ପ୍ରମୂଖ ଖବର
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଆସନ୍ତା ମାସ କମିବ ଡାଲି ଦର, କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବଙ୍କ ସୂଚନା

ନୂଆଦିଲ୍ଲୀ,୧୬/୦୬: ସ୍ୱାଭାବିକ ମୌସୁମୀ ଏବଂ ଆମଦାନି ବୃଦ୍ଧି  ସମ୍ଭାବନା ମଧ୍ୟରେ ଆସନ୍ତା ମାସ ହରଡ଼, ଚଣା ଏବଂ ବିରି ଡାଲି ଦର ଖସିପାରେ । କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ନିଧି ଖରେ ଏହା ପ୍ରକାଶ  କରିଛନ୍ତି । 

ସେ କହିଛନ୍ତି ଯେ, ଡାଲି ଦରକୁ ନେଇ ବ୍ୟସ୍ତ ହେବାର ନାହିଁ ।  ଆଗାମୀ ମାସରେ ଏହି ୩ଟି ଡାଲିର ଆମଦାନି ବଢ଼ିବ, ଯାହାଫଳରେ ଘରୋଇ  ବଜାରରେ ଉପଲବ୍ଧତା ବୃଦ୍ଧି ପାଇବ । ଫଳରେ ଦରରେ ହ୍ରାସ ଦେଖିବାକୁ  ମିଳିବ । 

ଖରେ କହିଛନ୍ତି ଯେ, ଗତ  ୬ ମାସରେ ହରଡ଼, ଚଣା ଏବଂ  ବିରି ଡାଲି ଦର ସ୍ଥିର ରହିଛି କିନ୍ତୁ  ଉଚ୍ଚ ସ୍ତରରେ ବଳବତ୍ତର ଅଛି ।  ମୁଗ ଏବଂ ମସୁର ଡାଲି ସ୍ଥିତି  ସନ୍ତୋଷଜନକ ରହିଛି । ଜୁନ୍‌  ୧୩ରେ କିଲୋ ପିଛା ଚଣା ଡାଲିର ହାରାହାରି ଖୁଚୁରା ମୂଲ୍ୟ ୮୭.୭୪ ଟଙ୍କା,  ହରଡ଼ ଡାଲି ଦର ୧୬୦.୭୫ ଟଙ୍କା, ବିରି ଡାଲି ଦର ୧୨୬.୬୭ ଟଙ୍କା, ମୁଗ  ଡାଲି ଦର ୧୧୮.୯ ଟଙ୍କା ଏବଂ ମସୁର ଡାଲି ଦର ୯୪.୩୪ ଟଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.