ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଏସ୍‌ ଆଣ୍ଡ୍‌ ପି ରିପୋର୍ଟ: ୨୦୩୧ ସୁଦ୍ଧା ଭାରତ ତୃତୀୟ ବୃହତ୍‌ ଅର୍ଥନୀତି, ଲକ୍ଷ୍ୟ ହାସଲ ପାଇଁ ଟ୍ରାକ୍‌ରେ ଅଛି ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୨୦/୦୯: ୨୦୩୦-୩୧  ସୁଦ୍ଧା ଭାରତ ପାଲଟିବ ବିଶ୍ୱର ତୃତୀୟ  ବୃହତ୍‌ ଅର୍ଥବ୍ୟବସ୍ଥା । ଏଥିପାଇଁ ଏହା  ଟ୍ରାକ୍‌ରେ ରହିଥିବା ଏସ୍‌ ଆଣ୍ଡ୍‌ ପି ଗ୍ଲୋବାଲ  ଏହାର ରିପୋର୍ଟରେ ପ୍ରକାଶ କରିଛି ।  ଚଳିତ ଆର୍ଥିକବର୍ଷ ଦେଶର  ଅର୍ଥବ୍ୟବସ୍ଥା ୬.୭% ହାରରେ  ବଢ଼ିବ ବୋଲି ଏହା ଉଲ୍ଲେଖ କରିଛି ।  ରିପୋର୍ଟରେ କୁହାଯାଇଛି ଯେ, ୨୦୨୩- ୨୪ରେ ୮.୨% ଅଭିବୃଦ୍ଧି ହାସଲ କରିଛି  ଭାରତ । ବ୍ୟବସାୟିକ ନେଣଦେଣ ଏବଂ  ଲଜିଷ୍ଟିକ୍ସରେ ଉନ୍ନତି ଆଣିବା ପାଇଁ ନିରନ୍ତର  ସଂସ୍କାର ଲୋଡ଼ା ବୋଲି ଏସ୍‌ ଆଣ୍ଡ୍‌ ପି  ଗ୍ଲୋବାଲ ପ୍ରକାଶ କରିଛି । ଏହା ଦ୍ୱାରା  ଘରୋଇ ନିବେଶ ବଢ଼ିବା ସହିତ ସରକାରୀ  ପୁଞ୍ଜି ଉପରେ ନିର୍ଭରଶୀଳତା କମିବ ବୋଲି  ଏହା କହିଛି ।  

ମଜଭୁତ ଅଭିବୃଦ୍ଧି ସମ୍ଭାବନା ଏବଂ  ଉତ୍ତମ ନିୟମାବଳୀ ଯୋଗୁ ଆଗକୁ  ଭାରତୀୟ ଇକ୍ୱିଟି ବଜାରରେ ଉତ୍ସାହ  ଦେଖିବାକୁ ମିଳିବ । ଦେଶ ପ୍ରମୁଖ  ବିକାଶମୁଖୀ ବଜାର ସୂଚକାଙ୍କ ମଧ୍ୟରେ  ସାମିଲ ହେବା ପରଠାରୁ ଭାରତୀୟ  ସରକାରୀ ବଣ୍ଡ୍‌ଗୁଡ଼ିକରେ ବିଦେଶୀ  ନିବେଶ ବଢୁଛି । ଏଥିରେ ଆହୁରି  ଉନ୍ନତି ଦେଖିବାକୁ ମିଳିପାରେ ବୋଲି  ଏସ୍‌ ଆଣ୍ଡ୍‌ ପି ଗ୍ଲୋବାଲ ଏହାର  ରିପୋର୍ଟରେ ପ୍ରକାଶ କରିଛି । 

ଭାରତର ପାଖାପାଖି ୯୦%  କାରବାର ସମୁଦ୍ରପଥରେ ହେଉଛି । ଏଣୁ  ବନ୍ଦର ଭିତ୍ତିଭୂମିକୁ ମଜଭୁତ କରିବାର  ଆବଶ୍ୟକତା ରହିଛି । ବର୍ଦ୍ଧିତ ରପ୍ତାନି  ଏବଂ ପ୍ରଚୁର ପରିମାଣର ସାମଗ୍ରୀ  ଆମଦାନି ଲାଗି ମଜଭୁତ ବନ୍ଦର  ଭିତ୍ତିଭୂମିର ଆବଶ୍ୟକତା ରହିଥିବା  ରିପୋର୍ଟରେ କୁହାଯାଇଛି । 

ରିପୋର୍ଟରେ ଆହୁରି ଉଲ୍ଲେଖ  କରାଯାଇଛି ଯେ, କୃଷି ଅତ୍ୟାଧୁନିକ  ଟେକ୍ନୋଲୋଜି ଉପରେ ନିର୍ଭର କରିବ  ଏବଂ ନୂତନ ନୀତି ଭିତ୍ତିଭୂମିକୁ ମଜଭୁତ  କରିବା ସହିତ ଉତ୍ପାଦକତା ବଢ଼ାଇବ ।  ଭାରତ ଏବେ ବର୍ଦ୍ଧିତ ଘରୋଇ  ଶକ୍ତି ଚାହିଦାର ସାମ୍ନା କରୁଛି । ଏଭଳି  କ୍ଷେତ୍ରରେ ନିରନ୍ତର ପ୍ରଯୁକ୍ତି ଯେପରି  ଅକ୍ଷୟ ଶକ୍ତି ଏବଂ ନିମ୍ନ ପ୍ରଦୁଷଣକାରୀ  ଇନ୍ଧନ ଉପରେ ଧ୍ୟାନ ଦିଆଯାଇପାରିବ ।  ଏହା ଦ୍ୱାରା ଏନର୍ଜି ଟ୍ରାଞ୍ଜିସନ ଯୋଜନାଗୁଡ଼ିକ ସହିତ ଶକ୍ତି ସୁରକ୍ଷାର  ସନ୍ତୁଳନ ରକ୍ଷା କରାଯାଇପାରିବ ବୋଲି  ରିପୋର୍ଟରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.