ପାଟନା,୨/୦୨: ଚଳିତ ବର୍ଷ ଶେଷ ଆଡକୁ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏହାକୁ ନେଇ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ନୀତିଶ କୁମାରଙ୍କୁ ଜୋରଦାର ଆଟାକ୍ କରିଛନ୍ତି । ସେ କହିଛନ୍ତି ବିହାରବାସୀ 'ଖତରା ଗାଡି' ଚାହୁଁନାହାନ୍ତି । ବିହାର ଲୋକ ନାତିଶ କୁମାରଙ୍କୁ କେବେ ବି ମୁଖ୍ୟମନ୍ତ୍ରୀ ଭାବେ ଚାହୁଁନାହାନ୍ତି ।
ନୀତିଶଙ୍କୁ ବାଣ ମାରି ତେଜସ୍ବୀ କହିଛନ୍ତି, ''ନୀତିଶ କୁମାର କେବଳ ପରିସ୍ଥିତିର ସିଏମ୍ । ବିହାର ଲୋକ ତାଙ୍କୁ କେବେ ଚାହୁଁନାହାନ୍ତି । ଆରଜେଡି ସବୁଠୁ ବଡ ଦଳ । ବିହାର ଜନତା ପରିବର୍ତ୍ତନ ଚାହୁଁଛନ୍ତି । ବିକଶିତ ବିହାର ଦେଖିବାକୁ ଚାହାନ୍ତି । ବିହାରକୁ ଆଗକୁ କେବଳ ବିହାରୀଙ୍କ ପୁଅ ନେବ । ଗୁଜୁରାଟୀ କି ଅନ୍ୟକେହି ନୁହେଁ । ପିଏମ୍ ମୋଦି ବିହାରକୁ କଣ ଦେଇଛନ୍ତି ? ବିହାରବାସୀ ନୀତିଶ କୁମାରଙ୍କୁ ରିଜେକ୍ଟ କରିଛନ୍ତି ।''
ଅଧିକ ପଢନ୍ତୁ...ନୀତିଶ କୁମାରଙ୍କୁ 'ଲାଡଲା' ସିଏମ୍ କହିଲେ ପିଏମ୍ ମୋଦି; ଆଉ ତା ପରେ...
ବିହାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ତେଜସ୍ବୀ କହିଛନ୍ତି, ''ଏହା ବିହାରର କ୍ୟାବିନେଟ ସମ୍ପ୍ରସାରଣ ନୁହେଁ ବିଜେପିର । ସମ୍ପୂର୍ଣ୍ଣ ହାଇଜ୍ୟାକ୍ ହୋଇଛି । ବିଜେପି ଜେଡିୟୁକୁ ଶେଷ କରିଦେବାକୁ ଚାହୁଁଛି । ଅଧିକାଂଶ ଜେଡିୟୁ ନେତା ଅଛନ୍ତି ହେଲେ ତାଙ୍କ ହୃଦୟ ବିଜେପିରେ । ବିଜେପି ତାଙ୍କୁ ଡୋମିନେଣ୍ଟ କରିବାକୁ ଚାହୁଁଛି । ଭାଜପା ଜେଡିୟୁକୁ ଖାଇବାକୁ ଚେଷ୍ଟା କରୁଛି ।''
#WATCH | Patna | Former Bihar deputy CM and RJD leader Tejashwi Yadav says, "...'Nitish Kumar paristhithi ke mukhyamantri hain'. The people of Bihar didn't want him to be the CM and rejected him. RJD was the single largest party...." pic.twitter.com/vyh4ikDVPE
— ANI (@ANI) February 28, 2025
ପ୍ରକାଶ ଥାଉ କି, ଚଳିତବର୍ଷ ବିହାରରେ ଅକ୍ଟୋବର-ନଭେମ୍ବରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାର ୭ ମାସ ପୂର୍ବରୁ ନୀତିଶଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି । ଗତ ୨୬ ତାରିଖରେ ୭ ବିଧାୟକ ମନ୍ତ୍ରୀ ପଦରେ ଶପଥ ନେଇଥିଲେ । ଏମାନେ ସମସ୍ତେ ବିଜେପିର । ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବାଧୀନ ଏନଡିଏ ସରକାରରେ ଏବେ ମୋଟ ମନ୍ତ୍ରୀ ସଂଖ୍ୟା ୩୬ରେ ପହଞ୍ଚିଛି । ୧୩ ମାସ ମଧ୍ୟରେ ତୃତୀୟ ଥର ପାଇଁ ବିବାହ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି ।
#WATCH | Patna | On the recent Cabinet expansion in Bihar, former Bihar deputy CM and RJD leader Tejashwi Yadav says, "It was not a cabinet expansion of Bihar but of the BJP. JD(U) has been completely hijacked. The BJP wants to finish the JD(U). Many of the leaders are there in… pic.twitter.com/dJQYvYMfnM
— ANI (@ANI) February 28, 2025
ବର୍ତ୍ତମାନ ମନ୍ତ୍ରୀ ମଣ୍ଡଳରେ ବିଜେପିର ସର୍ବାଧିକ ୨୧ ଜଣ ରହିଥିବା ବେଳେ ଜେଡିୟୁର ୧୩ଜଣ ରହିଛନ୍ତି । ବାକି ୨ ଜଣଙ୍କ ମଧ୍ୟରୁ ଜଣେ ହାମରୁ ଥିବା ଅନ୍ୟଜଣେ ସ୍ବାଧୀନ ବିଧାୟକ ରହିଛନ୍ତି । ବିହାରରେ ମୋଟ ୨୪୩ ଆସନ ରହିଛି । ଏନଡିଏ ପାଖରେ ସର୍ବାଧିକ ୧୩୧ ଆସନ ଅଛି । ସେଥିରୁ ୪୦ଟି ଆସନ ମିଥିଳାଞ୍ଚଳର । ଏହି ଅଞ୍ଚଳକୁ ଏନଡିଏ ଗଡ ବୋଲି କୁହାଯାଏ । ନୂଆ ମନ୍ତ୍ରୀ ଭାବେ ଶପଥ ନେଇଥିବା ୭ଜଣଙ୍କ ମଧ୍ୟରୁ ୪ଜଣ ମିଥିଳାଞ୍ଚଳର ।