ନୂଆଦିଲ୍ଲୀ,୨୩/୦୬: ଜୁନ୍ ୨୬ରୁ କାର୍ଯ୍ୟକାରୀ ହେବାକୁ ଯାଉଛି ଟେଲିକମ୍ ଆଇନ-୨୦୨୩ । ଏହା ଅନ୍ତର୍ଗତ ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ କେନ୍ଦ୍ର ସରକାର ଯେକୌଣସି ଟେଲିକମ୍ ସେବା ଏବଂ ନେଟ୍ୱର୍କର ନିୟନ୍ତ୍ରଣ ନେଇପାରିବେ ।
କେନ୍ଦ୍ର ସରକାର ଶୁକ୍ରବାର ଆଂଶିକ ଭାବେ ଟେଲିକମ୍ ଆଇନକୁ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ଜୁନ୍ ୨୬ରୁ ପ୍ରଭାବୀ ହେବ । ସୁରକ୍ଷା, ସାର୍ବଜନୀନ ନିର୍ଦ୍ଦେଶ ଏବଂ ଅପରାଧ ନିରୋଧ ଆଧାରରେ ସରକାର ଟେଲିକମ୍ ସେବା ଏବଂ ନେଟ୍ୱର୍କର ନିୟନ୍ତ୍ରଣ ନିଜ ଅଧୀନକୁ ନେଇପାରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।