ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଜିଏସ୍‌ଟି ଅଧିନକୁ ଆସିଲେ କମିବ ପେଟ୍ରୋଲ-ଡିଜେଲ ଦର; ରାଜ୍ୟ ସରକାରଙ୍କ ସମ୍ମତିକ୍ରମେ ନିଆଯିବ ନିଷ୍ପତ୍ତି

Image source: NDTV

ନୂଆଦିଲ୍ଲୀ,୨୩/୦୬: ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ଅଧିକୃତ କରିବା ପାଇଁ ଦୀର୍ଘ ସମୟ ଧରି ଦାବି ହୋଇ ଆସୁଛି। ତେବେ ଯଦି ଏପରି ହୁଏ, ତେବେ ଦେଶରେ ପେଟ୍ରୋଲ- ଡିଜେଲ ଦରରେ ବଡ଼ ହ୍ରାସ ହୋଇପାରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ହୋଇଥିବା ଜିଏସ୍‌ଟି ପରିଷଦ ବୈଠକ ପରେ ଗଣମାଧ୍ୟମ ସହିତ କଥା ହେବାବେଳେ ପେଟ୍ରୋଲ-ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପ୍ରଶ୍ନରେ କହିଛନ୍ତି ଯେ, କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ଚାହୁଁଛନ୍ତି। ଏବେ କିନ୍ତୁ ରାଜ୍ୟମାନେ ଏ ସମ୍ପର୍କରେ ନିଷ୍ପତ୍ତି ନେବା ସହିିତ କେନ୍ଦ୍ର ସହିତ ଆଲୋଚନା କରି ଦର ଧାର୍ଯ୍ୟ କରିବା ଆବଶ୍ୟକ। 

ଉଦାହରଣ ସ୍ୱରୂପ, ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲର ମୂଳ ମୂଲ୍ୟ ହେଉଛି ୫୫.୪୬ ଟଙ୍କା। ୧୯.୯୦ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ଏବଂ ୧୫.୩୯ ଟଙ୍କା ଭ୍ୟାଟ୍ ଏହା ଉପରେ ଲାଗୁ ହେବ। | ଏହା ପରେ ପରିବହନ ମୂଲ୍ୟ ଏବଂ ଡିଲର କମିଶନ ଯଥାକ୍ରମେ ୨୦ ପଇସା ଏବଂ ୩.୭୭ ଟଙ୍କା। ରହିଛି। ଏହି ପରିପ୍ରେକ୍ଷୀରେ ଅନ୍ତିମ ମୂଲ୍ୟ ୯୪.୭୨ ଟଙ୍କାକୁ ଆସିଛି। ଏଥି ସହିତ ଦିଲ୍ଲୀରେ ଡିଜେଲର ମୂଳ ମୂଲ୍ୟ ୫୬.୨୦ ଟଙ୍କା ରହିଛି। ଏହା ଉପରେ ୧୫.୮୦0 ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ଏବଂ ୧୨.୮୨ ଟଙ୍କା ଭ୍ୟାଟ୍ ଲାଗୁ ହୋଇଛି। ଏହା ପରେ ପରିବହନ ମୂଲ୍ୟ ଏବଂ ଡିଲର କମିଶନ ଯଥାକ୍ରମେ ୨୨ ପଇସା ଏବଂ ୨.୫୮ ଟଙ୍କା ରହିଛି। ଏହି କ୍ଷେତ୍ରରେ ଅନ୍ତିମ ମୂଲ୍ୟ ହେଉଛି ୮୭.୬୨ ଟଙ୍କା।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.