ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଅକ୍ଟୋବର ୧୦ରୁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରାକ୍‌-ବଜେଟ୍‌ ବୈଠକ, ନଭେମ୍ବର ୧୧ ଯାଏ ବୈଠକମାନ ଚାଲିବ

ନୂଆଦିଲ୍ଲୀ,୨୬/୦୯: ଅକ୍ଟୋବର ୧୦ରୁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରାକ୍‌-ବଜେଟ୍‌ ବୈଠକ ଆରମ୍ଭ ହେବ । ପ୍ରଥମ ଦିନରେ ଅକ୍ଷୟ ଶକ୍ତି ମନ୍ତ୍ରାଳୟ, ପରିସଂଖ୍ୟାନ ମନ୍ତ୍ରାଳୟ, ଦକ୍ଷତା  ବିକାଶ ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ସହିତ ବୈଠକ ହେବ ବୋଲି ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି । ନଭେମ୍ବର ୧୧  ଯାଏ ବୈଠକମାନ ଚାଲିବ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ  ବଜେଟ୍‌ ବରାଦ ନେଇ ମନ୍ତ୍ରାଳୟଗୁଡ଼ିକ ନିଜ ନିଜ ପ୍ରସ୍ତାବ  ଦେବେ । ଏହାସହିତ ଚଳିତ ଆର୍ଥିକବର୍ଷ ପାଇଁ ସଂଶୋଧିତ  ଅନୁମାନକୁ ଚୂଡ଼ାନ୍ତ କରାଯିବ । ପ୍ରତିବର୍ଷ ମନ୍ତ୍ରାଳୟ ଏବଂ ବିଭାଗଗୁଡ଼ିକ ସହ ବୈଠକ ସହିତ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା  ଆରମ୍ଭ ହୋଇଥାଏ । 

ସୂଚୀ ଅନୁସାରେ, ଅକ୍ଟୋବର ୧୧ରେ  ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ବୈଠକ  ହେବ । ଅକ୍ଟୋବର ୧୪ରେ ପେଟ୍ରୋଲିୟମ ମନ୍ତ୍ରାଳୟ ସହ,  ଅକ୍ଟୋବର ୧୫ରେ ଶିଳ୍ପ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟ  ସହ, ଅକ୍ଟୋବର ୧୭ରେ ହାଉସିଂ ଏବଂ ଇଲେକ୍ଟ୍ରୋନିକ୍ସ, ଅକ୍ଟୋବର ୧୮ରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟ, ଅକ୍ଟୋବର  ୨୨ରେ ଗୃହ ମନ୍ତ୍ରାଳୟ, ଅକ୍ଟୋବର ୨୪ରେ ପ୍ରତିରକ୍ଷା ଏବଂ  ବହିର୍ବ୍ୟାପାର ମନ୍ତ୍ରାଳୟ, ଅକ୍ଟୋବର ୨୮ରେ କର୍ପୋରେଟ୍‌  ବ୍ୟାପାର, ବୟନ ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରାଳୟ, ନଭେମ୍ବର  ୭ରେ ସଡ଼କ ପରିବହନ ମନ୍ତ୍ରାଳୟ ଏବଂ ନଭେମ୍ବର ୧୧ରେ  ରେଳ ମନ୍ତ୍ରାଳୟ ସହ ବୈଠକ ହେବ । ରାଜସ୍ୱ ଏବଂ ଟେଲି  ଯୋଗାଯୋଗ ବିଭାଗ ସହ ବୈଠକ ଅକ୍ଟୋବର ୨୧ରେ  ହେବ । ଅକ୍ଟୋବର ୨୪ରେ ଅର୍ଥନୈତିକ ବ୍ୟାପାର ବିଭାଗ  ସହ, ଅକ୍ଟୋବର ୨୫ରେ ବ୍ୟୟ ଏବଂ ଆର୍ଥିକ ସେବା ବିଭାଗ  ଏବଂ ଅକ୍ଟୋବର ୨୮ରେ ନିବେଶ ଏବଂ ସାର୍ବଜନୀନ ସମ୍ପତ୍ତି  ପରିଚାଳନା ବିଭାଗ ସହ ବୈଠକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.