ପ୍ରମୂଖ ଖବର
  • OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର
  • ||
  • ସୁନ୍ଦରଗଡ଼ : ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଜଣେ ମୃତ
  • ||
  • ଶନିବାର ରୋଜଗାର ମେଳା: ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ଆୟୋଜନ, ଉଦଘାଟନ କରିବେ ମୋଦି
  • ||
  • ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା
  • ||
  • କୋଣାର୍କ ବସ୍‌ ଷ୍ଟାଣ୍ଡରେ ଜଳିଗଲା ୨ଦୋକାନ, କାରଣ ଅସ୍ପଷ୍ଟ
  • ||

ପରଦାର ସୁପରହିଟ୍‌ ଯୋଡି ଉତ୍ତମ-ଅପରାଜିତା, ୫୦ରୁ ଅଧିକ ଫିଲ୍ମ କରି ଦର୍ଶକଙ୍କ ହୃଦୟରେ କରିଥିଲେ ରାଜ୍‌

Published By : Prameya | February 28, 2025 12:07 PM

ଭୁବନେଶ୍ୱର ୨୮/୦୨: ଲମ୍ବା ଅଭିନୟ କ୍ୟାରିଅର ଭିତରେ ଉତ୍ତମ ମହାନ୍ତି ଅନେକ ନାୟିକାଙ୍କ ସହ ଅଭିନୟ କରିଛନ୍ତି । ବିଶେଷକରି ଅପରାଜିତାଙ୍କ ସହ ୫୦ରୁ ଅଧିକ ଫିଲ୍ମ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଦୁହିଁଙ୍କ ଯୋଡି ସାରା ଓଡ଼ିଶାବାସୀଙ୍କ ହୃଦୟରେ ଦୀର୍ଘ ବର୍ଷ କରିଛି ରାଜୁତି । ଏବେ ବି ସିନେପ୍ରେମୀ ଆଖି ବନ୍ଦ କରିଦେଲେ ନାଚି ଉଠେ ଦୁହିଁଙ୍କ ଛଳଛଳ ମୁହଁ । ଏହି ଯୋଡ଼ି ଫିଲ୍ମର ରିଲ୍‌ ଦୁନିଆରୁ ଆଗକୁ ବଢି ବାସ୍ତବ ଜୀବନରେ ଘର ବସାଇଥିଲେ । ସଫଳ ଯୋଡ଼ି ସାଜିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆଜି ଯାଏଁ ହିଟ୍‌ ନାୟକ-ନାୟିକା ଯୋଡ଼ି ମଧ୍ୟରେ ଶୀର୍ଷରେ ଅଛନ୍ତି ଉତ୍ତମ-ଅପରାଜିତା । 

୮୦ଦଶକରେ ଅସ୍ତରାଗ ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିବା ଏହି ଯୋଡ଼ି ଅନେକ ସୁପରହିଟ୍‌ ଫିଲ୍ମରେ ଏକାଠି ନଜର ଆସିଥିଲେ । ତା ଭିତରେ ପୂଜା ଚନ୍ଦନ, ଜାଇଫୁଲ, ଉଦଣ୍ଡି ସୀତା, ଲକ୍ଷ୍ମଣ ରେଖା, ମା ପରି କିଏ ହେବ, ଶଂଖା ସିନ୍ଦୁର, ତୁଣ୍ଡ ବାଇଦ, ଥିଲି ଝିଅ ହେଲି ବୋହୂ, ଜଗା ହାତରେ ପଘା ଭଳି ସୁପରହିଟ୍‌ ଚଳଚ୍ଚିତ୍ର ଭେଟି ଦେଇଥିଲେ । 

ଖାଲି ଅପରାଜିତା ନୁହଁନ୍ତି ମହାଶ୍ୱେତା ରାୟଙ୍କ ସହ ପ୍ରାୟ ୩୦ ଚଳଚ୍ଚିତ୍ରରେ ଉତ୍ତମ ନାୟକ ଭୂମିକାରେ ଆସିଥିଲେ । ପରବର୍ତ୍ତୀ ସମୟରେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚନା ଜୋଗଲେକର ଓ ଉତ୍ତମଙ୍କ ଯୋଡ଼ି ସୁପରହିଟ୍‌ ହୋଇଥିଲା ରୂପେଲି ପରଦାରେ । ଚର୍ଚ୍ଚିତ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସହ ଉତ୍ତମଙ୍କ ଯୋଡ଼ିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହାବାଦ୍‌ ଅଭିନେତ୍ରୀ ତନ୍ଦ୍ରା ରାୟ, ବୈଶାଳୀ, ଦୀପା ଓ ସୁଜାତା ଆନନ୍ଦଙ୍କ ସେ ମଧ୍ୟ ଅଭିନୟ କରି ସାଉଁଟିଥିଲେ ପ୍ରଶଂସା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.