ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଟେଲିଗ୍ରାମର ପୁଣି ବଢ଼ିଲା ଅଡୁଆ, ଚାଟ୍‌ବଟ୍‌ରେ ଲକ୍ଷ ଲକ୍ଷ ବୀମାଧାରୀଙ୍କ ସମ୍ବେଦନଶୀଳ ତଥ୍ୟ ଲିକ୍‌

ନୂଆଦିଲ୍ଲୀ,୨୧/୦୯: ଭାରତର ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ବୀମା  କମ୍ପାନି ଷ୍ଟାର୍‌ ହେଲ୍‌ଥର ଲକ୍ଷ ଲକ୍ଷ  ଗ୍ରାହକଙ୍କ ସମ୍ବେଦନଶୀଳ ତଥ୍ୟ ଚୋରି  ହୋଇଯାଇଛି । ରିପୋର୍ଟ ଅନୁସାରେ, ହ୍ୟାକର୍‌ ଦ୍ୱାରା ଚୋରି ହୋଇଥିବା  ଗ୍ରାହକଙ୍କ ଏ ତଥ୍ୟ ଇନ୍‌ଷ୍ଟାଣ୍ଟ ମେସେଜିଂ  ପ୍ଲାଟ୍‌ଫର୍ମ ଟେଲିଗ୍ରାମରେ ଚାଟ୍‌ବଟ ମାଧ୍ୟମରେ ସର୍ବସାଧାରଣରେ ଉପଲବ୍ଧ  ରହିଛି । ଟେଲିଗ୍ରାମ ମେସେଜିଂ ଆପ୍‌କୁ  ଅପରାଧିକ କାର୍ଯ୍ୟରେ ବ୍ୟବହାର ଲାଗି  ଅନୁମତି ଦିଆଯାଉଥିବା ଅଭିଯୋଗରେ  କିଛି ସପ୍ତାହ ତଳେ ଏହାର ପ୍ରତିଷ୍ଠାତା  ପାଭେଲ ଦୁରୋଭଙ୍କୁ ଗିରଫ  କରାଯାଇଥିଲା ।ବର୍ତ୍ତମାନ ଏ ରିପୋର୍ଟ  ଏହି ମେସେଜିଂ ଆପ୍‌ ପାଇଁ ଅଡୁଆକୁ  ଆହୁରି ବଢ଼ାଇଦେଇଛି ।  

ରିପୋର୍ଟରେ କୁହାଯାଇଛି ଯେ,  ଗ୍ରାହକଙ୍କ ଏ ଡାଟାରେ ନାଁ, ଠିକଣା ଏବଂ  ଇ-ମେଲ ସହିତ ମେଡିକାଲ ରିପୋର୍ଟ  ଭଳି ସମ୍ବେଦନଶୀଳ ତଥ୍ୟ ରହିଛି । ଚାଟ୍‌ବଟ୍‌ର ଜଣେ କଥିତ କ୍ରିଏଟର  ଜଣେ ସୁରକ୍ଷା ଗବେଷକଙ୍କୁ କହିଛନ୍ତି ଯେ,  ଲକ୍ଷ ଲକ୍ଷ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ  ବିକ୍ରି ପାଇଁ ରହିଛି ଏବଂ ଚାଟ୍‌ବୋଟକୁ  ତଥ୍ୟ ମାଗିବା ପରେ ନମୂନା ମିଳିଯାଉଛି ।  

ରୟଟର୍ସ ପ୍ରକାଶ କରିଛି ଯେ,  ଚାଟ୍‌ବଟ୍‌କୁ ବ୍ୟବହାର କରି ପଲିସି ଏବଂ  କ୍ଲେମ୍‌ର ଦସ୍ତାବିଜ୍‌ଗୁଡ଼ିକୁ ଡାଉନ୍‌ଲୋଡ୍‌  କରାଯାଇପାରିବ । ଏହି ଡାଟାରେ ଷ୍ଟାର୍‌  ହେଲ୍‌ଥ ୟୁଜରଙ୍କ ନାଁ, ଫୋନ ନମ୍ବର,  ଠିକଣା, ଟିକସ ବିବରଣୀ, ପରିଚୟପତ୍ର,  ଟେଷ୍ଟ ରିପୋର୍ଟ ଏବଂ ରୋଗର ଚିକିତ୍ସା  ସହ ଜଡ଼ିତ ତଥ୍ୟ ବି ସାମିଲ ଅଛି ।  

ଷ୍ଟାର୍‌ ହେଲ୍‌ଥ ଆଣ୍ଡ୍‌ ଆଲାଏଡ୍‌  ଇନ୍‌ସ୍ୟୁରାନ୍ସ, ଯାହାର ବଜାର ମୂଲ୍ୟ  ୪୦୦ କୋଟି ଡଲାରରୁ ଅଧିକ କମ୍ପାନି  ଏକ ବିବୃତିରେ କହିଛି ଯେ, ଏହା ସ୍ଥାନୀୟ  ଅଧିକାରୀମାନଙ୍କୁ କଥିତ ଅନଧିକୃତ ଡାଟା  ଆକ୍ସେସ୍‌ର ସୂଚନା ଦେଇଛି । ପ୍ରାରମ୍ଭିକ  ଯାଞ୍ଚରୁ ଜଣାପଡ଼ିଛି ଯେ, ଡାଟାର କୌଣସି  ବ୍ୟାପକ ଅପବ୍ୟବହାର କରାଯାଇନାହିଁ  ଏବଂ ଗ୍ରାହକଙ୍କ ସମ୍ବେଦନଶୀଳ ଡାଟା  ସୁରକ୍ଷିତ ଅଛି । ତେବେ ଚାଟ୍‌ବଟ୍‌  ଜରିଆରେ ଉପଲବ୍ଧ ଡାଟାରୁ କମ୍ପାନିର  ଦାବି ଭୁଲ ପ୍ରମାଣିତ ହେଉଛି ।  

