ନୂଆଦିଲ୍ଲୀ,୨/୦୨: ନିର୍ବାଚନରେ ପରାଜୟ ହେଲା । ସରକାର ଗଲା । ପରାଜୟର ଦୁଃଖ ଭୁଲିଛନ୍ତି କି ନାହିଁ ଗୋଟିଏ ପରେ ଗୋଟିଏ ବିବାଦକୁ ନେଇ ଚର୍ଚ୍ଚାକୁ ଆସୁଛି ଦିଲ୍ଲୀର ପୂର୍ବତନ ଆପ୍ ସରକାର । କ୍ଷମତାରେ ଥିବା ସମୟରେ ହୋଇଥିବା ଅବବ୍ୟସ୍ଥାର ଗୁମର ଫିଟୁଛି । ଦିଲ୍ଲୀ ବିଧାନସଭା ଅଧିବେଶନର ପ୍ରଥମେ ଉପସ୍ଥାପିତ ସିଏଜି ରିପୋର୍ଟରେ ମଦ ନୀତିରୁ ୨୦୦୦ କୋଟି ଘାଟା ହୋଇଥିବା ଖୁଲାସା ହୋଇଥିଲା । ଏବେ ରିପୋର୍ଟରେ ଆଉ ଏକ ବଡ ଖୁଲାସା ହୋଇଛି । ଦିଲ୍ଲୀର ୧୪ଟି ହସ୍ପିଟାଲରେ ଆଇସିୟୁ ନାହିଁ । ମୋହଲ୍ଲା କ୍ଲିନକରେ ଶୌଚାଳୟ ନାହିଁ । ୧୨ଟି ଡାକ୍ତରଖାନାରେ ଆମ୍ବୁଲାନ୍ସ ସେବା ମିଳୁନାହିଁ । ଦିଲ୍ଲୀ ବିଧାନସଭାରେ ସ୍ବାସ୍ଥ୍ୟ ସେବାରେ ଜଡିତ ସିଏଜି ରିପୋର୍ଟ ଉପସ୍ଥାପିତ ହେବାପରେ ଏପରି ତଥ୍ୟ ସାମ୍ନାକୁ ଆସିଛି ।
ଦିଲ୍ଲୀ ସ୍ବାସ୍ଥ୍ୟ ସେବାକୁ ନେଇ ନୟନ୍ତ୍ରଣ ଏବଂ ମହାଲେଖ ପରୀକ୍ଷଣ ( Comptroller and Auditor General ) ରିପୋର୍ଟରେ ଆଶ୍ଚର୍ଯ୍ୟ କରିବା ପରି ଖୁଲାସା ହେଉଛି । ସିଏଜି ରିପୋର୍ଟରେ ୬ ବର୍ଷ ଅନୁସାରେ ଦିଲ୍ଲୀର ସର୍ବାଜନିତ ସ୍ବାସ୍ଥ୍ୟ ସେବା ପ୍ରଣାଳୀରେ ଗମ୍ଭୀର ଅବବ୍ୟସ୍ଥା ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ ଦିଲ୍ଲୀର ୧୪ଟି ହସ୍ପିଟାଲରେ ଆଇସିୟୁ ନାହିଁ । ୧୨ଟି ହସ୍ପିଟାଲରେ ଆମ୍ବୁଲାନ୍ସ ଉପଲବ୍ଧ ନାହିଁ । ମୋହଲ୍ଲା କ୍ଲିନିକ୍ ବିନା ଶୌଚାଳୟରେ ଚାଲିଛି ।
ରିପୋର୍ଟରେ ଆହୁରି ଦର୍ଶାଯାଇଛି କି, କୋଭିଡ- ୧୯ରୁ ମୁକୁଳିବା ପାଇଁ କେନ୍ଦ୍ର ସରକାରଙ୍କଠୁ ମିଳିଥିବା ୭୮୭.୯୧ କୋଟି ଟଙ୍କାରୁ ମାତ୍ର ୫୮୨.୮୪ କୋଟି ଖର୍ଚ୍ଚ ହୋଇଛି । ବଳକା ଟଙ୍କା ବିନିଯୋଗ ହୋଇନାହିଁ । ଏହା ସହିତ କୋରୋନା ସଙ୍କଟ ସମୟରେ ଜରୁରୀ ସୁବିଧା ମଧ୍ୟ ମିଳିନାହିଁ । ସ୍ବାସ୍ଥ୍ୟକର୍ମଚାରୀଙ୍କ ନିଯୁକ୍ତି ଓ ବେତନ ପାଇଁ ୫୨ କୋଟି ଟଙ୍କାରୁ ୩୦.୫୨ କୋଟି ଟଙ୍କା ଖର୍ଚ୍ଚ ହୋଇନାହିଁ । ସରକାରୀ ହସ୍ପିଟାଲରେ ୨୦୧୬ରୁ ୧୭ରୁ ୨୦୨୦-୨୧ ମଧ୍ୟରେ ୩୨ ହଜାର ନୂଆ ବେଡ୍ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ୧,୩୫୭ ଶଯ୍ୟା ବ୍ୟବସ୍ଥା ହୋଇଥିଲା । ରାଜଧାନୀରେ ଅନେକ ଡାକ୍ତରଖାନାରେ ବେଡର ଅଭାବ ରହିଛି । ୧୬ଟି ଡାକ୍ତରଖାନାରେ ବ୍ଲଡବ୍ୟାଙ୍କ ସୁବିଧା ନାହିଁ । ୮ଟି ହସ୍ପିଟାଲରେ ଅକ୍ସିଜେନ ସପ୍ଲାଏ ଠପ୍ । ସିଏଟିଏସ ଆମ୍ବୁଲାନ୍ସରେ ଜରୁରୀ ଉପକରଣ ବିନା ଚାଲୁଥିବା ନେଇ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି ।
ଅଧିକ ପଢନ୍ତୁ...ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
କହି ରଖୁଛୁ କି, ଗତ ୨୫ ତାରିଖରେ ଦିଲ୍ଲୀ ବିଧାନସଭା ଅଧିବେଶନରେ ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହାକୁ ଆଗତ କରିଥିଲେ । ସିଏଜି ରିପୋର୍ଟରେ ବିଶେଷତଃ ଦିଲ୍ଲୀ ମତ ଦୁର୍ନୀତି ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇଥିଲା । ମଦ ନୀତି ଯୋଗୁ ଦିଲ୍ଲୀ ସରକାରଙ୍କୁ ୨ ହଜାର ୨କୋଟି ଟଙ୍କା କ୍ଷତି ହୋଇଥିବା ରିପୋର୍ଟରେ ଦର୍ଶା ଯାଇଥିଲା । ନୀତି ବେଶ୍ ଦୁର୍ବଳ ଥିଲା । ଲାଇସେନ୍ସ ପ୍ରକ୍ରିୟାରେ ଗଡବଡ ହୋଇଥିବା ରିପୋର୍ଟରେ ଉଲ୍ଲେଖ୍ୟ କରାଯାଇଥିଲା । ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ବାକ୍ ଯୁଦ୍ଧ ହୋଇଥିଲା । ପୁରୁଣା ନୀତିକୁ ଦାୟୀ କରିଥିଲେ ବିରୋଧୀ ଦଳ ନେତା ଆତିଶୀ ।