ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଓଡ଼ିଶା ଯୋଡ଼ିଲା ୨ ଲକ୍ଷରୁ ଅଧିକ ମୋବାଇଲ ଉପଭୋକ୍ତା, ଟାରିଫ୍‌ ବୃଦ୍ଧି ଯୋଗୁ ଦେଶରେ ଉପଭୋକ୍ତା କମିଲେ

ଭୁବନେଶ୍ୱର,୨୨/୦୯: ଜୁଲାଇ ମାସରେ ଦେଶରେ ମୋବାଇଲ ଉପଭୋକ୍ତା ସଂଖ୍ୟା ହ୍ରାସ ପାଇଛି । ସମାନ ସମୟରେ ଓଡ଼ିଶା ଯୋଡ଼ିଛି ୨ ଲକ୍ଷରୁ ଊଦ୍ଧ୍ୱର୍ ଉପଭୋକ୍ତା । ଟେଲିକମ୍‌ ନିୟାମକ ଟ୍ରାଇ ପକ୍ଷରୁ ଜାରି ତଥ୍ୟରୁ ଏହା ଜଣାପଡ଼ିଛି । 

ଟେଲିକମ୍‌ ସେବା ପ୍ରଦାନକାରୀଙ୍କ ଦ୍ୱାରା  ଟାରିଫ୍‌ ବୃଦ୍ଧି ଯୋଗୁ ଦେଶରେ ଉପଭୋକ୍ତା  ସଂଖ୍ୟା ହ୍ରାସ ପାଇଥିବା ଜଣାପଡ଼ିଛି । ଆଲୋଚ୍ୟ ମାସରେ ଦେଶରେ ମୋବାଇଲ ଫୋନ୍‌ ଗ୍ରାହକଙ୍କ  ସଂଖ୍ୟା ୯.୨୨ ଲକ୍ଷ ହ୍ରାସ ପାଇଛି । ଜୁନ ମାସରେ  ଦେଶର ମୋଟ ମୋବାଇଲ ଉପଭୋକ୍ତାଙ୍କ  ସଂଖ୍ୟା ୧୧୭ କୋଟି ୫ ଲକ୍ଷ ୨୮ ହଜାର  ଥିବାବେଳେ ଜୁଲାଇରେ ଏହା ୧୧୬ କୋଟି  ୯୬ ଲକ୍ଷ ୫୯୩୨କୁ ଖସିଆସିଛି । 

ବଡ଼ ବଡ଼  ସେବା ପ୍ରଦାନକାରୀଙ୍କ ଟାରିଫ୍‌ ବୃଦ୍ଧି ମଧ୍ୟରେ  ରାଷ୍ଟ୍ରାୟତ୍ତ ବିଏସ୍‌ଏନ୍‌ଏଲ୍‌ ଜୁଲାଇ ମାସରେ ୨୯ ଲକ୍ଷ ୩୧ ହଜାର ୯୭୧ ମୋବାଇଲ ଉପଭୋକ୍ତା  ଯୋଡ଼ିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଏୟାରଟେଲ, ଭୋଡାଫୋନ ଇଣ୍ଡିଆ ଏବଂ ଜିଓ  ଗ୍ରାହକ ହରାଇଛନ୍ତି । ଏୟାରଟେଲ ସର୍ବାଧିକ  ଉପଭୋକ୍ତା ହରାଇଛି । ଏହା ୧୬ ଲକ୍ଷ ୯୪  ହଜାର ୩୦୦ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଇଣ୍ଡିଆ ୧୪ ଲକ୍ଷ ୧୩ ହଜାର  ୯୧୦ ଏବଂ ଜିଓ ୭ ଲକ୍ଷ ୫୮ ହଜାର ୪୬୩  ଜଣ ମୋବାଇଲ ଫୋନ ଗ୍ରାହକ ହରାଇଛି।

ଅନ୍ୟପକ୍ଷରେ, ଓଡ଼ିଶାରେ ଯୋଡ଼ି ହୋଇଛନ୍ତି  ସର୍ବାଧିକ ୨ ଲକ୍ଷ ୫ ହଜାର ୯୩୬ ମୋବାଇଲ  ଉପଭୋକ୍ତା । ଜୁଲାଇ ମାସରେ ରାଜ୍ୟରେ ମୋଟ  ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୩ କୋଟି  ୪୩ ଲକ୍ଷ ୭୭ ହଜାର ୫୫୧ରେ ପହଞ୍ଚିଥିବା  ଟ୍ରାଇ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି ।  ଜୁନ୍‌ ମାସରେ ଓଡ଼ିଶାରେ ମୋଟ ମୋବାଇଲ  ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ  ୭୧ ହଜାର ୬୧୫ ରହିଥିଲା । ଓଡ଼ିଶାରେ ଜିଓ  ଏବଂ ବିଏସ୍‌ଏନ୍‌ଏଲ୍‌ ଗ୍ରାହକ ଯୋଡ଼ିଥିବାବେଳେ  ଏୟାରଟେଲ ଏବଂ ଭୋଡାଫୋନ ଇଣ୍ଡିଆ ଗ୍ରାହକ ହରାଇଛନ୍ତି । ଜିଓ ଓଡ଼ିଶାରେ ୧ ଲକ୍ଷ ୮୪ ହଜାର  ୬୫୩ ଗ୍ରାହକ ଯୋଡ଼ିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.