ଚାଟ୍‌ବଟ୍‌ ଫିଚର୍‌ ମାଧ୍ୟମରେ  ଦୁବାଇଭିତ୍ତିକ ଟେଲିଗ୍ରାମ ବିଶ୍ୱର  ଅନ୍ୟତମ ବୃହତ୍‌ ମେସେଞ୍ଜର ଆପ୍‌  ପାଲଟିଛି । ଏହାର ମାସିକ ସକ୍ରିୟ  ଉପଭୋକ୍ତା ସଂଖ୍ୟା ୯୦ କୋଟି । କିନ୍ତୁ  ଏହାର ରୁଷଜନ୍ମିତ ପ୍ରତିଷ୍ଠାତା ପାଭେଲ  ଦୁରୋଭଙ୍କ ଗତ ମାସ ଫ୍ରାନ୍ସରେ  ଗିରଫଦାରୀ ପରେ ଟେଲିଗ୍ରାମ ଉପରେ  ଯାଞ୍ଚ ବଢ଼ାଇଦିଆଯାଇଛି । ଅଭିଯୋଗ  ରହିଛି ଯେ, ଏହି ଆପ୍‌କୁ ଅପରାଧ କାର୍ଯ୍ୟ  ପାଇଁ ବ୍ୟବହାର କରାଯାଉଛି । ତେବେ  ଅଭିଯୋଗକୁ ଉଭୟ ଦୁରୋଭ ଏବଂ  ଟେଲିଗ୍ରାମ ପକ୍ଷରୁ ଖଣ୍ଡନ କରାଯାଇଛି ।  

ଚୋରି ତଥ୍ୟକୁ ବିକ୍ରି କରିବା ପାଇଁ  ଟେଲିଗ୍ରାମ ଚାଟ୍‌ବଟ୍‌ର ବ୍ୟବହାର  ଦର୍ଶାଉଛି ଯେ, ଅପରାଧିକ କାର୍ଯ୍ୟରେ  ଜଡ଼ିତ ଏଜେଣ୍ଟମାନଙ୍କୁ ନିୟନ୍ତ୍ରଣ  କରିବାରେ ଟେଲିଗ୍ରାମ ବିଫଳ ହୋଇଛି ।  ଏଜେଣ୍ଟମାନେ ଏହାର ଟେକ୍ନୋଲୋଜିର  ଫାଇଦା ଉଠାଇ ଅନୈତିକ କାର୍ଯ୍ୟରେ  ଲିପ୍ତ ହେଉଛନ୍ତି । ଏହାସହିତ ଗ୍ରାହକଙ୍କ  ତଥ୍ୟକୁ ସୁରକ୍ଷିତ ରଖିବାରେ ଭାରତୀୟ  କମ୍ପାନିଗୁଡ଼ିକ ସାମ୍ନା କରୁଥିବା ଚ୍ୟାଲେଞ୍ଜ୍‌କୁ  ଏହା ଦର୍ଶାଉଛି ।  ତେବେ ବଟ୍‌କୁ ପରୀକ୍ଷା କରି  ରୟଟର୍ସ ଜୁଲାଇ ୨୦୨୪ରେ ଗୁରୁତ୍ୱପୂର୍ଣ୍ଣ  ତଥ୍ୟ ଥିବା ୧୫୦୦ରୁ ଅଧିକ ଫାଇଲ୍‌  ଡାଉନ୍‌ଲୋଡ୍‌ କରିଥିବା ପ୍ରକାଶ କରିଛି ।  

ଚାଟ୍‌ବଟ୍‌ସ ବିବରଣୀକୁ ନେଇ ରୟଟର୍ସ  ଟେଲିଗ୍ରାମକୁ ଅବଗତ କରିଥିଲା । ପ୍ରକାଶଯୋଗ୍ୟ, ଚାଟ୍‌ବଟ ହେଉଛି  ଏକ ସଫ୍ଟୱେର୍‌ ଆପ୍ଲିକେଶନ ବା  ୱେବ୍‌ ଇଣ୍ଟର୍‌ଫେସ୍‌, ଯାହାକି ଟେକ୍ସଟ  ଏବଂ ଭଏସ୍‌ ଇଣ୍ଟର୍‌ଆକ୍ସନ ମାଧ୍ୟମରେ  ଗ୍ରାହକଙ୍କ ପ୍ରଶ୍ନର ଉତ୍ତର ଦିଏ । ଏହା ଏକ ୱେବ୍‌ସାଇଟ୍‌, ହେଲ୍‌ପ ସେଣ୍ଟର  କିମ୍ବା ଅନ୍ୟାନ୍ୟ ଉତ୍ସଗୁଡ଼ିକୁ ସ୍କାନ୍‌ କରି  ଗ୍ରାହକଙ୍କ ପ୍ରଶ୍ନର ତ୍ୱରିତ ଏବଂ ସଠିକ  ଏଆଇ-ସମର୍ଥିତ ଉତ୍ତର ଦେଇଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.