ପ୍ରମୂଖ ଖବର
  • ୩୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଆଠଗଡ଼ : ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟି ପିଟି ହତ୍ୟା ଘଟଣା: ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ଦେବଗଡ଼: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ, ଅଭିଯୁକ୍ତ ଫେରାର୍
  • ||
  • କେନ୍ଦୁଝର : ୧୦୦ ଫୁଟ ତଳକୁ ଖସିଲା ପାଣି ଟ୍ୟାଙ୍କର୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ଆସିବ ଚଳିତ ବର୍ଷର ବିଏମ୍‌ସି ବଜେଟ୍, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନେଇ ହେବ ଆଲୋଚନା
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ଲଢ଼େଇ, ଜିତିଲେ ସେମି ଫାଇନାଲ
  • ||
  • କଟକ : ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ନିର୍ଦ୍ଦେଶ
  • ||
  • ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ରାଜ୍ୟରେ ପାଗ ଏବେ ଶୁଖିଲା: ୩୪ ଡିଗ୍ରୀ ଉପରେ ୬ ସହର ତାପମାତ୍ରା, ୨ ଦିନ ପରେ ୩ ଡିଗ୍ରୀ ବଢ଼ିବ ପାରଦ
  • ||

ସକାଳୁ ଇଟିଲି ଖାଉଛନ୍ତି କି ? ସାବଧାନ୍ ! ହେଉଛି ମାରାତ୍ମକ ରୋଗ କ୍ୟାନ୍ସର...

Published By : Prameya | February 28, 2025 12:51 PM

ଭୁବନେଶ୍ଵର, ୨୮/୦୨ : ପେଟ ସମସ୍ୟା ପାଇଁ ସମସ୍ତେ ପସନ୍ଦ କରନ୍ତି ବିନା ତେଲ ମସଲାରେ ପ୍ରସ୍ତୁତ ଖାଦ୍ୟ। ସେଥିପାଇଁ ସକାଳୁ ସକାଳୁ ଗରମ ଗରମ ଚକୁଳି ହେଉ ଇଟିଲି ପ୍ରାୟ ସମସ୍ତଙ୍କର ପସନ୍ଦ। ହେଲେ ଆପଣ ଜାଣିଛନ୍ତି କି ? ଇଟିଲିକୁ ନେଇ ଏବେ ଆସିଛି ଚାଞ୍ଚଲ୍ୟକର ଖବର। ଇଟିଲି ଖାଇଲେ ହୋଇପାରେ ମାରାତ୍ମକ ରୋଗ କ୍ୟାନ୍ସର। କେବଳ ସେତିକି ନୁହେଁ ଶରୀରରେ ଟକ୍ସିନ୍ସର ମାତ୍ରା ବୃଦ୍ଧି ଯୋଗୁଁ ହୋଇପାରେ ହରମୋନ୍ ସମସ୍ୟା। ଯଦି ଆପଣ ଇଟିଲି ପ୍ରିୟ ହୋଇଥାନ୍ତି ତାହେଲେ ପଢନ୍ତୁ ଏହି ଖବର... 

ସୂଚନାନୁଯାୟୀ, ବେଙ୍ଗାଲୁରୁର ବହୁ ସ୍ଥାନରେ ଇଟିଲି ତିଆରି ବେଳେ ପାରମ୍ପରିକ ସୂତା କପଡ଼ା ପରିବର୍ତ୍ତେ ପ୍ଲାଷ୍ଟିକ୍ ସିଟ୍‌ର ବ୍ୟବହାର ହେଉଛି। ଏହି ପ୍ଲାଷ୍ଟିକ୍ ଗରମ ହେବା ଯୋଗୁଁ ଏଥିରୁ ବିଷାକ୍ତ କେମିକାଲ୍ ନିର୍ଗତ ହେଉଛି। ଯାହା ମଣିଷ ଶରୀରରେ ମିଶି ମାରାତ୍ମକ ରୋଗ ସୃଷ୍ଟି କରୁଛି। ଏହି ପ୍ଲାଷ୍ଟିକରୁ 'ବିସଫେନଲ ଏ' ଭଳି କେମିକାଲ ନିର୍ଗତ ହେଉଛି। ଏହାଦ୍ଵାରା କ୍ୟାନ୍ସରର ରିସ୍କ ଆହୁରି ବଢି ଯାଉଛି। କେବଳ ସେତିକି ନୁହେଁ ଇଟିଲିକୁ ଧଳା ଏବଂ ଆକର୍ଷକ ଦେଖାଯିବା ପାଇଁ ଏଥିରେ ବ୍ଲିଚିଂ ପାଉଡର, ସିନ୍ଥେଟିକ ରଙ୍ଗ ଏବଂ କେମିକାଲ୍ସ ମିଶାଉଛନ୍ତି। ସେହିପରି ଆଉ କିଛି ଲାଭଖୋର୍ ବ୍ୟବସାୟୀ ଏବଂ ହୋଟେଲ୍ ଖରାପ କ୍ଵାଲିଟିର ଚାଉଳ ଏବଂ ବିରି ବ୍ୟବହାର କରୁଛନ୍ତି। ଯାହାକୁ ଖାଇବା ପରେ ବିଭିନ୍ନ ରୋଗ ସୃଷ୍ଟି ହେଉଛି। 

ସୂଚନା ଥାଉକି, କର୍ଣ୍ଣାଟକର ବିଭିନ୍ନ ସ୍ଥାନରୁ ୨୫୧ ଇଟିଲିର ନମୁନା ସଂଗ୍ରହ କରାଯାଇଥିଲା । ତାକୁ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ସେଥିରୁ ଅଧିକାଂଶ ଇଟିଲି ପ୍ରସ୍ତୁତକାରୀ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କରୁଥିବା ଜଣାପଡିଛି । ଇଟିଲି ପ୍ରସ୍ତୁତି ସହ ଏହାକୁ ଘୋଡାଇବା ଓ ପରସିବା ଆଦି କାର୍ଯ୍ୟରେ ପଲିଥିନ ବ୍ୟବହାର କରାଯାଉଛି । ପ୍ଲାଷ୍ଟିକରେ କାର୍ସିନୋଜେନିକ ସାମଗ୍ରୀ ମହଜୁଦ ରହୁଥିବାରୁ ଇଟିଲିରେ ତାହା ମିଶିବାର ସମ୍ଭାବନା ରହିଛି। ଖାଦ୍ୟ ନିରାପତ୍ତା ବିଭାଗର ଏଭଳି ରିପୋର୍ଟ ପରେ କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ ହୋଟେଲରେ ଇଡ୍‌ଲି ପ୍ରସ୍ତୁତି ବେଳେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ଲାଷ୍ଟିକ ବଦଳରେ କପଡା ବ୍ୟବହାର କରିବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି। ଏହାକୁ ଅମାନ୍ୟ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି ଖବରଟିକୁ ପଢନ୍ତୁ-ଦିନକୁ ପରିବାରକୁ ୧୪୦ମିନିଟ୍ ଦେଉଛନ୍ତି ମହିଳା, ଜାଣନ୍ତୁ ପୁରୁଷଙ୍କ ତୁଳନାରେ କେତେ ଅଧିକ ?


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.