରଶେଖରପୁର,୧୯/୦୯: ଓଡ଼ିଶା କ୍ଷୁଦ୍ର  ଓ ମଧ୍ୟମ ଉଦ୍ୟୋଗ ସଭା (ଓଏଏସ୍‌ଏମ୍‌ଇ) ଓ  ଫ୍ୟୁଚରେକ୍ସ ଟ୍ରେଡ୍‌ ଫେୟାର ଆଣ୍ଡ୍‌ ଇଭେଣ୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମିଳିତ ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୨୧ରୁ ଜନତା ମଇଦାନରେ ‘ପ୍ରୋପ୍ୟାକ୍‌ ଓଡ଼ିଶା-୨୦୨୪' ଓ ‘ଓଡ଼ିଶା ପ୍ଲାଷ୍ଟ-୨୦୨୪'ପ୍ରଦର୍ଶନୀ ଅନୁଷ୍ଠିତ ହେବ ।  

୪ ଦିନ ଧରି ଚାଲିବାକୁ ଥିବା ଏହି ତୃତୀୟ ପ୍ରଦର୍ଶନୀରେ ମୁଖ୍ୟତଃ ପ୍ଲାଷ୍ଟିକ,  ପ୍ରିଣ୍ଟିଂ, ପ୍ୟାକେଜିଂ, କନ୍‌ଭର୍ଟିଂ  ଏବଂ ଫୁଡ୍‌ ପ୍ରୋସେସିଂ  ଇଣ୍ଡଷ୍ଟ୍ରି ଉପରେ ଗୁରୁତ୍ୱ  ଦିଆଯିବ । ଭାରତର ବିଭିନ୍ନ  ପ୍ରାନ୍ତରୁ ୨୫୦ରୁ ଅଧିକ କମ୍ପାନି ଏହି ପ୍ରଦର୍ଶନୀରେ  ଅଂଶଗ୍ରହଣ କରି ସେମାନଙ୍କ  ଉତ୍ପାଦ ପ୍ରଦର୍ଶନ କରାଇବାର କାର୍ଯ୍ୟକ୍ରମ  ରହିଛି  । ଏହି ମେଗା ଇଭେଣ୍ଟକୁ ଭାରତ  ସରକାରଙ୍କ ଏମଏସ୍‌ଏମ୍‌ଇ ମନ୍ତ୍ରଣାଳୟ  ଏବଂ ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ  ବିଭାଗ ସମର୍ଥନ ମଧ୍ୟ କରୁଛନ୍ତି ବୋଲି  ଆଜି ଆୟୋଜିତ ଏକ ସାମ୍ବାଦିକ  ସମ୍ମିଳନୀରେ ସୂଚନା ଦିଆଯାଇଛି । ଓଏଏସ୍‌ଏମ୍‌ଇର ମହାସଚିବ  ସାତ୍ୱିକ ସ୍ୱାଇଁ କହିଛନ୍ତି ଯେ,  ଏହି ପ୍ରଦର୍ଶନୀରେ ବିଭିନ୍ନ  କ୍ଷେତ୍ରଗୁଡ଼ିକରେ ଅତ୍ୟାଧୁନିକ  ଉଦ୍ଭାବନ, ଉନ୍ନତ ଜ୍ଞାନକୌଶଳ  ଏବଂ ଉଦୀୟମାନ ଧାରା ପ୍ରଦର୍ଶିତ  ହେବ, ଯାହା ନେଟୱର୍କିଂ, ଶିକ୍ଷଣ ଏବଂ ଶିଳ୍ପ  ନେତୃବୃନ୍ଦଙ୍କ ସହ ସହଯୋଗ ପାଇଁ ଏକ ଅତୁଳନୀୟ ପ୍ଲାଟଫର୍ମ ପ୍ରଦାନ କରିବ  ।  

ରାଜ୍ୟ ଏମଏସଏମଇଗୁଡିକ ପାଇଁ ବି୨ବି,  ବି୨ସି ଏବଂ ବି୨ଜି ପାଇଁ ଏହା ଏକ ଉତ୍ତମ  ପ୍ଲାଟଫର୍ମ ଯାହା ପ୍ରଦର୍ଶକ ଏବଂ ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ନେଟୱର୍କିଂ ସୁଯୋଗ ସୃଷ୍ଟି ଉପରେ  ଧ୍ୟାନ ଦେବ  । ଏଥିରେ ଅନେକ ରାଜ୍ୟସ୍ତରୀୟ  ଆଲୋଚନାଚକ୍ର ଓ ବୈଷୟିକ ଅଧିବେଶନର  ଆୟୋଜନ କରାଯିବ । ଅନ୍ୟମାନଙ୍କ ମଧ୍ୟରେ  ଫ୍ୟୁଚରେକ୍ସର ନିର୍ଦ୍ଦେଶକ ନମିତ୍‌ ଗୁପ୍ତା,  ମେକାଟ୍ରୋନିକ୍ସ ମେସିନାରୀ ଆଣ୍ଡ ଟୁଲ୍‌ସ  ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଏସ୍‌  ଏସ୍‌ ଚୌହାନ ଏବଂ ଓଏଏସଏମଇର  ଜ୍ୟୋତିର୍ମୟୀ ମହାନ୍ତି, ପ୍ରତିଶ୍ରୁତି ଜେନା, ରଞ୍ଜିତ ସାହୁ, ସବ୍ୟସାଚୀ ବେହେରା, ପରେଶ ସାହୁ,  ସରୋଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.